www.samajalive.in
Tuesday, December 9, 2025
16.1 C
Bhubaneswar

ଏସ୍‌ସିଓ ବୈଠକରେ ଚୀନକୁ ରାଜନାଥଙ୍କ ପରୋକ୍ଷ ବାର୍ତ୍ତା : ଆଞ୍ଚଳିକ ସ୍ଥିରତା ଲାଗି ବିଶ୍ବାସ, ସହଯୋଗ ଆବଶ୍ୟକ

ମସ୍କୋ : ରୁଷ୍‌ର ମସ୍କୋରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍‍ସିଓ)ର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ ଉଦ୍ଦେଶ୍ୟରେ ପରୋକ୍ଷ ବାର୍ତ୍ତା ଦେଇଛନ୍ତି। ଶୁକ୍ରବାର ଏସ୍‌ସିଓର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ରାଜନାଥ କହିଛନ୍ତି ଯେ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଲାଗି ବିଶ୍ବାସ, ସହଯୋଗ, ସକାରାତ୍ମକ ଆଚରଣ ଓ ଆନ୍ତର୍ଜାତିକ ନିୟମକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି। ପୂର୍ବ ଲଦାଖର ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ୪ମାସ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ରାଜନାଥ ଏପରି କହିଛନ୍ତି। ଏସସିଓର ଏହି ବୈଠକରେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱେ ଫେଙ୍ଗହ ଉପସ୍ଥିତ ରହିଥିବାବେଳେ ରାଜନାଥ ତାଙ୍କୁ ପରୋକ୍ଷରେ ଏପରି ବାର୍ତ୍ତା ଦେଇଛନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧକୁ ଉଦାହରଣ ଦେଇ ରାଜନାଥ କହିଛନ୍ତି ଯେ ଗୋଟିଏ ରାଷ୍ଟ୍ର ପ୍ରତି ଅନ୍ୟ ରାଷ୍ଟ୍ରର ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ବିଶ୍ବ ଧ୍ବଂସର ସମ୍ମୁଖୀନ ହୋଇଛି। ତେଣୁ ଏସଓସି ସଦସ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ପାଇଁ ପରସ୍ପର ପ୍ରତି ବିଶ୍ବାସ କରିବା ଦରକାର। ଏହା ସହିତ ସଦସ୍ୟ ରାଷ୍ଟ୍ରମାନେ ପରସ୍ପରର ସ୍ବାର୍ଥ ପ୍ରତି ସମ୍ବେଦନଶୀଳ ହେବା ଦରକାର। ଆନ୍ତର୍ଜାତିକ ନୀତି ଓ ନିୟମ ପ୍ରତ୍ୟେକ ରାଷ୍ଟ୍ର ସମ୍ମାନ ପୂର୍ବକ ଦେବା ଦରକାର ବୋଲି ସେ କହିଛନ୍ତି।

ଆଜିର ବୈଠକରେ ରାଜନାଥ ଆତଙ୍କବାଦକୁ ବିରୋଧ କରିଛନ୍ତି। ଆତଙ୍କବାଦ ଦମନ କ୍ଷେତ୍ରରେ ଏସସିଓ ରିଜିଓନାଲ ଆଣ୍ଟି ଟେରରିଜିମ୍ ଷ୍ଟ୍ରକ୍ଚର (ଆରଏଟିଏସ୍‌)ର କାର୍ଯ୍ୟକୁ ରାଜନାଥ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ସାଇବର ଆତଙ୍କବାଦୀକୁ ଦମନ ପାଇଁ ଆରଏଟିଏସ୍‌ର କାର୍ଯ୍ୟକୁ ଆମେ ପ୍ରଶଂସା କରୁଛୁ। ଏସସିଓ ପରିଷଦରେ ଆତଙ୍କବାଦ ଦମନ ସମ୍ପର୍କିତ ପଦକ୍ଷେପ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ପର୍ସିଆନ ଗଲ୍ଫ ଅଞ୍ଚଳରେ ଦେଖାଯାଇଥିବା ପରିସ୍ଥିତିକୁ ନେଇ ରାଜନାଥ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଉପସାଗରୀୟ ଅଞ୍ଚଳର ପ୍ରତ୍ୟେକ ରାଷ୍ଟ୍ରର ସଂସ୍କୃତି ଓ ସଭ୍ୟତା ପଛରେ ଭାରତର ସ୍ବାର୍ଥ ଜଡିତ ରହିଛି। ତେଣୁ ଉପସାଗରୀୟ ଅଞ୍ଚଳର ରାଷ୍ଟ୍ର ଯେଉଁମାନେ ଭାରତର ପ୍ରିୟ ଓ ନିକଟ ସେମାନେ ମତଭେଦକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରନ୍ତୁ।

- Advertisement -

ଆଫଗାନିସ୍ତାନର ବିକାଶ ପ୍ରସଙ୍ଗରେ ରାଜନାଥ କହିଛନ୍ତି ଯେ ଏହି ଦେଶର ସୁରକ୍ଷା ଉଦ୍‌ବେଗର ବିଷୟ ହୋଇ ରହିଛି। ତେବେ ଆଫଗାନିସ୍ତାନର ବିକାଶ ସହିତ ଏହାର ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଏହାର ସହଯୋଗ ଜାରି ରଖିବ। ସମ୍ପ୍ରତି ବିଶ୍ବରେ ଦେଖାଯାଇଥିବା କରୋନା ମହାମାରୀକୁ ମିଳିତ ଭାବେ ମୁକାବିଲା କରିବା ଲାଗି ରାଜନାଥ ଆହ୍ବାନ ଦେଇଛନ୍ତି। ବିଶ୍ବବାସୀ ସମସ୍ତ ପ୍ରକାର ମତଭେଦକୁ ଭୁଲି ଏହାକୁ ନିୟନ୍ତ୍ରଣ କରିବା ଦରକାର। ଏହି ଅବସରରେ ରାଜନାଥ ପ୍ରଥମ କରୋନା ଟିକା ‘ସ୍ପୁଟିନିକ ଭି’ର ପ୍ରସ୍ତୁତକର୍ତ୍ତା ରୁଷର ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି।

ଏଲଏସିର ପୂର୍ବ ଲଦାଖର ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ରାଜନାଥ ଚୀନ ଉଦ୍ଦେଶ୍ୟରେ ଏପରି ବାର୍ତ୍ତା ଦେଇଛନ୍ତି। ଲଦାଖର ବିଭିନ୍ନ ସ୍ଥାନକୁ ଅକ୍ତିଆର କରିବାକୁ ଚୀନ ସେନା ବାରମ୍ବାର ଉଦ୍ୟମ କରିଥିବାବେଳେ ଭାରତ ସେନା ଏହାକୁ ପଣ୍ଡ କରିବାରେ ସଫଳ ହୋଇଛି। ଅଗଷ୍ଟ ୨୯ ଓ ୩୧ ତାରିଖରେ ଚୀନ ସେନା ପାନଗଙ୍ଗର ଦକ୍ଷିଣ ପାର୍ଶ୍ବସ୍ଥ ପାର୍ବତ୍ୟ ଅଞ୍ଚଳକୁ ଦଖଲ କରିବାକୁ ଉଦ୍ୟମ କରିଥିଲା। ଚୀନର ଏପରି ଉଦ୍ୟମକୁ ଭାରତ ସେନା ପଣ୍ଡ କରିବା ସହିତ ଉକ୍ତ ପାର୍ବତ୍ୟ ଅଞ୍ଚଳରେ ନିଜର କର୍ତ୍ତୃତ୍ବ ଜାହିର କରିଛି। ସୀମା ସ୍ଥିତାବସ୍ଥାରେ ପରିବର୍ତ୍ତନ ପାଇଁ ଚୀନର ଏପାଖିଆ ଉଦ୍ୟମ କାରଣରୁ ସୀମା ବିବାଦର ସମାଧାନ ହୋଇପାରୁ ନାହିଁ। ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ୮ଟି ରାଷ୍ଟ୍ର ଚୀନ, ଭାରତ, କାଜାଖସ୍ତାନ, କିର୍ଗିଜିସ୍ତାନ, ରୁଷ୍, ପାକିସ୍ତାନ, ତାଜିକସ୍ତାନ ଓ ଉଜ୍‌ବେକିସ୍ତାନକୁ ନେଇ ଗଠିତ। ବିଶ୍ବର ମୋଟ ଜନସଂଖ୍ୟାର ୪୦% ଏସସିଓ ରାଷ୍ଟ୍ରରେ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories