www.samajalive.in
Tuesday, December 9, 2025
17.1 C
Bhubaneswar

ଆପ୍‌ ବିଧାୟକଙ୍କ ହାଜତ ମିଆଦ ୧୪ ଦିନ ବଢିଲା

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀର ଏକ କୋର୍ଟ ଅଭିଯୁକ୍ତ ଆମ ଆଦମୀ ପାର୍ଟି (ଆପ୍‌) ବିଧାୟକ ଅମାନତୁଲ୍ଲା ଖାନ ଏବଂ ପ୍ରକାଶ ଜରୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ୧୪ ଦିନ ପାଇଁ ବୃଦ୍ଧି କରିଛନ୍ତି । ଆପ୍‌ର ଏହି ଦୁଇ ବିଧାୟକ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଆକ୍ରମଣ କରିବା ମାମଲାରେ ଗିରଫ ହୋଇଛନ୍ତି ।

ଦିଲ୍ଲୀ ମେଟ୍ରୋପୋଲିଟନ୍‌ ମାଜିଷ୍ଟ୍ରେଟ୍‌ ଶେଫାଳି ବର୍ଣ୍ଣାଲା ଟଣ୍ଡନ ଗୁରୁବାର ଅଭିଯୁକ୍ତ ବିଧାୟକଙ୍କ ବିଚାର ବିଭାଗୀୟ ହାଜତ୍‌ ମିଆଦିକୁ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅଭିଯୁକ୍ତ ବିଧାୟକ ଦ୍ୱୟଙ୍କୁ ମାଣ୍ଡୋଲି ଜେଲକୁ ପଠାଇ ଦିଆଯାଇଛି । ଏହି ମାମଲାର ଆସନ୍ତା ଶୁଣାଣି ପଟିଆଲା ହାଉସ ଅଦାଲତରେ ହେବ । ଏହା ପୂର୍ବରୁ ଫେବୃଆରୀ ୨୨ରେ ଦିଲ୍ଲୀର ଏକ କୋର୍ଟ ଅମାନତୁଲ୍ଲା ଏବଂ ଜରୱାଲଙ୍କ ଜାମିନ ଆବେଦନକୁ ଖାରଜ କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଏହାପରେ ଆଜି ସେମାନଙ୍କ ହାଜତ ମିଆଦିକୁ ବୃଦ୍ଧି କରାଯାଇଛି ।

- Advertisement -

ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ବିଳମ୍ବିତ ରାତିରେ ଅନୁଷ୍ଠିତ ବୈଠକରେ ଜରୱାଲ ଏବଂ ଅମାନତୁଲ୍ଲା ଦିଲ୍ଲୀ ମୁଖ୍ୟଶାସନ ସଚିବଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ସେମାନଙ୍କୁ ଗିରଫ କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories