www.samajalive.in
Sunday, December 7, 2025
13.1 C
Bhubaneswar

ବାଇପାସ ସ୍ଥାୟୀରୋଡ଼ ଦାବୀରେ ଯୁବ କଗ୍ରେସର ଧାରଣା, ରାସ୍ତା ଅବରୋଧ ଯୋଗୁ ରାସ୍ତାର ଦୁହି ପାର୍ଶ୍ବରେ ବହୁ ଯାନବାହାନ ଅଟକ

ବରପାଲି:ବରପାଲି ଜଗନ୍ନାଥନଗର ରେଲୱେ ଫାଟକ ଫ୍ଲାଇ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଧିମା ଗତିରେ ଆଗେଇ ଚାଲୁଥିବା ବେଳେ ବାଇପାସ ରୋଡ଼ର ସ୍ଥାୟୀ ସମାଧାମ ଦିଗରେ ପ୍ରସାସନର ଅଣଦେଖା କାର୍ଯ୍ୟକଳାପକୁ ନେଇ ଯୁବ କଗ୍ରେସ ଆନ୍ଦୋଳନର ବାଟ ଆପାଣାଇଛି। ଜିଲ୍ଲା ଯୁବକଂଗ୍ରେସ ସଭାପତି ଅଭିଷେକ ସେଟଙ୍କ ନେତୃତ୍ୱରେ ସରୋଜ ଭୋଇ, ଟାଉନ ସଭାପତି ମିନକେତନ ମେହେର, ରବି ସାହୁ, ଆନନ୍ଦ ପଧାନ, ରବି ସେଠଙ୍କ ସମେତ ବହୁ ଯୁବକର୍ମି ସାମିଲ ହୋଇ ଧାରଣାରେ ବସିଥିଲେ। ରାସ୍ତା ଅବରୋଧ ଯୋଗୁ ରାସ୍ତାର ଦୁହି ପାର୍ଶ୍ବରେ ବହୁ ଯାନବାହାନ ଅଟକ ରହିବା ସହିତ ଯାତ୍ରୀ ମାନେ ହଇରାଣର ସମ୍ମୁଖିନ ହୋଇଥିଲେ। ପରେ ସ୍ଥାନୀୟ ତହସିଲଦାର ଅକ୍ଷୟ କୁମାର ବାଗ ଓ ଥାନାଧିକାରୀ ରୋଜାଲିନ ପଟେଲ ଆନ୍ଦୋଳନକାରୀଙ୍କ ସହ ସମସ୍ୟା ଉପରେ କଥାବାର୍ତ୍ତା ହେଲାପରେ ଦାବୀପତ୍ର ଗ୍ରହଣ କରିଥିଲେ। ତହସିଲଦାର ବାଗ ଆସନ୍ତା ସାତଦିନ ମଧ୍ୟରେ ସମସ୍ୟାର ସମାଧାନ ବାଟ ଖୋଲାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକାରୀ ମାନେ ଧାରଣାରୁ ଓହରି ଯାଇଥିଲେ। ବର୍ତ୍ତମାନ ଯାତାୟତ ହେଉଥିବା ଅସ୍ଥାୟୀ ରାସ୍ତାରେ ଛୋଟଛୋଟ ଚାରିଚକିଆ ଯାନ ବାହାନ ଯାତାୟତ ହେଉଥିବା ବେଳେ ଦୃତଗାମି ଏକ୍ସପ୍ରେସ ଓ ଭାରିଯାନ ମାନ ନିତିଦିନ ଯାତାୟତ ହେଉଛି। ପୁର୍ବରୁ ନିର୍ମାଣଧିନ ପୋଲକୁ ଲାଗି ଛଡ଼ା ଯାଇଥିବା ବାଇପାସ ରୋଡ଼ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ହୋଇଥିବାରୁ ରାସ୍ତାରେ ବଡ଼ବଡ଼ ଖାଲ ଢ଼ିପ ହୋଇ ବର୍ଷା ପାଣି ଭର୍ତ୍ତି ହୋଇ କାଦୁଅ ସହ ସନ୍ତସନ୍ତିଆ ପରିବେଶ ମଧ୍ୟରେ ଯାତାୟତ ହେଉଥିବା ଲୋକଙ୍କୁ ଭ୍ରମରେ ପକାଇଥାଏ। ଅନେକ ସମୟରେ ବହୁ ଲୋକ ଦୁର୍ଘଟଣାର ସମ୍ମୁଖିନ ହେଉଥିବା ନିତି ଦିନିଆ କଥା ସାଜିଛି। ଅଞ୍ଚଳବାସି ସମସ୍ୟାକୁ ନେଇ ପ୍ରସାସନର ବାରାମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସଠିକ ସୁଧାର ହୋଇ ପାରିଲାନାହିଁ। ପ୍ରତିଦିନ ରାଜ୍ୟ ରାଜପଥ ଫାଟକବାଟ ଉପରେ ସୋହେଲାରୁ ବ୍ରହ୍ମପୁର,ଫୁଲବାଣି,ବୌଦ୍ଧ,ସୋନପୁର ପୂରୀ ଧାମକୁ ବିଭିନ୍ନ ଯାନବାହାନ ସହ ମାଲ ବୋଝେଇ ଭାରି ଯାନ ମାନ ଲଗାତାର ଯାତାୟାତ ହୋଇଥାଏ। ଅନେକ ସମୟରେ ରେଲଯାତ୍ରୀ ରେଲୱେ ଷ୍ଟେସନକୁ ଯିବା ଆସିବା କରୁଥିବା ସମୟରେ ଲୋକେ ବିଭିନ୍ନ ସମସ୍ୟା ସମ୍ମୁଖିନ ହୋଇଥାନ୍ତି। ପ୍ରତିଦିନ ରାସ୍ତା ଉପରେ ବରପାଲି ସହରବାସିଙ୍କ ସହ ଅଞ୍ଚଳର ସତଲମା, ପାଟକୁଲୁଣ୍ଡା, ବୁରୋମୁଣ୍ଡା, ସିକିର୍ଡ଼ି, କାଇଁଶିର, ବାରଙ୍ଗପାଲି, ତୁଲଣ୍ଡି, ବରମକେଲା, ଗ୍ରିଣ୍ଡୋଲା, ଧିରପୁର, କୁମ୍ଭାରୀ, ରେମତା, କନବାର ବାଗବାଡ଼ୀ, ବିଶିପାଲି ସହ ପଡ଼ୋଶି ଜିଲ୍ଲାର ସୋନପୁର, ରାମପୁର, ବିନକା, ବ୍ରହ୍ମପୁର, ସାହାଜବାହାଲ, ବଡ଼କର୍ଲ୍ଲେ , ବୌଦ୍ଧ, ଫୁଲବାଣୀ ଆଦି ଅଞ୍ଚଳର ବାସିନ୍ଦା ମାନେ ପ୍ରତିଦିନ ଯାତାୟାତ କରିଥାନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories