www.samajalive.in
Tuesday, December 9, 2025
16.1 C
Bhubaneswar

କିଡନୀ ରୋଗାକ୍ରାନ୍ତ ନବୀନଙ୍କ ପାଖରେ ପହଞ୍ଚିଲା ଡାକ୍ତରୀ ଟିମ, ଯାଞ୍ଚ କଲା ଚିକିତ୍ସା ରିପୋର୍ଟ, ପରୀକ୍ଷା ପାଇଁ ରକ୍ତ ନମୁନା ସଂଗ୍ରହ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ଭେଜିଗୁଡା ପାତ୍ରପଡା ସାହିର ବାସିନ୍ଦା ନବୀନ ଭୋକ୍ତା(୪୨) ଦୀର୍ଘ ଦେଢ ବର୍ଷହେଲା ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଦାରିଦ୍ର୍ୟ ସୀମାରେଖାତଳେ ବସବାସ କରୁଥିବା ଏବଂ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହୋଇ ସେ ଘରେ ଭଗବାନ ଭରସାରେ ପଡିରହିଥିବା ଶୀର୍ଷକ ଖବର ଗତ ୩୧ ତାରିଖ ‘ସମାଜ ଲାଇଭ୍‌’ରେ ପ୍ରକାଶ ପାଇଥିଲା। ଖବର ପ୍ରସାରିତ ପରେ ବୌଦ୍ଧ ସିଡିଏମଓ ତ୍ରିଲୋଚନ ପ୍ରଧାନ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିବା ସହିତ ହରଭଙ୍ଗା ମେଡିକାଲ ଅଫିସରଙ୍କୁ ଘଟଣାର ସତ୍ୟାସତ୍ୟ ପାଇଁ ତଦନ୍ତ ଦାୟିତ୍ୱ ପ୍ରଦାନ କରିଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ସକାଳେ ହରଭଙ୍ଗା ମେଡିକାଲ ଅଫିସର ଡା.ଶ୍ୟାମପ୍ରସାଦ ମେହେର ସ୍ଥାନୀୟ ଏଏନଏମ, ଆଶାକର୍ମୀ ପ୍ରମୁଖ ନବୀନଙ୍କ ଘରେ ପହଞ୍ଚିଥିଲେ। ନବୀନଙ୍କ ଚିକିତ୍ସା ରିପୋର୍ଟ ଯାଞ୍ଚ କରିବା ସହିତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଆର୍ଥିକ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ଏ ବିଷୟରେ ବୌଦ୍ଧ ସିଡିଏମଓଙ୍କୁ ଜଣାଇଥିବା ଜଣାପଡିଛି।
ଶୁକ୍ରବାର ସକାଳେ ନବୀନଙ୍କ ଘରେ ପୁର୍ନବାର ଡାକ୍ତରୀ ଟିମ ପହଞ୍ଚି ତାଙ୍କ ରକ୍ତନମୁନା ପରୀକ୍ଷା ପାଇଁ ସଂଗ୍ରହ କରିଥିବା ଜଣାପଡିଛି। ନବୀନଙ୍କ ଚିକିତ୍ସା ସହାୟତା ପାଇଁ ସ୍ୱାସ୍ଥ୍ୟ ବିଭାଗର ତତ୍ପରତାକୁ ସ୍ଥାନୀୟ ସମାଜସେବୀ ବିଶିକେଶନ ପ୍ରଧାନ ସାଧୁବାଦ ଜଣାଇଛନ୍ତି। ଏ ସମ୍ପର୍କରେ ବୌଦ୍ଧ ସିଡିଏମଓ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ କହିଥିଲେ ଯେ ଗୁରୁବାର ମେଡିକାଲ ଟିମ ଭେଜିଗୁଡା ପହଞ୍ଚି ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ରିପୋର୍ଟ ଯାଞ୍ଚ କରିଛନ୍ତି। ଆଜି ପୁଣି ଏକ ଟିମ ସେଠାକୁ ଯାଇ ତାଙ୍କର ରକ୍ତ ନମୁନା ସଂଗ୍ରହ କରିଛନ୍ତି। ରକ୍ତ ପରୀକ୍ଷା ରିପୋର୍ଟ ଏବଂ ଚିକିତ୍ସା ରିପୋର୍ଟ ତର୍ଜମା ପରେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇଦିଆଯିବ ବୋଲି ସିଡିଏମଓ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories