www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ଧମକ ଅଭିଯୋଗ; ରାଜଦ୍ରୋହ ମାମଲାରେ ସାଲେପୁର ଅଞ୍ଚଳରୁ ଯୁବକ ଗିରଫ

ଭୁବନେଶ୍ବର: ରାଜଦ୍ରୋହ ମାମଲାରେ  ସାଲେପୁର ଅଞ୍ଚଳରୁ ଜଣେ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜଣେ ଯୁବକ ଫେସ୍‌ବୁକ୍‌ରେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହାସହିତ ଏହି ଯୁବକ ଜଣକ ଉତ୍ତର ପ୍ରଦେଶର ହିନ୍ଦୁ ସଂଗଠନ ନେତାଙ୍କୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ଆସିଥିଲା। ସୋସିଆଲ୍‌ ମିଡ଼ିଆ ‘ଫେସ୍‌ବୁକ୍‌’ରେ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦିଆଯିବା ଘଟଣାର ତଦନ୍ତ ଆରମ୍ଭ କରିଥିଲା ଉତ୍ତରପ୍ରଦେଶ ବାଗ୍‌ପତ୍‌ ଜିଲା ସିଂହବାଲି ପୁଲିସ। ଫେସ୍‌ବୁକ୍‌ରେ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଧମକ ଅଭିଯୋଗରେ ରାଜଦ୍ରୋହ ମାମଲାରେ ସାଲେପୁର ଥାନା କୁଶମ୍ଭୀ ଗାଁରୁ ଉତ୍ତରପ୍ରଦେଶ ବାଗ୍‌ପତ୍‌ ଜିଲା ସିଂହବାଲି ପୁଲିସ ଏହି ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକଙ୍କ ନାମ ସୟଦ୍‌ ହାସନ୍‌ ଅହମ୍ମଦ ବୋଲି ଜଣାପଡ଼ିଛି। ସୟଦ ହାସନ୍‌ ଅହମ୍ମଦଙ୍କୁ ଦଫା ୧୨୪(କ), ୫୦୭, ୫୦୪, ୩୫୩(କ)ରେ ପୁଲିସ ଗିରଫ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories