www.samajalive.in
Monday, December 8, 2025
20.1 C
Bhubaneswar

ଯୋରକୂଳ ଗ୍ରାମରେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ

ବାଙ୍କୀ: ଡମପଡା ବ୍ଲକ ଅଧିନ ହରିରାଜପୁର ପଞ୍ଚାୟତ ଅନ୍ତର୍ଗତ ଯୋରକୂଳ ଗ୍ରାମରେ ଦୀର୍ଘ ୭ ଦିନ ଧରି ଲୋକମାନେ ଜଳ ବନ୍ଦୀ ଅଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସରପଞ୍ଚ ଦେବସ୍ମିତା ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂର୍ବରୁ ୩ ଦିନ ପାଇଁ ଶୁଖିଲା ଖାଦ୍ୟ ଚୂଡା,ବିସ୍କୁଟ ଓ ଚିନି ଦିଆଯାଇଥିଲା। ବିଶେଷ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଣି ନଛାଡିବା ପରିସ୍ଥିତିରେ ପୁଣି ବୁଧବାର ଦିନ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପରମାନନ୍ଦ ସେଠୀ ଏବଂ ନାଏବ ସରପଞ୍ଚ ପଞ୍ଚାୟତ ପକ୍ଷରୁ ବିପର୍ଣ୍ଣ ପରିବାରକୁ ଶୁଖିଲା ଖାଦ୍ୟ ଭାବରେ ଚୂଡା, ଚିନି ଓ ବିସ୍କୁଟ ସହିତ ଆବଶ୍ୟକୀୟ ପାନୀୟ ସହିତ ବଣ୍ଟନ କରିଛନ୍ତି। ଏବେବି ଗ୍ରାମବାସୀଙ୍କ ଦୁର୍ଦଶା ବଦଳି ନାହିଁ। ମହାନଦୀର ବନ୍ୟାଜଳ ମନ୍ଥର ଗତରେ କମୁଥିବା ହେତୁ ରଣନଦୀର ପଛୁଆ ଜଳ ଗ୍ରାମବାସୀଙ୍କୁ ଜଳବନ୍ଦୀ କରି ରଖିଛି। କଟକ ସାଂସଦ ଭର୍ତ୍ତୁହରି ମହତାବ ଓ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ପରିଦର୍ଶନ ସମୟରେ ଗ୍ରାମର ପୁରୁଖା ଓ ମୁରବୀ ଲୋକମାନେ ଏହି ବନ୍ୟାରେ ବ୍ୟାପକ ଚାଷଜମୀ କ୍ଷତି ହୋଇଥିବାରୁ ଡମପଡା ବ୍ଲକକୁ ସମ୍ପୂର୍ଣ୍ଣ ବନ୍ୟାଞ୍ଚଳ ଭାବରେ ଘୋଷଣା କରି ବନ୍ୟା ପ୍ରଭାବିତଙ୍କୁ ସରକାରୀ ସହାୟତା ସହିତ କୃଷି ଋଣ ଛାଡ କରିବା ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି। ପଞ୍ଚାୟତ ପକ୍ଷରୁ ଗ୍ରାମବାସୀଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟଜଳ ଯୋଗଇଦେବା ସହିତ ପ୍ରଭାବିତଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରତି ଦୃଷ୍ଟି ଦିଆଯାଇଥିବାରୁ ଗ୍ରାମବାସୀ ସରପଞ୍ଚଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories