BJD Bijuli 480×75 Mob

ପ୍ରସିଦ୍ଧ ଶୈବପୀଠ ଥିବା ଯୋଗୀସର୍ଡା ଗ୍ରାମ୍ୟ ରାସ୍ତାର ଦୂରାବସ୍ଥା

BJD Bijuli 480×75 Mob

ଲୋଇସିଂହା: ପଶ୍ଚିମ ଓଡିଶାର ଏକ ପ୍ରସିଦ୍ଧ ପ୍ରାଚୀନ ଶୈବପୀଠ ରହିଛି ଲୋଇସିଂହା ବ୍ଳକ ଅର୍ନ୍ତଗତ ଯୋଗୀସର୍ଡା ଗ୍ରାମରେ। ଉକ୍ତ ଗାଁ ଲୋଇସିଂହା ବ୍ଳକର ଏକ ଉଚ୍ଚଶିକ୍ଷିତ ଗ୍ରାମ ଭାବରେ ମଧ୍ୟ ଅଞ୍ଚଳରେ ବେଶ ପରିଚିତ। ଉକ୍ତ ଗ୍ରାମର ଅନେକ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଜିଲା, ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଉଚ୍ଚ ପଦ ପଦବୀରେ କାର୍ୟ୍ୟରତ ଥିବା ଜଣାପଡିଛି। ମାତ୍ର ଏଭଳି ଏକ ଗାଁର ରାସ୍ତାଘାଟର ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ହୋଇ ପଡି ରହିଥିବାବେଳେ ଏଥିପ୍ରତି କାହାରି ଦୃଷ୍ଟି ପଡି ପାରୁ ନ ଥିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚିନ୍ତାର କାରଣ ହୋଇଛି। ଗାଁର ପ୍ରତ୍ୟେକ ରାସ୍ତାରେ ଖାଲଖମା ସୃଷ୍ଟି ହେବା ସହ ପାଣି ନାଳରେ ପରିଣତ ହୋଇଛି। ଯଦ୍ୱାରା ଗ୍ରାମ୍ୟ ପରିବେଶ ପ୍ରଦୂଷିତ ହୋଇ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ପ୍ରାୟ ୧୦/୧୨ ବର୍ଷ ପୂର୍ବରୁ ଅର୍ଥ କମିଶନ ପାଣ୍ଠିରେ ଗାଁ ରାସ୍ତା କଂକ୍ରୀଟକରଣ ହୋଇଥିଲା। ମାତ୍ର ଏବେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା ବେଳେ ଗ୍ରାମବାସୀମାନେ ଯାତାୟତ କରୁଥିବାବେଳେ ଛୋଟଛୋଟ ଦୁର୍ଘଟଣା ହେଉଥିବା ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ସ୍ଥିତିରେ ଗ୍ରାମର କେତେକ ଯୁବକ ତୁରନ୍ତ ଗାଁ ରାସ୍ତାର ପୁନଃ ନିର୍ମାଣ ପାଇଁ ବଲାଙ୍ଗିର ଜିଲାପାଳଙ୍କଠାରେ ଦାବି କରିଛନ୍ତି।

Comments are closed.