www.samajalive.in
Sunday, December 7, 2025
16.1 C
Bhubaneswar

ଫସଲ ବୀମା ମଞ୍ଜୁର ପାଇଁ ତହସିଲଦାରଙ୍କୁ ଚାଷୀଙ୍କ ଦାବିପତ୍ର

ବଙ୍ଗୋମୁଣ୍ଡା: ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଅନେକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଲୋକ ଠିକ ଭାବେ କାମଧନ୍ଦା ନପାଇ ରୋଜଗାର ଶୂନ୍ୟ ହୋଇପଡିଛନ୍ତି। ଏଭଳି ଏକ ଦୁଃସ୍ଥିତି ସମୟରେ ବଙ୍ଗୋମୁଣ୍ଡା ବ୍ଲକର ଝରିଆଲ ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ୨୦୧୯ ମସିହାରେ ବ୍ଲକର ଝରିଆଲ ପଞ୍ଚାୟତର ଚାଷୀ ଧାର କରଜ କରି ବହୁ କଷ୍ଟରେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ। ଏପରିକି ମରୁଡି ଯୋଗୁଁ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ଏହି ପଞ୍ଚାୟତର ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ସତ୍ତେ୍ୱ ଚାଷୀଙ୍କୁ ବୀମା ପ୍ରଦାନରେ ବଞ୍ଚିତ କରାଯାଇଥିବା ନେଇ ଅଭିଯୋଗ କରିବା ସହ ପଞ୍ଚାୟତର ଚାଷୀ ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତର ଚାଷୀଙ୍କ ଅଭିଯୋଗ ଅନୁସାରେ ୨୦୧୯ ମସିହାରେ ଝରିଆଲ ପଞ୍ଚାୟତର ବୁଢିପଦର, ବାହାବଲ, ଝରିଆଲ, ରାଣୀପୁର, ବେହେରାଭଟା, ପୁଡାପାଲି ଗାଁର ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। କିନ୍ତୁ ଏହି ପଞ୍ଚାୟତର ବୀମାଭୁକ୍ତ ଚାଷୀଙ୍କ ଫସଲ ବୀମା ମଞ୍ଜୁର କରାଯାଇନାହିଁ। ବୀମାଭୁକ୍ତ ଚାଷୀଙ୍କ ପ୍ରତି ପ୍ରଶାସନିକ ତଥା ବୀମା କମ୍ପାନୀର ଅଣଦେଖା ଯୋଗୁଁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପଞ୍ଚାୟତର ଚାଷୀଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କ ଫସଲ ବୀମା ମଞ୍ଜୁର କରିବା ପାଇଁ ଦାବି କରିଛନ୍ତି। ଦାବିପତ୍ରକୁ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀଙ୍କୁ ପ୍ରଦାନ କରାଯାଇଛି। ସମାଜସେବୀ ଅଜିତ ଯୋଷୀ, ଗୌରାଙ୍ଗ ମହାନନ୍ଦ, ମୁକେଶ ଭୋଇ, ପ୍ରସନ୍ନ ମହାନନ୍ଦ, ପରମେଶ୍ୱର ଜାନୀ, ଗନ୍ଧର୍ବ ମହାନନ୍ଦ, ବାଲାନନ୍ଦ ମହାନନ୍ଦ, ବୁଟା ସିଂ ମହାନନ୍ଦ, ରୂପକାନ୍ତ ଭୋଇ, ଦୁଃଖ ନାଶନ ଭୋଇ, ସୁଶାନ୍ତ ଭୋଇ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ପ୍ରଶାସନ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ବୀମା କମ୍ପାନୀଙ୍କୁ ଡକାଇ ଆଲୋଚନା କରାଯିବ ବୋଲି ବଙ୍ଗୋମୁଣ୍ଡା ତହସିଲଦାର ପ୍ରକାଶ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories