www.samajalive.in
Tuesday, December 9, 2025
16.1 C
Bhubaneswar

ବାହାର ରାଜ୍ୟର ଗାଡ଼ି ଯାଞ୍ଚ ଜୋର୍‌ଦାର ହେବ; ସବୁ ଆରଟିଓଙ୍କୁ ନିର୍ଦେଶ ଦେଲେ ପରିବହନ କମିସନର

ଭୁବନେଶ୍ୱର: ଚଳିତ ସପ୍ତାହରେ ବାହାର ରାଜ୍ୟରୁ ଆସୁଥିବା ଗାଡ଼ିରୁ ଟିକସ ଆଦାୟ ଯୋର୍‌ଦାର୍ ହେବ। ଯେଉଁ ଗାଡ଼ି ଟିକସ ଦେଇନଥିବେ ତାଙ୍କୁ ତୁରନ୍ତ ଇ-ଭିସିଆର ଚାଲାଣ ଜାରି କରାଯିବ। ଏନେଇ ଆଜି ପରିବହନ କମିସନର ସଞ୍ଜୀବ ପଣ୍ଡା ସମସ୍ତ ଆରଟିଓଙ୍କୁ ନିର୍ଦେଶ ଦେଇଛନ୍ତି। ସେ ଜଣାଇଛନ୍ତି ଯେ ରାଜ୍ୟରେ ଏବେ ବାହାର ରାଜ୍ୟର ବହୁ ସଂଖ୍ୟକ ମାଲ୍‌ବାହୀ ଓ ଯାତ୍ରୀବାହି ଗାଡ଼ି ଟିକସ ନଦେଇ ଚଳାଚଳ କରୁଥିବା ଦେଖାଯାଇଛି। ଅଧିକାଂଶ ଗାଡ଼ିର ବୈଧ ପରମିଟ୍ ନଥିବା ବେଳେ ଟିକସ ପୈଠ କରିନଥିବା ଜଣାପଡ଼ିଛି। ଏଭଳି ଗାଡ଼ିକୁ ଧରିବା ପାଇଁ କଡ଼ାକଡ଼ି ଯାଞ୍ଚ କରାଯିବା ଆବଶ୍ୟକ। ତେଣୁ ନିୟମ ଖିଲାପକାରି ଚଳାଚଳ କରୁଥିବା ଗାଡ଼ି ଯାଞ୍ଚ କରି ମାଲିକଙ୍କ ବିରୋଧରେ ତୁରନ୍ତ ଇ-ଚାଲାଣ ଜାରି କରାଯିବ। ଏଥିସହ ଏସମ୍ପର୍କିତ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ କରାଯିବ। ଟିକସ ପୈଠ ନକରି ଗାଡ଼ି ଚଳାଚଳ କରୁଥିଲେ ସମ୍ପୃକ୍ତ ଆରଟିଓ ଓଏମ୍‌ଭିଟି ଆଇନ୍-୧୯୭୫ର ଧାରା ୧୭(୨) ଅନୁସାରେ ଉକ୍ତ ଗାଡ଼ିକୁ ଜବତ କରିପାରିବେ। ସେପ୍ଟେମ୍ବର ୨ରୁ ୭ ତାରିଖ ମଧ୍ୟରେ ବେଆଇନ୍ ଭାବେ ଚଳାଚଳ କରୁଥିବା ଅନ୍ୟ ରାଜ୍ୟର ଗାଡ଼ିକୁ ଧରିବା ପାଇଁ କମିଶନର ନିର୍ଦେଶ ଦେଇଛନ୍ତି। ଦୈନିକ କେତେ ଗାଡ଼ି ଜବତ ହେଲା ଅବା ଚାଲାଣ ଜାରି ହେଲା ତାହାର ବିବରଣୀ ପରିବହନ କମିସନରଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ଆରଟିଓମାନଙ୍କୁ କୁହାଯାଇଛି। ତେବେ ଉପରୋକ୍ତ ଅବଧି ପରେ ମଧ୍ୟ ଯାଞ୍ଚ ଜାରି ରଖିବା ପାଇଁ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories