www.samajalive.in
Monday, December 8, 2025
17.1 C
Bhubaneswar

ହାତୀ ଦୌରାତ୍ମ୍ୟ: ବନ୍ୟାପାଣିରୁ ବାହାରି ଚାଷୀଙ୍କୁ ଦଳିଦେଲେ

ଗାଇସିଲେଟ / ମେଲଛାମୁଣ୍ଡା /ବରଗଡ଼: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ପଂଚାୟତ ତାଲପାଲି ଗାଧୋଆଦରା ଠାରେ ୪ଟି ହାତୀ ଅଙ୍ଗନଦୀ ବନ୍ୟାଜଳ ଘେରରେ ରହି ଯାଇଥିଲେ। ଘେଁସ ରେଞ୍ଜ ଘନମାଳ ପଟୁ ଏହି ହାତୀପଲ ତାଲପାଲିକୁ ଚାଲିଆସିଛନ୍ତି। ଏମାନେ ଅଙ୍ଗନଦୀ ଦେଇ ତାଲପାଲି ପଟକୁ ଆସୁଥିବା ବେଳେ ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ନଦୀ ଭିତରେ ଫସି ଯାଇଥିଲେ । ଏହି ହାତୀପଲରେ ଗୋଟିଏ ମାଈ, ଗୋଟିଏ ଅଣ୍ଡିରା ଏବଂ ଦୁଇଟି ଛୁଆ ହାତୀ ଅଛନ୍ତି। ରାତିରେ ନଦୀ ପାରହୋଇ ହାତୀପଲ ଜଙ୍ଗଲମୁହାଁ ହୋଇଥିଲେ । ଏହି ସମୟରେ ଘନାମାଲ ଗ୍ରାମର ସପ୍ତ ନାଏକ ନିଜ ଚାଷଜମିରେ ଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ସପ୍ତଙ୍କୁ ହାତୀପଲ ଆକ୍ରମଣ କରି ଦଳିଚକଟି ମାରି ଦେଇଥିଲେ । ବନବିଭାଗ ପକ୍ଷରୁ ହାତୀପଲଙ୍କୁ ଘଉଡ଼ାଇବା ବ୍ୟବସ୍ଥା କରାଯାଉଛି । ଏହି ଖବର ଲେଖାହେବା ପର୍ୟ୍ୟନ୍ତ ହାତୀପଲ ଘନାମାଲ ଜଙ୍ଗଲରେ ରହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories