www.samajalive.in
Tuesday, December 9, 2025
17.1 C
Bhubaneswar

କୋଭିଡ୍‍ କଟକଣା ମଧ୍ୟରେ ନିରାଡମ୍ବର ହେବ ଦଶହରା

ଆଠଗଡ : ସଂପ୍ରତି ରାଜ୍ୟରେ ତଥା ଦେଶରେ କରୋନା ଭୂତାଣୁ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ଚଳିତବର୍ଷ ଆଠଗଡରେ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ଦଶହରା ଉତ୍ସବ ପାଳନ କରାଯିବ ବୋଲି ମଙ୍ଗଳବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅପରାହ୍ନରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଚଳିତବର୍ଷ ଦଶହରା ପର୍ବ ପାଳନ ପାଇଁ ଯେଉଁଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାକୁ ହିଁ ଆଠଗଡରେ ଅନୁକରଣ କରାଯିବ ବୋଲି ପ୍ରକାଶ କରିଥିଲେ। ପୂଜା ମଣ୍ଡପ ଗୁଡିକରେ ନିର୍ଦ୍ଧାରିତ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ତିଆରି କରାଯାଇ ସେଠାରେ ବିଧି ଅନୁଯାୟୀ ନିରାଡମ୍ବର ଭାବେ ପୂଜାନୀତି କରାଯିବ ଏବଂ ସର୍ବସାଧାରଣଙ୍କର ଦର୍ଶନ ବନ୍ଦ ରହିବ। ବଜାରଘାଟରେ ଲୋକଙ୍କ ଭିଡ କରାଇଦିଆଯିବ ନାହିଁ, ଭସାଣୀ ଉତ୍ସବରେ ଶୋଭାଯାତ୍ରା କରାନଯାଇ କେବଳ ୧୫ଲୋକଙ୍କ ଉପସ୍ଥିତିରେ ବିସର୍ଜନ କରାଯିବ। ପୂଜାମଣ୍ଡପ ଗୁଡିକରେ ବ୍ୟାରିକେଟ କରାଯିବା ସହ ବିଶୋଧନ କରାଯିବ। ମଣ୍ଡପ ବାହାରେ ପରଦା ଟାଙ୍ଗିବା ସହ ତା ଭିତରେ ପୂଜାନୀତି ସଂପନ୍ନ କରାଯିବ। ସାପୁଆ ନଦୀର ଆଠଗଡ ଓ କନ୍ତୋଲ ଠାରେ ମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ଏନଏସି ଦ୍ୱାରା ଖୋଳାଯିବ। ଆଠଗଡ ଓ କନ୍ତୋଲ ଅଞ୍ଚଳର ସମସ୍ତ ମୂର୍ତ୍ତି ବିସର୍ଜନ କାର୍ଯ୍ୟ ୨ଦିନ ମଧ୍ୟରେ ଶେଷ କରାଯିବ। ପୂଜାନୀତି ସହ ସଂଶ୍ଲିଷ୍ଟ ସମସ୍ତ ବ୍ୟକ୍ତି, ପୂଜା କମିଟିର ସଦସ୍ୟଙ୍କ ସମେତ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ବୋଲି ବୈଠକରେ ଯୋଗଦେଇଥିବା ଉପଖଣ୍ଡ ପୁଲିସ ଅଧିକାରୀ ପ୍ରକାଶ କରିଥିଲେ। ସୂଚନା ଓ ଲୋକ ସଂପର୍କ ଅଧିକାରୀ ସାରଦା ପ୍ରସାଦ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଏସଡିପିଓ ଶ୍ରୀ ରାୟ, ତହସିଲଦାର ତପନ କୁମାର ଖୁଣ୍ଟିଆ, ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ପୂଜାକମିଟିର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ତହସିଲଦାର ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories