www.samajalive.in
Tuesday, December 9, 2025
17.1 C
Bhubaneswar

ଚୀନ କ୍ଷେତ୍ରରେ ଭାରତ ଯବାନ; ତୁରନ୍ତ ସେନା ପ୍ରତ୍ୟାହାର କରିବାକୁ ଚୀନର ପରାମର୍ଶ

ଭାରତୀୟ ସୀମା କ୍ଷେତ୍ରରେ ଆମେ ଅନୁପ୍ରବେଶ କରିନାହୁଁ: ଚୀନ

ବେଜିଂ: ସୀମାରେ ଉସୁକାଇବା ପରି ପଦକ୍ଷେପରୁ ବିରତ ରହିବାକୁ ଭାରତକୁ ପରାମର୍ଶ ଦେଇଛି ଚୀନ । ଏହା ସହ ଭାରତୀୟ ସେନାଙ୍କୁ ତୁରନ୍ତ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରୁ ହଟାଇନେବାକୁ ମଧ୍ୟ ଚୀନ ଭାରତକୁ କହିଛି । ଭାରତୀୟ ସେନା ବାସ୍ତବିକ ନିୟନ୍ତ୍ରଣ ରେଖା ଅତିକ୍ରମ କରିଛନ୍ତି ବୋଲି ଚୀନ ପାଲଟା ଅଭିଯୋଗ କରିଛି ।

ଚୀନ ସରକାରୀ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସ ଅନୁସାରେ ଚୀନର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନୟିଙ୍ଗ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ଏପରି ପରାମର୍ଶ ଦେଇଛନ୍ତି । ଏହା ସହ ସେ କହିଛନ୍ତି ଚୀନ କୌଣସି ଦେଶର ଜମିରେ ଗୋଟିଏ ଇଞ୍ଚ ମଧ୍ୟ ଅଧିକାର କରିନାହିଁ । ଏହା ସହ ସେ କହିଛନ୍ତି ଯେ ଚୀନ କେବେ ବି କୌଣସି ଦେଶ ସହ ସଂଘର୍ଷ ଲାଗି ଚାହୁଁନାହିଁ କିମ୍ବା କୌଣସି ଦେଶର ଜମି ଅଧିକାର କରିନାହିଁ । ଚୀନ ସେନା ଭାରତୀୟ କ୍ଷେତ୍ରରେ ପ୍ରବେଶ କରିନାହିଁ ବୋଲି ହୁଆ ଚୁନୟିଙ୍ଗ କହିଛନ୍ତି ।

- Advertisement -

ଏହା ପୂର୍ବରୁ ଭାରତସ୍ଥିତ ଚୀନ ଦୂତାବାସର ମୁଖପାତ୍ର କହିଥିଲେ ଯେ ଭାରତୀୟ ସେନା ବାସ୍ତବିକ ନିୟନ୍ତ୍ରଣ ରେଖାର ଭିନ୍ନଭିନ୍ନ ସ୍ଥାନରେ ସୀମା ପାର କରି ଚୀନ କ୍ଷେତ୍ରରେ ପ୍ରବେଶ କରିଛନ୍ତି । ଦୂତାବାସ ପକ୍ଷରୁ କୁହାଯାଇଥିଲା ଯେ ଚୀନ ଔପଚାରିକ ଭାବରେ ଭାରତ ସହ ସୀମାବର୍ତୀ ଅଞ୍ଚଳରେ ସେନାମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛି ।

ଏହାସହ ଚୀନ ଦୂତାବାସ ପକ୍ଷରୁ ନିଜ ୱେବସାଇଟରେ ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଥିଲେ । ଏଥିରେ କୁହାଯାଇଥିଲା ଯେ ଦୂତାବାସର ମୁଖପାତ୍ର ଭାରତ-ଚୀନ ସୀମାର ସ୍ଥିତିକୁ ନେଇ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏଥିରେ ଭାରତୀୟ ସେନା ପୋଙ୍ଗାଙ୍ଗ ତ୍ସୋର ଦକ୍ଷିଣାଞ୍ଚଳରେ ଅବୈଧ ଭାବରେ ପ୍ରବେଶକୁ ନେଇ ପ୍ରଶ୍ନ କରାଯାଇଥିଲା । ଚୀନ ଦୂତାବାସ ୩୧ ଅଗଷ୍ଟରେଭାରତୀୟ ସେନା ଚୀନ-ଭାରତ ସୀମା ବୁଝାମଣାକୁ ଉଲ୍ଲଙ୍ଘନ କରିଛନ୍ତି ବୋଲି ଚୀନ ଦୂତାବାସ ପକ୍ଷରୁ କୁହାଯାଇଥିଲା।

ଭାରତ ପୋନ୍ଗାଗ ତ୍ସୋର ଦକ୍ଷିଣାଞ୍ଚଳରେ ଓ ପଶ୍ଚିମ ସେକ୍ଟର ରେକିନ ଅଞ୍ଚଳରେ ସୀମା ଅତିକ୍ରମ କରିଛି ଏବଂ ଭାରତର ଏହି ପଦକ୍ଷେପକୁ ଉସୁକାଇବା ପରି ପଦକ୍ଷେପ ବୋଲି ଚୀନ କହିଛି । ଭାରତ ସୀମାନ୍ତରେ ନିଜ ସେନାଙ୍କୁ ନିୟନ୍ତ୍ରଣରେ ରଖିବା ଓ ସୀମା ବୁଝାମଣାକୁ ସମ୍ମାନ କରିବାକୁ ଚୀନ ପରାମର୍ଶ ଦେଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories