www.samajalive.in
Tuesday, December 9, 2025
17.1 C
Bhubaneswar

ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସ କରୋନା ଆକ୍ରାନ୍ତ, ଚିକିତ୍ସା ପାଇଁ କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ବର: ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗତକାଲି ରାତିରେ ଅଭିନେତା ଅଜିତ୍‌ ଦାସ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏ ସଂକ୍ରାନ୍ତରେ ‘ଓଡ଼ିଶା ମୋ ପରିବାର’ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଏବଂ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କୁ ତାଙ୍କ ଝିଅ ଯୋଗାଯୋଗ କରିଥିଲେ। ସେମାନଙ୍କ ସହଯୋଗରେ ଅଭିନେତା ଅଜିତ୍ ଦାସଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା ଏବଂ ଆଜି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଅଜିତ୍‌ ଦାସଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ଭୁବନେଶ୍ବରର ଏକ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଓ ଭଲ ରହିଛି ବୋଲି ହସ୍‌ପିଟାଲ୍‌ ସୂତ୍ରରୁ ଜଣାପଡ଼ିଛି।
ବରିଷ୍ଠ ଅଭିନେତା ଅଜିତ୍‌ ଦାସ କରୋନା ଆକ୍ରାନ୍ତ ବୋଲି ଜାଣିବା ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀ ତଥା ଅନ୍ୟ ବ୍ୟକ୍ତିବିଶେଷ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଏବଂ ସେ ଶୀଘ୍ର ଭଲ ହୋଇ ଘରକୁ ଫେରନ୍ତୁ ବୋଲି ଈଶ୍ବରଙ୍କଠାରେ ପ୍ରାର୍ଥନା କରିଛନ୍ତି।

ଅଜିତ ଦାସ ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ ଭାବେ ବେଶ୍‌ ଜଣାଶୁଣା। ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ‘ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର’ ପ୍ରତିଷ୍ଠା କରି ଯୁବ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।
ଅଜିତ୍‌ ଦାସ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ୧୯୪୯ ଜାନୁଆରୀ ୨୦ରେ ଜନ୍ମଗ୍ରହଣ କରିଥିଲେ । ଅଜିତ ଛୋଟବେଳରୁ ନାଟକ ସହିତ ଜଡିତ ଥିଲେ। ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା। ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ।

- Advertisement -

ଅଜିତ ଦାସଙ୍କୁ ୧୯୭୬ ମସିହାରେ ନିର୍ମିତ ‘ସିନ୍ଦୂର ବିନ୍ଦୁ’ କଥାଚିତ୍ରରେ ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ଦେଇଥିଲେ ଧୀର ବିଶ୍ୱାଳ। ଏହାପରେ ସେ ନାୟକ ଓ ଚରିତ୍ର ଭୂମିକାରେ ବହୁ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି। କଥାଚିତ୍ର ବ୍ୟତି ଟେଲିଭିଜନ ଓ ମଞ୍ଚନାଟକ ସହିତ ମଧ୍ୟ ଜଡିତ ଅଛନ୍ତି। ସେ ଅଭିନୟ ଜାଗୃତି ଇନଷ୍ଟିଉଟ ଅଫ ଥିଏଟର ‘ଅଜିତ’ ନାମକ ନାଟ୍ୟସଂସ୍ଥା ଗଠନକରି ନାଟକ ପରିବେଷଣ ଓ ନାଟ୍ୟଶିକ୍ଷା ପ୍ରଦାନ କରିଆସୁଛନ୍ତି। ‘କେବେ ତମେ ନାହଁ କେବେ ମୁଁ ନାହିଁ’-୨୦୧୨, ‘କୁଳ ଚନ୍ଦ୍ରମା’-୧୯୭୮, ‘ପୁନର୍ମିଳନ’-୧୯୭୭, ‘ଆହୁତି’-୧୯୭୭, ‘ସନ୍ଧ୍ୟା ତାରା’-୧୯୭୭, ‘ସିନ୍ଦୂର ବିନ୍ଦୁ’-୧୯୭୬ ଆଦିରେ ଅଜିତ୍‌ ଦାସଙ୍କ ଜୀବନ୍ତ ଅଭିନୟ ଦର୍ଶକୀୟ ଆଦୃତି ଲାଭ କରିଛି। ମଞ୍ଚ, ଚଳଚ୍ଚିତ୍ର ଓ ଟେଲିଭିଜନ୍‌ରେ ତାଙ୍କର ଅଭିନୟକୁ ଦର୍ଶକ ମଧ୍ୟ ବେଶ୍‌ ପ୍ରଶଂସା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories