www.samajalive.in
Monday, December 8, 2025
20.1 C
Bhubaneswar

ରାଜୀବ କୁମାର ହେଲେ ନୂଆ ନିର୍ବାଚନ କମିଶନର

୧୯୮୪ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରାଜୀବ କୁମାର ଆଜି ଦେଶର ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏବଂ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରଙ୍କ ସହ ନିର୍ବାଚନ ଆୟୋଗରେ ଯୋଗ ଦେଇଛନ୍ତି। ୧୯୬୦ ମସିହା ଫେବୃଆରୀ ୧୯ରେ ଜନ୍ମଗ୍ରହଣ କରିଥିବା ରାଜୀବ କୁମାର ଭାରତ ସରକାରଙ୍କ ଅଧୀନରେ ୩୬ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ସମେତ ବିହାର ଓ ଝାଡଖଣ୍ଡ ରାଜ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି।

ବିଜ୍ଞାନରେ ସ୍ନାତକ ସହ ଆଇନ ଡିଗ୍ରୀ ଏବଂ ପବ୍ଲିକ୍ ପଲିସିରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ରାଜୀବ କୁମାରଙ୍କର ସାମାଜିକ କ୍ଷେତ୍ର, ପରିବେଶ ଏବଂ ଜଙ୍ଗଲ, ମାନବ ସମ୍ବଳ, ଅର୍ଥ ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରହିଛି। ଟେକ୍ନୋଲୋଜିର ପ୍ରୟୋଗ କରି ଅଧିକ ସ୍ୱଚ୍ଛତା, ସିଧାସଳଖ ନାଗରିକମାନଙ୍କୁ ସେବା ଯୋଗାଇବା ତଥା ନୀତି ବ୍ୟବସ୍ଥାରେ ସଂଶୋଧନ ଆଣିବା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ରାଜୀବ କୁମାର ୨୦୨୦ ଫେବୃଆରୀରେ ଅର୍ଥ ସଚିବ ଭାବେ ଅବସର ଗ୍ରହଣ କରିଥିଲେ। ପରେ ସେ ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ଚୟନ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ଭାରତୀୟ ଶାସ୍ତ୍ରୀୟ ତଥା ଭକ୍ତି ସଙ୍ଗୀତ ପ୍ରତି ଆଗ୍ରହ ରଖୁଥିବା ରାଜୀବ ପର୍ସନାଲ ଏବଂ ଟ୍ରେନିଂ ବିଭାଗ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଓ ରାଜ୍ୟ କ୍ୟାଡରରେ ଶିକ୍ଷା ବିଭାଗରେ କାର୍ଯ୍ୟ କରିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories