www.samajalive.in
Sunday, December 7, 2025
16.1 C
Bhubaneswar

ବଳମ-ଲଇମୁରା ରାସ୍ତା ନିର୍ମାଣ ପାଇଁ ଜିଲା କୃଷକ ସଂଘର୍ଷ ସଂଘର ଦାବୀ

ଦେବଗଡ: ନିକଟ ଅତୀତରେ ଗ୍ରାମ୍ୟ ନର୍ମାଣ ବିଭାଗରୁ ପୂର୍ତ୍ତବିଭାଗ ଅଧିନକୁ ହସ୍ତାନ୍ତର କରାଯାଇଥିବା ବଳମ-ଲଇମୁରା(ଭାୟା ଟୁସୁଳା)ରାସ୍ତାର ଅବସ୍ଥା ସମ୍ପ୍ରତ୍ତି ଶୋଚନୀୟ ହୋଇପଡିଛି। ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ୧ ଫୁଟ/୨ ଫୁଟ ଲେଖାଏଁ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଉକ୍ତ ରାସ୍ତାଟି ଏକପ୍ରକାର ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଯାତାୟତ ନିମନ୍ତେ ଉକ୍ତ ରାସ୍ତା ଉପରେ ୭ଟି ପଂଚାୟତର ଜନସାଧାରଣ ନିର୍ଭର କରୁଥିବା ବେଳେ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ସମ୍ପୃକ୍ତ ଅଂଚଳର ଚାଷୀମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି। ଅନ୍ୟପକ୍ଷରେ ଉକ୍ତ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ପ୍ୟାକ୍ସ ଦ୍ୱାରା ସଂଗୃହିତ ଧାନ ସଂଗ୍ରହ ନିମନ୍ତେ ଗାଡି ପଠାଇବା ନିମନ୍ତେ ମଧ୍ୟ ମିଲରମାନେ ଉଚିତ ମଣୁନାହାନ୍ତି। ଫଳରେ ଚାଷୀମାନେ ନିଜ ନିଜର ଧାନକୁ ପ୍ୟାକ୍ସରେ ନଦେଇ ମିଲର ନିକଟକୁ ଧାନ ଆଣିଦେବା ସହ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଦୁଗ୍ଧ ଚାଷୀମାନେ ମଧ୍ୟ ଏହି କାରଣରୁ ଦୁଗ୍ଧର ଉଚିତ ମୂଲ୍ୟ ପାଇବାରୁ ବଂଚିତ ହେଉଛନ୍ତି। ବାରକୋଟ ବ୍ଲକର ବଳମ ଠାରୁ ତିଲେଇବଣି ବ୍ଲକର ଲଇମୁରା ପର୍ୟ୍ୟନ୍ତ ଉକ୍ତ ନୂତନ ରାସ୍ତାର ନିର୍ମାଣ ପାଇଁ ୨୦୧୯-୨୦ ଆର୍ଥୀକ ବର୍ଷରେ ସରକାର ପୁର୍ତ୍ତ ବିଭାଗକୁ ଆର୍ଥୀକ ଅନୁଦାନ ଦେଇସାରିଥିଲେ ମଧ୍ୟ ଅଦ୍ୟାବଧି ରାସ୍ତା ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇନାହିଁ। ଏଣୁ ତୁରନ୍ତ ଏହିରାସ୍ତା ନିର୍ମାଣ କରିବାକୁ ଜିଲା କୃଷକ ସଂଘର୍ଷ ସମିତି ପକ୍ଷରୁ ଗତ ୭ ତାରିଖରେ ଦେବଗଡ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଲିଖିତ ଦାବୀ କରାଯାଇଥିଲା। ମାତ୍ର ଇତିମଧ୍ୟରେ ଏହାର ୨୫ ଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ରସ୍ତାର ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇନାହିଁ। ଫଳରେ ଆଜି ପୁଣିଥରେ ଏନେଇ ଦେବଗଡ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଲିଖିତ ଦାବୀ କରାଯାଇଛି।

ଆଜି ଜିଲା କୃଷକ ସଂଘର୍ଷ ସମିତିର ସଭାପତି ସେମ ହେମ୍ରମ ଓ ସାଧାରଣ ସମ୍ପାଦକ ଗୁଣନିଧି ବେହେରାଙ୍କ ନେତୃତ୍ୱରେ ସଂଘର୍ଷ ସଂଘର ବହୁ ସଦସ୍ୟ ଦେବଗଡ ସ୍ଥିତ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଆସି ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ସହକାରୀ ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପରିଡାଙ୍କୁ ଏମର୍ମରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଏଥିସହ ଆଗାମୀ ସେପ୍ଟେମ୍ବର ମାସ ୩୦ ତାରିଖ ମଧଯୟରେ ଯଦି ଉକ୍ତ ରାସ୍ତାର ନିର୍ମାଣ କାର୍ୟ୍ୟ ଆରମ୍ଭ ନହୁଏ ତେବେ ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଲିଖୀତ ଚେତାବନୀ ଦିଆଯାଇଥିଲା। ଜିଲା କୃଷକ ସଂଘର୍ଷ ସଂଘର କର୍ମକର୍ତ୍ତା ମାନେ ଦେବଗଡ ଜିଲାପାଳଙ୍କ କାର୍ୟ୍ୟାଳୟ ସ୍ଥିତ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଜିଲାପାଳଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories