www.samajalive.in
Tuesday, December 9, 2025
16.1 C
Bhubaneswar

ଅଦାଲତ ଅବମାନନା ମାମଲା: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ । ସୋମବାର ଏପରି ଦଣ୍ଡବିଧାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ସେ ଯଦି ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏହା ଦାଖଲ ନକରନ୍ତି, ତେବେ ତାଙ୍କୁ ୩ ମାସ ଜେଲ ସହିତ ୩ ବର୍ଷ ପ୍ରାକ୍ଟିସ୍‌ କରିବାକୁ ରୋକ ଲଗାଯିବ ରାୟରେ କୁହାଯାଇଛି। ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ବରେ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଘୋଷଣା କରିଛନ୍ତି।


ଏହାପୂର୍ବରୁ ଏହି ମାମାଲାର ଶୁଣାଣି କରି ଅଗଷ୍ଟ ୨୫ ରେ କୋର୍ଟ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ବୋଲି କହିଥିଲେ ଏବଂ ଆଜି ସେହି ମାମଲାରେ ତାଙ୍କ ଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡିତ କରିବା ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲଙ୍କଠାରୁ ମତାମତ ଲୋଡିଥିଲେ। ଯାହା ଉପରେ ଭେନୁଗୋପାଲ କହିଛନ୍ତି ଯେ ପ୍ରଶାନ୍ତ ଭୂଷଣଙ୍କୁ ଚେତାବନୀ ଦିଆଯିବା ଉଚିତ୍।  ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ନ୍ୟାୟପାଳିକାକୁ ଅପମାନିତ କରିବା ଭଳି ଦୁଇଟି ଟ୍ୱିଟ୍ କରିଥିଲେ ଏବଂ ଏଥି ପାଇଁ ସୁପ୍ରିମକୋର୍ଟରେ କ୍ଷମା ମାଗିବାକୁ ମଧ୍ୟ ମନା କରି ଦେଇଥିଲେ।

- Advertisement -

ସୂଚନାଯୋଗ୍ୟ ୨୫ ଅଗଷ୍ଟରେ କୋର୍ଟ ଏହି ମାମାଲାର ଶୁଣାରି କରି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଏବଂ ବିଚାରପତିଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଗଷ୍ଟ ୨୫ ରେ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କ୍ଷମା ମାଗିବାକୁ କୋର୍ଟ କହିଥିଲେ। କିନ୍ତୁ ପ୍ରଶାନ୍ତ ଭୂଷଣ ଭୁଲ କରି ନାହାନ୍ତି ତେଣୁ ସେ କ୍ଷମା ମାଗିବେନି ବୋଲି କହିଥିଲେ। ଏହାପରେ କୋର୍ଟ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡାଦେଶ ଉପରେ ବିଚାର କରି ରାୟ ସଂରକ୍ଷିତ କରି ରଖିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories