www.samajalive.in
Monday, December 8, 2025
27.1 C
Bhubaneswar

ଭାଦ୍ରବ ମାସ ରବିବାର : ଖୁଦୁରୁକୁଣୀ ଓଷା ଶେଷପାଳି

ବୋଲଗଡ : ବାର ମାସରେ ତେର ପରବ। ସନାତନ ଧର୍ମ ଜଗନ୍ନାଥ ସଂସ୍କୃତିର ବିଜୟ ଧ୍ୱାଜାକୁ ପାଥେୟ କରି ହିନ୍ଦୁଧର୍ମରେ ରାଜ୍ୟର ପୁରପଲ୍ଲୀରେ ଖୁଦୁରୁକୁଣୀ ତଥା ଭାଲୁକୁଣି ଓଷା କୁଆଁରୀ ମୁଖ୍ୟପର୍ବ ଭାବେ ପରିଚିତ। ଭାଦ୍ରବମାସରେ ଏହିଓଷାକୁ କୁଆଁରୀମାନେ ସ୍ଳବିଶେଷରେ ନବ ବିବାହିତାମାନଙ୍କ ପାଇଁ ପ୍ରଥମବର୍ଷ ପ୍ରତ୍ୟେହ ରବିବାର ଏହି ଓଷା ପାଳନ କରିଥାନ୍ତି। ଆଜି ମାସର ଶେଷ ରବିବାର ହେତ ଖୁଦୁରୁକୁଣୀ ଓଷା ଶେଷ ହୋଇଛି। କୁଆଁରୀମାନେ ଭାଇର ମଙ୍ଗଳକାମନା କରି ଏହି ଓଷା ବା ବ୍ରତ କରିଥାନ୍ତି।

ମାସର ପ୍ରତ୍ୟେହ ରବିବାର ସକାଳୁ କୁଆଁରୀମାନେ ପୂଜା କୋଠୀରେ ଏକାଠି ହୋଇ ଫୁଲ ଗୁନ୍ଥି ଓଷାର ମୁଖ୍ୟ ଦେବୀ ମା ମଙ୍ଗଳାଙ୍କୁ ଆରାଧନା ତଥା ପୂଜାଅର୍ଚ୍ଚନା କରନ୍ତି। ପ୍ରତ୍ୟେହ ରବିବାର ମଧ୍ୟାହ୍ନରେ ତରୁଣୀମାନେ ନଦୀ କିମ୍ବା ପୁଷ୍କରିଣୀକୁ ଯାଇ ବାଲୁକା ଶର୍ଯ୍ୟାରେ ପୁଷ୍ପାଞ୍ଜଳି ଅର୍ପଣ କରନ୍ତି। ପରେ ଓଷା କୋଠୀରେ ମା ମଙ୍ଗଳା ତଥା ଭାଲୁକୁଣୀକୁ ଖଇ, କାକୁଡି, କଦଳୀ ତଥା ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ପୂଜା କରି ମା ଙ୍କ ଆଶିର୍ବାଦ ଲାଭ କରିଥାନ୍ତି। ସନ୍ଧ୍ୟାରେ ପୂଜା କରି ଦୁହୁଡି ଜାଳି ଝୁଣାମାରି ଖଇ ପୁଷ୍ପାଞ୍‍ଦଜଳି ଅର୍ପଣ କରନ୍ତି। ଏହିପାରମ୍ପରିକ ବିଧି ବିଧାନ ବୋଲଗଡ ତଥା ଏହାର ଆଖପାଖ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି। ମାସର ଶେଷ ରବିବାର ରାତ୍ରିରେ ନଦୀ ପୋଖରି ଗଡିଆ ଆଦିରେ କୁଆଁରୀମାନେ ବୋଇତ ଭସାଇ ଅତୀତର କିମ୍ବ ଦନ୍ତି ସାଧବ ପୁଅର ବିଦେଶ ଯାତ୍ରାକୁ ମନେପକାଇ ଖୁଦୁରୁକୁଣୀ ଓଷାକୁ ବିଦାୟ ଦେଇଥାନ୍ତି। ସୂଚନା ଯୋଗ୍ୟ ଚଳିତବର୍ଷ କରୋନା ମହାମାରୀର ଭୟ ଓ ଆତଙ୍କରେ କୈାଣସି ପୂଜା କୋଠୀରେ ସାମାଜିକ ଦୁରତା ରକ୍ଷା କରି ପୂଜାବିଧି ବ୍ୟବସ୍ଥା ବ୍ୟତୀତ ନାଚ ଗୀତ,ସାଉଣ୍ଡ ଆଦି ବ୍ୟବହାର ହୋଇନଥିବା ଦେଖିବାକୁ ମିଳିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories