ଲକ୍ଷ୍ନୌ : ସ୍ଥାନୀୟ ଗୌତମପଲ୍ଲୀ ରେଳବାଇ କଲୋନୀରେ ଜଣେ ରେଳବାଇ ଅଧିକାରୀଙ୍କ ପତ୍ନୀ ଓ ପୁଅଙ୍କୁ ନିଜ ଘରେ ଗୁଳି ମାରି ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାମ ମାଳିନୀ ବାଜପେୟୀ (୪୯) ଏବଂ ପୁଅ ଶରଦ(୨୨) ବୋଲି ପୁଲିସ କହିଛି। ଶନିବାର ଶୋଇବା ଘରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ରେଳବାଇ ଅଧିକାରୀ ଆର.ଡି ବାଜପେୟୀ ସମ୍ପ୍ରତି ଦିଲ୍ଲୀରେ ନିଯୁକ୍ତ। ବାଜପେୟୀଙ୍କ ଝିଅଙ୍କୁ ଗୁଳି ହୋଇ ନ ଥିଲେ ମଧ୍ୟ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଥିବା ପୁଲିସ କମିସନର ସୁଜିତ ପାଣ୍ଡେ କହିଛନ୍ତି। ପୁଲିସ ଘରୋଇ ସହାୟକଙ୍କୁ ଅଟକ ରଖିଛି। ଘଟଣା ପଛରେ ଲୁଟ୍ପାଟ୍ର କୌଣସି ଉଦ୍ଦେଶ୍ୟକୁ ପୁଲିସ ଅସ୍ବୀକାର କରିଛି।
Popular Categories



