www.samajalive.in
Tuesday, December 9, 2025
17.1 C
Bhubaneswar

ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶାସନର ମାଗଣା ବସ୍‍ ବ୍ୟବସ୍ଥା

ଫୁଲବାଣୀ :ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଜେଇଇ ପ୍ରବେଶିକା ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ମାଗଣା ବସ୍‍ ବ୍ୟବସ୍ଥା କରିଛି। ଏଥିପାଇଁ ଫୁଲବାଣୀ ଆଇଟିଆଇର ଅଧ୍ୟକ୍ଷ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଯେଉଁ ପରୀକ୍ଷାର୍ଥୀ ସରକାରୀ ବ୍ୟବସ୍ଥାରେ ଯିବାକୁ ଚାହିଁବେ ସେମାନେ ନୋଡାଲ ଅଧିକାରୀଙ୍କ ନିକଟରେ ପଞ୍ଜିକରଣ କରିବେ। ପରୀକ୍ଷାର୍ଥୀ ଓ ସେମାନଙ୍କ ଅବିଭାବକଙ୍କୁ ପ୍ରଶାସନ ପକ୍ଷରୁ ସେମାନଙ୍କ କେନ୍ଦ୍ରକୁ ଯିବାକୁ ମାଗଣାରେ ବସ୍‍ ବ୍ୟବସ୍ଥା ଓ ମାଗଣାରେ ରହିବା ପାଇଁ ପରୀକ୍ଷା କେନ୍ଦ୍ର ନିକଟ ଆଇଟିଆ ହୋଷ୍ଟେଲରେ ବ୍ୟବସ୍ଥା ହୋଇଛି। ଛାତ୍ରୀଙ୍କ ସହିତ ଜଣେ ଅବିଭାବକ ଯିବା ବାଧ୍ୟତାମୁଳକ କରାଯାଇଛି।

ଏଥି ସହ ପରୀକ୍ଷାର୍ଥୀ ଓ ସେମାନଙ୍କ ଅବିଭାବକ ଜିଲ୍ଲା ବାହାର ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ କୌଣସି ଅନୁମତିର ଆବଶ୍ୟକତା ନାହିଁ। ସେମାନେ ନାକା ଚେକ୍‍ ଗେଟ୍‍ ରେ ପରୀକ୍ଷାର ଆଡମିଟ୍‍ କାର୍ଡ ଦେଖାଇ ଯାଇ ପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୋଡାଲ ଅଧିକାରୀ ତଥା ଫୁଲବାଣୀ ଆଇଟିଆଇର ଅଧ୍ୟକ୍ଷ ପ୍ରକାଶ ସେଠୀଙ୍କୁ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତମାନ ସୁଦ୍ଧା ୨୪ ଜଣ ଜେଇଇ ପ୍ରବେଶିକା ଓ ୨୨ ଜଣ ନିଟ୍‍ ପରୀକ୍ଷାର୍ଥୀ ପଞ୍ଜିକରଣ କରିଛନ୍ତି। ଏଥି ସହ ୨୨ ଜଣ ଅବିଭାବକ ମଧ୍ୟ ଯିବା ପାଇଁ ପଞ୍ଜିକରଣ ହୋଇଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସେପ୍ଟମ୍ବର ୧ରୁ ୩ ପର୍ଯ୍ୟନ୍ତ ହେଉଥିବା ବେଳେ ଏଥିରେ ଜିଲ୍ଲାରୁ ୫ ଜଣ ବ୍ରହ୍ମପୁର ଓ ୬ ଜଣ ଭୁବନେଶ୍ୱର ଠାରେ ପରୀକ୍ଷା ଦେବାକୁ ପଞ୍ଜିିକରଣ କରିଛନ୍ତି। ସେମାନଙ୍କ ପାଇଁ ୩୦ ତାରିଖ ସକାଳ ୯ଟାରେ ଆଇଟିଆଇ ପରିସରରୁ ବସ୍‍ ବାହାରିବ। ପ୍ରତ୍ୟେକ ବସ୍‍ ରେ କେବଳ ୨୦ ଜଣ ଯିବାର ବ୍ୟବସ୍ଥା ହୋଇଛି।

- Advertisement -

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସେପ୍ଟମ୍ବର ୪ରୁ ୬ ପ ର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେଉଛି। ବ୍ରହ୍ମପୁର କେନ୍ଦ୍ରରେ ପରୀକ୍ଷା ଦେବାକୁ ୨ ଜଣ ଏବଂ ଭୁବନେଶ୍ୱର କେନ୍ଦ୍ରରେ ପରୀକ୍ଷା ଦେବାକୁ ୯ ଜଣ ଏପରି ୧୧ ଜଣ ପରୀକ୍ଷାର୍ଥୀ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ପାଇଁ ୩ ତାରିଖରେ ଏଠାରୁ ବସ୍‍ ବାହାରିବ। ତେବେ ବସ୍‍ ବାହାରିବା ପର୍ଯ୍ୟନ୍ତ ପଞ୍ଜିକରଣ ଖୋଲା ରହିଥିବା ଅଧ୍ୟକ୍ଷ ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ସମସ୍ତ ପରୀକ୍ଷାର୍ଥୀ ଓ ସେମାନଙ୍କ ଅବିଭାବକ କୋଭିଡ୍‍ ଗାଇଡ୍‍ ଲାଇନ ଅନୁଯାୟୀ ମାସ୍କ ପରିଧାନ କରିବା ବାଧ୍ୟତା ମୁଳକ କରାଯାଇଥିବା ସେ କହିଛନ୍ତି। ନିଟ୍‍ ପରୀକ୍ଷା ୧୩ ତାରିଖରୁ ଆରମ୍ଭ ହେଉଥିବାରୁ ସେମାନଙ୍କ ଯାତାୟତ ବ୍ୟବସ୍ଥା ତା ପୂର୍ବରୁ କରାଯିବ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories