www.samajalive.in
Monday, December 8, 2025
27.1 C
Bhubaneswar

୪କୋଟି ନମୁନା ପରୀକ୍ଷା : ଭାରତର ଆଉ ଏକ ରେକର୍ଡ

ନୂଆଦିଲ୍ଲୀ : କୋଭିଡ ମୁକାବିଲା କ୍ଷେତ୍ରରେ  ଭାରତ ୪କୋଟି ନମୁନା ପରୀକ୍ଷା କରି ଏକ ନୂଆ ରେକର୍ଡ ହାସଲ କରିଛି। ଗତ ୨୪ ଘଣ୍ଟା ଭିତରେ ୯ଲକ୍ଷ ୨୮ହଜାରରୁ ଊର୍ଦ୍ଧ୍ବ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସମନ୍ୱିତ ଉଦ୍ୟମ ଯୋଗୁଁ ଭାରତ ଏ ପର୍ଯ୍ୟନ୍ତ ୪ କୋଟି ୪ ଲକ୍ଷ ୬୦୯ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ନମୁନା ପରୀକ୍ଷା କରିପାରିଛି। ମନ୍ତ୍ରଣାଳୟ କହିଛି, ଗତ ଜାନୁଆରୀ ମାସରେ ପୁଣେ ପରୀକ୍ଷା ଗାରରେ ଗୋଟିଏ ନମୁନା ପରୀକ୍ଷାରୁ ବର୍ତ୍ତମାନ ୪କୋଟିରୁ ଊର୍ଦ୍ଧ୍ବ ନମୁନା ପରୀକ୍ଷା କରାଯାଇଛି।

ଏହାଦ୍ୱାରା ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ୨୯ହଜାର ୨୮୦କୁ ବୃଦ୍ଧି ପାଇଛି। କୋଭିଡ୍‍-୧୯ ପରିଚାଳନାରେ ଭାରତ ନମୁନା ପରୀକ୍ଷା, ସଂକ୍ରମିତ ମାନଙ୍କର ଚିହ୍ନଟ ଓ ସେମାନଙ୍କର ଚିକିତ୍ସା ରଣକୌଶଳ ସହ ଅଗ୍ରସର ହେଉଛି। ମନ୍ତ୍ରଣାଳୟ କହିଛି, ଜାତୀୟ ସଂକ୍ରମିତ ହାର କ୍ରମାଗତ ଭାବେ ହ୍ରାସ ପାଇ  ୮.୫୭% ରହିଛି। ଦ୍ରୁତ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତମାନଙ୍କର ଆଗୁଆ ଚିହ୍ନଟ କରାଯାଇ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଶୀଘ୍ର ଚିହ୍ନଟ  କରି ସଂଗରୋଧରେ ରଖାଯାଉଛି। ମନ୍ତ୍ରଣାଳୟ କହିଛି, ଦେଶରେ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଇ ସହଜରେ ନମୁନା ପରୀକ୍ଷା କରାଯିବା ସହ ଜାତୀୟ ସ୍ତରରେ ନମୁନା ପରୀକ୍ଷା ହାର ବୃଦ୍ଧି ପାଇଛି।
ମୋଟ୍‍ ୧ହଜାର ୫୭୬ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୧୦୦୨ଟି ସରକାରୀ ପରୀକ୍ଷାଗାର ଓ ୫୭୪ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories