www.samajalive.in
Tuesday, December 9, 2025
17.1 C
Bhubaneswar

ଯାଜପୁରରେ ବନ୍ୟା ; ବିପଦ ଶଙ୍କୁଳ ଉପରେ ସମସ୍ତ ନଦୀ

ଯାଜପୁର : ଉପରମୁଣ୍ଡରେ ଦୁଇ ଦିନ ପ୍ରବଳ ବର୍ଷା ଯୋଗୁଁ ଯାଜପୁର ଜିଲାରେ ସମସ୍ତ ନଦୀ ଗୁଡିକରେ ଜଳସ୍ତର ବିପଦ ଶଙ୍କୁଳ ଉପରେ ପ୍ରବାହିତ ହେଉଛି। ଯାହା ପଂଳରେ ତଳିଆ ଅଂଚଳରେ ବସବାସ କରୁଥିବା ଜନସାଧାରଣ ଓ ଗୃହ ପାଳିତ ପଶୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପରି କି, କେତେକ ସ୍ଥାନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଜିଲାରେ ପ୍ରବାହିତ ନଦୀ ଗୁଡିକ ବିଭିନ୍ନ ସ୍ଥାନରେ ବିପଦ ଶଙ୍କୁଳ ଉପରେ ପ୍ରବାହିତ ହେଉଛନ୍ତି। ତଦନୁକ୍ରମେ ଗତ ରାତ୍ରି ୩ ଘଟିକା ଠାରୁ ଆଜି ଦିନ ୨ ଘଟିକା ପର୍ଯ୍ୟନ୍ତ ଜଳ ସ୍ତରର ଆକଳନ କରାଯାଇଛି। ତଦନୁସାରେ ଆନନ୍ଦପୁର ଠାରେ ବିପଦ ସଂକେତ ୩୮.୩୬ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୩୭.୪୬ ମିଟର, ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୧୯.୨୯ ମିଟର, ବଲ୍ଲଭୀ ଘାଟ ଠାରେ ବିପଦ ସଂକେତ ୧୩.୩୪ ମିଟର ଥିବାବେଳେ ୧୪.୧୩ ମିଟର, ଦଶରଥପୁର ଠାରେ ବିପଦ ସଂକେତ ୯.୫୨ ମିଟର ଥିବାବେଳେ ୧୧.୮୨ ମିଟର ଜଳ ପ୍ରବାହିତ ହେଉଛି। ସେହିପରି ବ୍ରାହ୍ମଣୀ ନଦୀର ଯେନାପୁର ଠାରେ ବିପଦ ସଂକେତ ୬୭ ପୁଂଟ ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୭୧.୯୦ ପୁଂଟ, ଖରସ୍ରୋତା ନଦୀର ବିଂଝାରପୁର ଠାରେ ବିପଦ ସଂକେତ ୧୦.୩୦ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୧୦.୫୨ ମିଟର, ସିଂହପୁର ଠାରେ ବିପଦ ସଂକେତ ୬.୭୨ ମିଟର ଥିବାବେଳେ ୬.୯୪ ମିଟର ଜଳ ପ୍ରବାହିତ ହେଉଥିବାର ଜିଲା ଜରୁରୀ ବିଭାଗ ସୂତ୍ରରୁ ପ୍ରକାଶ। ସମୁଦାୟ ଜିଲାରେ ବିଗତ ବର୍ଷାର ପରିମାଣ ହାରାହାରି ୧.୧୬ ମି.ମି. ହୋଇଥିବାର ଆକଳନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories