www.samajalive.in
Tuesday, December 9, 2025
16.1 C
Bhubaneswar

ପୁଣି ଭଟ୍ଟାରିକା ମନ୍ଦିର ଭିତରେ ପ୍ରବେଶ କଲା ୩ଫୁଟର ବନ୍ୟାଜଳ

ବଡ଼ମ୍ବା: ଗୁରୁବାର ଭୋରୁ ପ୍ରାୟ ୨୪ଘଣ୍ଟା ଧରି ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିର ଗର୍ଭଗୃହ ଦେଇ ମହାନଦୀର ବନ୍ୟାଜଳ ପ୍ରବାହିତ ହେଉଥିଲା। ଫଳସ୍ୱରୁପ ପୀଠେ ପୂଜାପାଉଥିବା ମା ଭଟ୍ଟାରିକାଙ୍କ ଚଳନ୍ତି ପ୍ରତିମାକୁ ନିକଟସ୍ଥ ପାହାଡ଼ି ମନ୍ଦିରକୁ ସ୍ଥାନାନ୍ତର କରାଯାଇ ସେଠାରେ ଠାକୁରାଣୀଙ୍କ ପୂଜାର୍ଚ୍ଚନା କରାଯାଉଥିଲା। ତେବେ ବିଳମ୍ବିତ ରାତି ପ୍ରାୟ ୩ଟା ବେଳକୁ ବନ୍ୟାଜଳ ହ୍ରାସପାଇ ମନ୍ଦିରରୁ ପାଣିଛାଡ଼ିବାରୁ ସେବାୟତମାନେ ମନ୍ଦିର ସଫାକରି ଆଜି ପ୍ରତ୍ୟୁଷରୁ ପୀଠରେ ଯଥାରୀତି ଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ। ହେଲେ ପ୍ରମୁଖ ପୂଜକ ଶିରିଶ ରଣାଙ୍କ ସୂଚନାନୁଯାଇ ଆଜି ଅର୍ଥାତ୍ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ବେଳକୁ ପୁନର୍ବାର ବନ୍ୟାଜଳ ବୃଦ୍ଧିପାଇ ମନ୍ଦିର ଗର୍ବଗୃହରେ ପ୍ରବେଶ କରିଛି। ମନ୍ଦିର ଦେଇ ପ୍ରାୟ ୩ଫୁଟ ଉଚ୍ଚର ବନ୍ୟାଜଳ ଏବେ ପ୍ରଭାବହିତ ହେଉଛି। ଯାହାଫଳରେ ବନ୍ୟାଜଳ ପ୍ରବେଶ ହେବାକ୍ଷଣି ପୁଣିଥରେ ଠାକୁରାଣୀଙ୍କ ଚଳନ୍ତି ବିଗ୍ରହକୁ ସ୍ଥାନାନ୍ତର କରାଯିବାସହ ସ୍ୱତନ୍ତ୍ର ଭାବେ ଅସ୍ଥାୟୀ ମନ୍ଦିରରେ ମା’ଙ୍କ ଦେବନୀତି ଯଥାରୀତି ଅନୁଷ୍ଠିତ ହେଉଥିବା ପୂଜକ ଶ୍ରୀ ରଣାଙ୍କଠାରୁ ପ୍ରକାଶ। ସୂଚନାଥାଉକି କୋଭିଡ କଟକଣା ଯୋଗୁଁ ପ୍ରାୟ ୪ମାସରୁ ଊର୍ଦ୍ଧ୍ବ ହେବ ଦେବୀଙ୍କ ମନ୍ଦିର ସିଂହଦ୍ୱାର ବନ୍ଦ ରହିବାସହ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ତେବେ ଭଟ୍ଟାରିକାରେ ବନ୍ୟା ଦୃଶ୍ୟ ଦେଖିବାକୁ ଭକ୍ତଙ୍କ ଆଗମନ ବଢିଥିବା ବେଳେ ଏବେବି ପୀଠରେ ମା’ଙ୍କ ଦୁର୍ଲଭ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହେଉଥିବା ଦେଖାଯାଇଛି। କାରଣ ତ୍ରିପୁରାସୁନ୍ଦରୀ ମହାମାୟା ମା ଭଟ୍ଟାରିକା ଏବେ ମହାନଦୀର ଜଳରେ ପ୍ରକୃତିସ୍ଥ ଜଳଶାୟୀ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories