www.samajalive.in
Sunday, December 7, 2025
15.1 C
Bhubaneswar

ନିଟ୍‌ ଓ ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଏସ୍‌ଓପି ଜାରି କଲା ଏନ୍‌ଟିଏ

ନୂଆଦିଲ୍ଲୀ :  ନିଟ୍‌ ଓ ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡିଓର ବା ଏସ୍‌ଓପି ଜାରି କରାଯାଇଛି। ଏସ୍‌ଓପିରେ ପ୍ରରୀକ୍ଷାର୍ଥୀଙ୍କ ପାଇଁ ସାମାଜିକ ଦୂରତ୍ବ ରକ୍ଷା ଅପରିହାର୍ଯ୍ୟ କରାଯାଇଛି। ସେହି ଅନୁସାରେ ପରୀକ୍ଷା କେନ୍ଦ୍ରରେ ଆସନ ଆୟୋଜନ କରାଯିବ। ପରୀକ୍ଷା କେନ୍ଦ୍ରରେ ଉପନୀତ ହେବାବେଳେ ସେମାନଙ୍କ ପାଇଁ ‘ସ୍ଲଟ୍‌’ ବ୍ୟବସ୍ଥା କରାଯିବ ଓ ସେହି ଆଧାରରେ ସେମାନେ କେନ୍ଦ୍ରକୁ ପ୍ରବେଶ କରିବେ। ସେମାନେ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ବାଧ୍ୟ ହେବେ। ସେମାନେ ଏହା ଆଣି ନ ଥିଲେ କେନ୍ଦ୍ର ନିକଟରେ ଯୋଗାଇ ଦିଆଯିବ। ଶରୀରର ଉତ୍ତାପ ପରିମାପକ ବ୍ୟବହାର କରାଯିବ। ପ୍ରବେଶ ପଥ ଓ କେନ୍ଦ୍ରରେ ସାନିଟାଇଜର ବ୍ୟବହାର ନିଶ୍ଚିତ ହେବ। କେନ୍ଦ୍ର ଭିତରକୁ କେବଳ ମାସ୍କ ଓ ଗ୍ଲୋବ୍ସ ବ୍ୟତୀତ ​ବି‌ଶୋଧନ ପାଇଁ ​‌େ​‌​‌ସ୍ପ୍ର ବୋତଲ, ସ୍ପଞ୍ଜ ବା କପଡ଼ା ଯାଇପାରିବ।

ପ୍ରବେଶ ସମୟରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଧାଡ଼ି କରାଯିବ ଓ ପ୍ରତି ଧାଡ଼ିରେ ସର୍ବାଧିକ ୨୦ଜଣ ରହିପାରିବେ। ସେମାନଙ୍କୁ ଯାଞ୍ଚବେଳେ ଶରୀର ସ୍ପର୍ଶ କରାଯିବ ନାହିଁ। ଏଥିପାଇଁ ବଡ଼ ହ୍ୟାଣ୍ଡଲ ବିଶିଷ୍ଟ ଯନ୍ତ୍ର (ମେଟାଲ ଡିଟେକ୍‌ଟର) ବ୍ୟବହାର ହେବ। କୋଠରିକୁ ଭଲ ଭାବେ ବିଶୋଧନ କରାଯିବ। କେନ୍ଦ୍ରର ଫାଟକ, ଚଟାଣ, କାନ୍ଥ, କବାଟ, ଟେବୁଲ-ଚୌକି ଇତ୍ୟାଦି ବିଶୋଧନ କରାଯିବ। ପରୀକ୍ଷା ପରିଚାଳନାରେ ନିୟୋଜିତ କର୍ମଚାରୀଙ୍କୁ ଭଲ ଭାବେ ଯାଞ୍ଚ ତଥା ବିଶୋଧନ କରାଯିବ। ସେମାନେ ଏକ ଘୋଷଣାପତ୍ରରେ ସ୍ବାକ୍ଷର କରିବେ। ସାମାଜିକ ଦୂରତ୍ବ ରକ୍ଷା ପାଇଁ ଏନ୍‌ଟିଏ ପକ୍ଷରୁ ଅନ୍‌ଲାଇନ୍‌ରେ ଆୟୋଜିତ ଜେଇଇ-ମେନ୍‌ ପରୀକ୍ଷା କେନ୍ଦ୍ର ସଂଖ୍ୟା ୫୭୦ରୁ ୬୬୦କୁ ବୃଦ୍ଧି କରାଯାଇଥିବାବେଳେ କାଗଜ କଲମରେ ହେବାକୁ ଥିବା ନିଟ୍‌ ପାଇଁ ୨୫୪୬ରୁ ୩୮୪୩କୁ ବୃଦ୍ଧି କରାଯାଇଛି। ଜେଇଇ-ମେନ୍‌ ପାଇଁ ପରୀକ୍ଷା ସିଫ୍ଟ ମଧ୍ୟ ୮ରୁ ୧୨କୁ ବୃଦ୍ଧି କରାଯାଇଛି। ପ୍ରତି ସିଫ୍ଟରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧ଲକ୍ଷ ୩୨ହଜାରରୁ ୮୫ହଜାରକୁ ହ୍ରାସ କରାଯାଇଛି। ପରୀକ୍ଷା କେନ୍ଦ୍ରର ପ୍ରତି କୋଠରିରେ ୨୪ ପରିବର୍ତ୍ତେ ସର୍ବାଧିକ ୧୨ ପରୀକ୍ଷାର୍ଥୀଙ୍କୁ ବସାଇବା ବ୍ୟବସ୍ଥା ହୋଇଛି।

- Advertisement -

ନିଟ୍‌, ଜେଇଇ ପରୀକ୍ଷା କସ୍ମିନ କାଳେ ଘୁଞ୍ଚାଯିବ ନାହିଁ ବୋଲି କେନ୍ଦ୍ର ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାର୍ଥୀଙ୍କ ପକ୍ଷରୁ ଏହାକୁ ଘୁଞ୍ଚାଇବା ପାଇଁ ଦାବି ହେଉ ନାହଁ; ବରଂ ସେମାନେ ଶୀଘ୍ର ପରୀକ୍ଷା ଶେଷ ହେବା ଚାହାନ୍ତି। କେବଳ ରାଜନୈତିକ ଦଳଗୁଡ଼ିକ ଏଥିପାଇଁ ଜିଦ ଧରିଛନ୍ତି। ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ପରୀକ୍ଷା ମହତ୍ତ୍ବପୂର୍ଣ୍ଣ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories