www.samajalive.in
Monday, December 8, 2025
27.1 C
Bhubaneswar

ଥୁଆମୁଳ ରାମପୁର ୪୮ ଘଣ୍ଟା ସଟଡାଉନ

କଲମପୁର: ରିତିମତ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଆଶଙ୍କା ବୃଦ୍ଧି ପାଉଛି। ମଙ୍ଗଳବାର ଥୁଆମୁଳ ରାମପୁରର ଜନୈକ ୪୦ ବର୍ଷୀୟ ଦୋକାନୀ କରୋନା ଭୁତାଣୁ ସଂକ୍ରମିତ ହେଇଥିବା ଜଣାପଡିବା ପରେ ମଙ୍ଗଳବାର ସଂଧ୍ୟା ୬ରୁ ଗୁରୁବାର ସଂଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଦୀର୍ଘ ୪୮ ଘଣ୍ଟା ପାଇଁ ଥୁଆମୁଳ ରାମପୁରକୁ ସ୍ଥାନୀୟ ସରପଂଚ ସଟଡାଉନ ଘୋଷଣା କରିଛନ୍ତି। ଯା ଫଳରେ ଆଗାମୀ ଶୁକ୍ରବାର ଦିନ (ଦଶମୀ ତିଥି) ଅବସରରେ ଥୁଆମୁଳ ରାମପୁର ଅଂଚଳର ଜନ ସାଧାରଣ ନୁଆଖାଇ ପର୍ବ ପାଳନ କରୁଥିବାରୁ ଏହି ପର୍ବ ପାଳନ ପ୍ରଭାବିତ ହେବା ସମ୍ଭାବନା କରାଯାଉଛି।

ଏହି ସଟଡାଉନ ସମୟରେ ଦୋକାନ ବଜାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାରୁ ଲୋକମାନେ ବିଭିନ୍ନ ସାମଗ୍ରୀ କିଣିବାରୁ ବଂଚିତ ହେବେ। ଅନ୍ୟପଟେ ଆ୍‍କ୍ରାନ୍ତ ବ୍ୟକ୍ତି ଜଣକ ଭବାନୀପାଟଣା ବାସିନ୍ଦା ହେଇଥିବାରୁ ଭବାନୀପାଟଣାର କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି। ଅନ୍ୟପଟେ ଥୁଆମୂଳ ରାମପୁର ଅଂଚଳର କାହା କାହା ସଂସ୍ପର୍ଶରେ ସେ ଆସିଛନ୍ତି ତାହା ଏବେ ତଦନ୍ତ କରାଯାଉଛି। ସଂପୃକ୍ତ ଆକ୍ରାନ୍ତଙ୍କୁ ଭବାନୀପାଟଣାକୁ ନିଆଯାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories