www.samajalive.in
Monday, December 8, 2025
20.1 C
Bhubaneswar

ହରଭଙ୍ଗାରୁ ଆଉ ୯ ନୂଆ କରୋନା, ୭୨ଘଂଟା ପାଇଁ କଂଟେନମେଂଟ ଘୋଷଣା

ହରଭଙ୍ଗା: ଦୀର୍ଘ ୧୦ ଦିନ ବ୍ୟବଧାନପରେ ମଙ୍ଗଳବାର ପୁଣି ହରଭଙ୍ଗା ବ୍ଲକ ଅଂଚଳରୁ ୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣ କୁଶଙ୍ଗ ପଂଚାୟତର କୁଶଙ୍ଗ ଗ୍ରାମର ବୋଲି ଜଣାପଡିଛି। ଅନ୍ୟ ୪ ଜଣଙ୍କ ମଧ୍ୟରୁ ୩ ଜଣ ଧଳପୁର ପଂଚାୟତ ଧଳପୁର ଗ୍ରାମର ହୋଇଥିବା ବେଳେ ଜଣେ ଚାରି ଛକ ବଜାରର ବୋଲି ସୂଚନା ମିଳିଛି। ପ୍ରଥମ ଥର ପାଇଁ କୁଶଙ୍ଗରୁ ନୂଆ ୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ପରେ ସ୍ଥାନୀୟ ସଂରପଚ ପୁଷ୍ପାଞଳୀ ଦେହୁରୀ ସଂକ୍ରମିତ ଅଂଚଳକୁ ୭୨ଘଂଟା ପର୍ଯ୍ୟନ୍ତ କଂଟେନମେଂଟ ଅଂଚଳଭାବେ ଘୋଷଣା କରିଛନ୍ତି। ଏହା ସହିତ ଔଷଧ ଦୋକାନ ବ୍ୟତୀତ ଅନ୍ୟ ଦୋକାନଗୁଡିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସକାଳେ ହରଭଙ୍ଗା ବ୍ଲକ ବି.ଡି.ଓ ନୀଳକ୍‍ଣ୍ଠ ବେହେରା, ବ୍ଲକ ନୋଡାଲ ଅଧିକାରୀ ଅର୍ଜ୍ଜୁନ ଗଡନାୟକ କୁଶଙ୍ଗ ପଂହଚି ସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ସଂରପଚଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି। ସମସ୍ତ ସଂକ୍ରମିତଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବୌଦ୍ଧ ସି.ଡି.ଏମ.ଓ ସୂଚନା ଦେଇଛନ୍ତି। ସମସ୍ତ ସଂକ୍ରମିତଙ୍କ କଂଟାକ୍ଟ ଟ୍ରେସିଂ ଜାରି ରହିଛି। ସେମାନଙ୍କ କଂଟାକ୍ଟ ଟ୍ରେସିଂରେ ଆସିଥିବା ଲୋକଙ୍କ ଆଟିଂଜେନ ଏବଂ ଆର.ଟି.ପି.ସି.ଆର ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଉଥିବା ସି.ଡି.ଏମ.ଓ ସୂଚନା ଦେଇଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories