www.samajalive.in
Monday, December 8, 2025
27.1 C
Bhubaneswar

ଅଦାଲତ ଅବମାନନା ମାମଲା : କ୍ଷମା ମାଗିବି ନାହିଁ- ପ୍ରଶାନ୍ତ ଭୂଷଣ

 

ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଏହା ତାଙ୍କ ମତ ଥିଲା ଏବଂ ତାହା ଉପରେ ସେ ଅଟଳ ଅଛନ୍ତି। ବିଚାରପତିଙ୍କ ବିରୋଧରେ ନିଜ ଟୁଇଟ୍‌ ପାଇଁ ଅଦାଲତ  ଅବମାନନାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଏହାର ଜବାବ ଦାଖଲ କରିଛନ୍ତି । ସୋମବାର କୋର୍ଟରେ ଉପସ୍ଥାପିତ କରିଥିବା ନିଜ ବିବୃତ୍ତିରେ ପ୍ରଶାନ୍ତ ଭୂଷଣ କହିଛନ୍ତି, ଯେ ମୋର ବିଶ୍ୱାସ ଯେ ସୁପ୍ରିମକୋର୍ଟ ହେଉଛନ୍ତି ମୌଳିକ ଅଧିକାରର ସୁରକ୍ଷା ପାଇଁ ଆଶାର ଅନ୍ତିମ ସୋପାନ।

- Advertisement -

ଟୁଇଟ୍‌ ତାଙ୍କ ବିଶ୍ବାସକୁ ପ୍ରତିନିଧିତ୍ବ କରୁଛି ଏବଂ ନିଜ ବୟାନଙ୍କ ପ୍ରତ୍ୟାହାର କରିନେବା ନିଷ୍ଠାହୀନ କ୍ଷମା ପ୍ରାର୍ଥନା ହେବ ବୋଲି  ପ୍ରଶାନ୍ତ ଭୂଷଣ କହିଛନ୍ତି।  ‘ମୋର ବିବୃତ୍ତି ଶୁଭେଚ୍ଛା ବାର୍ତ୍ତା ଥିଲା। ଯଦି ମୁଁ ଏହି କୋର୍ଟରେ ମୋର ବିବୃତ୍ତି ପ୍ରତ୍ୟାହାର କରେ, ମୁଁ ବିଶ୍ୱାସ କରିବିବ ଯେ ଯଦି ମୁଁ ସଚ୍ଚୋଟତାର ସହ କ୍ଷମା ପ୍ରାର୍ଥନା କରେ, ତେବେ ମୁଁ ମୋର ବିବେକ ଏବଂ ଯେଉଁ ଅନୁଷ୍ଠାନ ପ୍ରତି ମୋର ସର୍ବାଧିକ ଆତ୍ମବିଶ୍ୱାସ ଅଛି, ମୁଁ ତାହାର ଅବମାନନା କରିବି ‘ ବୋଲି ପ୍ରଶାନ୍ତ ଭୂଷଣ କହିଛନ୍ତି।

ସୁପ୍ରିମକୋର୍ଟ ଗୁରୁବାର ଦିନ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ତାଙ୍କ ବିବୃତ୍ତିର ପୁନର୍ବିଚାର କରିବାକୁ କହିଥିଲେ। ଅଦାଲତ ଅବମାନନା ଟୁଇଟ ପାଇଁ ସେ କ୍ଷମା ମାଗି ନାହାଁନ୍ତି ଏବଂ ଏଥିପାଇଁ ପୁନର୍ବିଚାର କରିବା ନିମନ୍ତେ ତାଙ୍କୁ ଦୁଇ ତିନି ଦିନ ସମୟ ଦିଆଯାଇଛି। କୋର୍ଟ ଅଗଷ୍ଟ ୨୪ ପର୍ଯ୍ୟନ୍ତ ଅନୁମତି ଦେଇଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories