www.samajalive.in
Monday, December 8, 2025
20.1 C
Bhubaneswar

ମୟୂରଙ୍କ ସହ ପ୍ରକୃତି ପ୍ରେମୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦୀଙ୍କ ହାତରୁ ମୟୂରମାନେ ଦାନା ଖାଉଥିବା ଦେଖିବାକୁ ମିଳିଛି। ଏହା ସହିତ ବାସଭବନରେ ମୟୂରମାନଙ୍କ ସହିତ ମୋଦୀ କିପରି ସମୟ ବିତାଉଛନ୍ତି ତାହା ଦେଖିବାକୁ ମିଳିଛି।


ଏପରିକି ପ୍ରଧାନମନ୍ତ୍ରୀଙ୍କ ନିୟମିତ ପ୍ରାତଃ ଭ୍ରମଣ ସମୟରେ ଏହି ମୟୂରମାନେ ତାଙ୍କ ସହିତ ରହିଥିବା ଦେଖାଯାଉଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏମିତି ଗାଁ ପରିବେଶ ସୃଷ୍ଟି କରାଯାଇଛି ଯେ ଯେଉଁଠି ପକ୍ଷୀମାନେ ସ୍ନେହରେ ବାନ୍ଧି ହୋଇ ରହିଛନ୍ତି। ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ତେଣୁ ମୟୂରମାନେ ବି ଭୟ ନକରି ଖୁବ୍‌ ଖୁସିରେ ମୋଦୀଙ୍କ ବାସଭବନ ପରିସରରେ ବୁଲୁଥିବା ଦେଖିବାକୁ ମିଳୁଛି।

- Advertisement -

ଜଣେ ପ୍ରକୃତିପ୍ରେମୀ ଭାବେ ଜଣା ମୋଦୀ ରାଜନୀତିକୁ ଆସିବା ପୂର୍ବରୁ ଉତ୍ତରାଖଣ୍ଡର ହିମାଳୟରେ ଦୀର୍ଘ ବର୍ଷ ବିତାଇଥିଲେ। ପରିବେଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦୁଇଟି ପୁସ୍ତକ ଲେଖିଛନ୍ତି। ସେଗୁଡିକ ହେଲା ‘କନଭିନିଏଣ୍ଟ ଆକ୍ସନ: ଗୁଜରାଟ୍ସ ରେସପନ୍ସ ଟୁ ଚ୍ୟାଲେଞ୍ଜେସ୍‌ ଅଫ କ୍ଲାଇମେଟ ଚେଞ୍ଜ’ ଏବଂ ‘କନଭିନିଏଣ୍ଟ ଆକ୍ସନ- ଅପର୍ଚୁନିଟି ଫର ଚେଞ୍ଜ’। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋଦୀ ଦେଶ ତଥା ବିଶ୍ବର ପ୍ରଥମ ରାଜ୍ୟ ଭାବେ ଜଳବାୟୁ ପରିବର୍ତ୍ତନ ନାମରେ ଏକ ବିଭାଗ ଖୋଲିଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories