www.samajalive.in
Monday, December 8, 2025
27.1 C
Bhubaneswar

ହାତୀ ଉଜାଡି ଦେଲେ ଆଖୁଫସଲ

ଗୁରୁଡିଝାଟିଆ : ଲକଡାଉନ ସମୟରେ ନାରଙ୍ଗବସ୍ତ ଗ୍ରାମର କୃଷକମାନେ ସମ୍ମିଳିତ ହୋଇ ଆଖୁଚାଷ ଆରମ୍ଭ କରିଥିଲେ । ବିନା ସରକାରୀ ପ୍ରୋତ୍ସାହନରେ କରଜ କରି ପ୍ରାୟ ୪୦ ଏକର ଆଖୁଚାଷ କରିଥିଲେ। ୪ମାସ ଭିତରେ ଆଖୁକିଆରୀ ଉଚ୍ଚତା ୮ଫୁଟ ଭଳି ବଢିଛି। ଅତି ଭଲ ଆଖୁ ମଧ୍ୟ କିଆରୀରେ ହୋଇଥିଲା। ଗତକାଲି ରାତିରେ ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲରୁ ହାତୀପଲ ଆସି ମନଭରି ପାର୍ଥସାରଥି ଖଟୁଆଙ୍କ ଆଖୁକିଆରୀ କୁ ନଷ୍ଟ କରିପକାଇଛି। ପ୍ରାୟ ୧ ଏକର ଜମିର ଆଖୁକୁ ମନଭରି ଖାଇବା ସହିତ ଉଜାଡି ଦେଇଛନ୍ତି। ମୁଣ୍ଡରେ ହାତ ଦେଇ ବସିଛି ଚାଷି ପାର୍ଥସାରଥି।ଉଜୁଡା କ୍ଷେତକୁ ଭରଣା କରିହେବ ନାହିଁ। ଏକ ଏକର ଆଖୁରୁ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚପାଣି ଯାଇ ପାଇଥାନ୍ତା ପାର୍ଥସାରଥି। ହେଲେ ହାତୀ ସବୁ ଉଡାଜି ଦେଇଛନ୍ତି।

ସେହିଭଳି ଅନେକ ଲୋକଙ୍କ ଧାନ ଜମିକୁ ଖାଇବା ସହିତ ଦଳି ଚକଟି ନଷ୍ଟ କରିଛନ୍ତି। ଫଳରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ଖୁଣ୍ଟୁଣୀ ବନ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ଫୋନ କଲେ ମଧ୍ୟ ଉଠାଉନାହାନ୍ତି। ଗତବର୍ଷରୁ ହାତୀ କ୍ଷତି କରିଥିବା ଫସଲର କ୍ଷତିପୂରଣ କୃଷକ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଇନାହାନ୍ତି। ବାରମ୍ବାର ଦୌଡିବାକୁ ପଡୁଛି। ଏପରିକି ଖୁଣ୍ଟୁଣୀରେ ଥିବା ଜୈନିକ ବନ ବିଭାଗର କର୍ମଚାରୀ ଚାଷୀମାନଙ୍କୁ ଶୋଷଣ କରିବାର ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ କୃଷକ। ଏପରିକି କୃଷକମାନଙ୍କ ଫସଲ ଖାଇଲେ ମଧ୍ୟ ଅନୁଧ୍ୟାନ କରିବା ପାଇଁ ସଠିକ୍‍ ସମୟରେ ଆସୁନାହାନ୍ତି ବୋଲି ଗତବର୍ଷ ଫସଲହାନୀ ବାବଦ କ୍ଷୟକ୍ଷତି ପାଇଁ ଆବେଦନ କରି ଏପର୍ଯ୍ୟନ୍ତ ପାଇନଥିବା ଓ ଗତକାଲି ଫସଲ ନଷ୍ଟ ହୋଇଥିବା କୃଷକ ଶିବରାମ ଖଟୁଆ ଖୁଣ୍ଟୁଣୀ ବନକାର୍ଯ୍ୟାଳୟ କର୍ମଚାରୀ ଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ଯେହେତୁ ହାତୀ ଗତକାଲି ଆଖୁ ଏବଂ ଧାନ ଖାଇଛନ୍ତି ତେଣୁ ଆଜି ମଧ୍ୟ ନିଶ୍ଚିତ ଭାବରେ ହାତୀ ଆଖୁ ଖାଇବା ପାଇଁ ଆସିବେ କାରଣ ହାତୀଙ୍କ ପ୍ରିୟଖାଦ୍ୟ ହେଉଛି ଆଖୁ। ତେଣୁ ୪୦ଏକର ଆଖୁଚାଷ କରିଥିବା କୃଷକମନେ ଏବେ ଭାଳେଣୀ କରୁଛନ୍ତି। ରିପୋର୍ଟ ଲେଖାହେବା ବେଳକୁ ହାତୀ ବ୍ରାହ୍ମଣବସ୍ତ ଜଙ୍ଗଲରୁ ଫସଲ ମୁହାଁ ହେବାକୁ ଉଦ୍ୟମ କରୁଥିବା ବେଳେ ବନକର୍ମଚାରୀମାନେ ଚାଷକ୍ଷେତକୁ ଛାଡିନଦେବା ପାଇଁ ଘଉଡାଉଛନ୍ତି।

- Advertisement -

ଆଖୁ ଓ ଧାନ ଫସଲ କ୍ଷତି କରିଥିବା କୃଷକମାନଙ୍କ କ୍ଷୟକ୍ଷତିର ଆକଳନ ଓ ଅନୁଧ୍ୟାନ କରିବା ପାଇଁ ଓରନ୍ଦା ବନପାଳ ରାକେଶ ଦଳାଇ ,ଘଣ୍ଟିଖାଲ ବନପାଳ ପ୍ରଶାନ୍ତ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନକର୍ମଚାରୀମାନେ କୃଷକମାନଙ୍କ ସହିତ ଉପସ୍ଥିତ ରହି ହାତୀ ଘଉଡାଇବା ସହିତ ଯେଭଳି ହାତୀ ଫସଲ କିଆରୀରେ ନପଶିବେ ସେଥିପ୍ରତି ସଜାଗ ଦୃଷ୍ଟିଦେବା ସହିତ କୃଷକଙ୍କ କ୍ଷତି କରୁଥିବା ଜମିର କ୍ଷତିପୂରଣ ଅନୁଧ୍ୟାନ କରି ଯେଭଳି ସହାୟତା ପାଇପାରିବେ। ତାହାକୁ ତ୍ୱରିତ୍‍ ଭାବରେ କାର୍ଯ୍ୟକାରୀ କରିବା ନିମନ୍ତେ ବନଖଣ୍ଡ ଅଧିକାରୀ ସସ୍ମୀତା ଲେଙ୍କା ବନକର୍ମଚାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ କୃଷକମାନଙ୍କୁ ଲାଇଟ ପ୍ରଦାନ ନିମନ୍ତେ କହିଛନ୍ତି। ଅପରପକ୍ଷରେ ଆଖୁ ଏବଂ ଧାନ ଫସଲକୁ ଯଦି ପୂନର୍ବାର ହାତୀ ଆସି ଉଜାଡିବେ ତାହାଲେ ବାଧ୍ୟ ହୋଇ କୃଷକମାନେ ରାସ୍ତା ଅବରୋଧ କରିବା ସହିତ ବିଷପାନ କରି ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories