www.samajalive.in
Monday, December 8, 2025
17.1 C
Bhubaneswar

ସ୍ବାମୀଙ୍କ ଅତ୍ୟଧିକ ଭଲ ପାଇବାରୁ ବର୍ତ୍ତିବାକୁ ମହିଳାଙ୍କ ଛାଡ଼ପତ୍ର ଆବେଦନ

ବେଙ୍ଗାଲୁରୁ : ଉତ୍ତରପ୍ରଦେଶ ଅନ୍ତର୍ଗତ ସମ୍ବଲ ଜିଲାର ଜଣେ ମହିଳା ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇଁ ବିଚିତ୍ର କାରଣ ଦର୍ଶାଇ ସାରିଆ ଅଦାଲତର ଆଶ୍ରୟ ନେଇଛନ୍ତି। ସ୍ବାମୀ ତାଙ୍କୁ ଅତ୍ୟଧିକ ଭଲ ପାଆନ୍ତି ଏବଂ ତାଙ୍କ ସହିତ ଛାଇ ପରି ଲାଗି ରହି ସବୁ କାମରେ ସହାୟତା କରିଥାଆନ୍ତି। ବିବାହର ଦେଢ଼ ବର୍ଷ ବିତିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଥରେ ହେଲେ ଝଗଡ଼ା କିମ୍ବା ମନୋମାଳିନ୍ୟ ହୋଇ ନାହିଁ। ସ୍ବାମୀ ତାଙ୍କୁ କେବେ ଟାଣକରି ପଦେ କହି ନାହାନ୍ତି କିମ୍ବା ତାଙ୍କୁ କେବେ ଅସନ୍ତୁଷ୍ଟ କରି ନାହାନ୍ତି। ସେ ଭୁଲ କଲେ ମଧ୍ୟ ତାଙ୍କୁ ହସିହସି କ୍ଷମା ଦେଉଛନ୍ତି।

ସ୍ବାମୀଙ୍କ ଏଭଳି ଆଚରଣକୁ ସେ ହଜମ କରିପାରୁ ନାହାନ୍ତି। ତାଙ୍କର ଏତେ ପରିମାଣରେ ଭଲ ପାଇବା ଅସହ୍ୟ ହେଉଛି ଓ ସେ ବୀତସ୍ପୃହ ହୋଇପଡ଼ିଲେଣି। ଏମିତି ଏକ ଜୀବନ ସେ ଚାହାନ୍ତି ନାହିଁ। ସେଥିପାଇଁ ସେ ତାଙ୍କଠାରୁ ଅଲଗା ହେବାକୁ ଚାହାନ୍ତି ବୋଲି ମହିଳା ଜଣଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି। ସାରିଆ ଅଦାଲତର ବିଚାରପତି ଏଭଳି ଆବେଦନରେ ବିସ୍ମୟ ପ୍ରକାଶ କରିବା ସହ ଏହାକୁ ‘ଅତିରଞ୍ଜିତ’ ଦର୍ଶାଇ ଖାରଜ କରିଦେଇଛନ୍ତି। ସ୍ବାମୀ-ସ୍ତ୍ରୀ ନିଜ ମଧ୍ୟରେ ମାମଲାର ସମାଧାନ ପାଇଁ ବିଚାରପତି ପରାମର୍ଶ ଦେଇଛନ୍ତି। ଛାଡ଼ପତ୍ର ପାଇଁ ଅନ୍ୟ କୌଣସି କାରଣ ନାହିଁ ବୋଲି ବିଚାରପତିଙ୍କ ନିକଟରେ ସେ ସ୍ପଷ୍ଟ କରିଛନ୍ତି। ସ୍ବାମୀଙ୍କ କହିବାନୁଯାୟୀ ସେ କେବଳ ଜଣେ ଭଲ ସ୍ବାମୀ ହେବାକୁ ଚେଷ୍ଟା କରିଛନ୍ତି। ପତ୍ନୀଙ୍କଠାରେ କୌଣସି ଭୁଲ ଲକ୍ଷ୍ୟ କରି ନାହାନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories