www.samajalive.in
Monday, December 8, 2025
20.1 C
Bhubaneswar

ପେଟ୍ରୋଲ ଦର, ସପ୍ତାହକରେ ବଢ଼ିଲା ୬ ଥର

ଭୁବନେଶ୍ବର: କିଛି ଦିନର ବିରତି ପରେ ଏବେ ବଢ଼ିବା ଆରମ୍ଭ କରିଛି ତେଲ ଦର। ଚଳିତ ମାସ ପହିଲାଠାରୁ ପୁଣି ଥରେ ବଢ଼ିବାରେ ଲାଗିଛି ପେଟ୍ରୋଲ ଦର। ପରିସ୍ଥିତି ଏଭଳି ହୋଇଛି ଯେ, ସପ୍ତାହକ ମଧ୍ୟରେ ଦେଶରେ ପେଟ୍ରୋଲ ମୂଲ୍ୟରେ ଛଅ ଥର ବୃଦ୍ଧି ଘଟିଛି। ତେବେ ରାଜ୍ୟରେ ଗତ ୭୭ ଦିନ ମଧ୍ୟରେ ଅର୍ଥାତ୍‌ ଜୁନ୍‌ଠାରୁ ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲ ୧୨ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି।​ ଏହି ସମୟ ମଧ୍ୟରେ ପେଟ୍ରୋଲ ତୁଳନାରେ ଡିଜେଲ ମୂଲ୍ୟରେ ସର୍ବାଧିକ ବୃଦ୍ଧି ଘଟିଥିବା ଜଣାଯାଇଛି।

ଶନିବାର ଘରୋଇ ବଜାରରେ ପେଟ୍ରୋଲ ଲିଟର ପିଛା ୧୬ ପଇସା ବୃଦ୍ଧି ଘଟିଛି। ଏହାଫଳରେ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ୩୫ ପଇସା ଛୁଇଁଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ୮୮.୦୨ ପଇସାରେ ସ୍ଥିର ରହିଛି। ଡିଜେଲ ଦର କ୍ରମାଗତ ଭାବେ ୨୩ ଦିନ ଧରି ଅପରିବର୍ତ୍ତିତ ରହିଛି। ଭୁବନେଶ୍ୱରରେ ଶନିବାର ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୧୭ ପଇସା ବୃଦ୍ଧି ଘଟି ୮୧ ଟଙ୍କା ୯୬ ପଇସା ହୋଇଛି। ତେବେ​‌ ଡିଜେଲ ମୂଲ୍ୟ ଲିଟର ପିଛା ୮୦ ଟଙ୍କା ୦୯ ପଇସାରେ ଅପରିବର୍ତ୍ତିତ ରହିଛି।

- Advertisement -

ଚଳିତ ମାସ ୧୬ଠାରୁ ହିସାବ କଲେ ପେଟ୍ରୋଲ ମୂଲ୍ୟ ସପ୍ତାହକ ମଧ୍ୟରେ ଛଅ ଥର ବଢ଼ିଲାଣି। ରାଜ୍ୟରେ ଏହି ଛଅ ଥରରେ ପେଟ୍ରୋଲ ଲିଟର ପିଛା​‌ ପ୍ରାୟ ଏକ ଟଙ୍କା ବଢ଼ିଛି। ​କୌତୂହଳର ବିଷୟ ହେଉଛି ଚଳିତବର୍ଷ ଜୁନ୍‌ ୭ଠାରୁ ଆଜି ସୁଦ୍ଧା ୭୭ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ୨୭ ପଇସା ଏବଂ ଡିଜେଲ ୧୨ ଟଙ୍କା ୩୯ ପଇସା ବୃଦ୍ଧି ହୋଇଛି। ଏମିତିକି ଏହି ଅବଧି ମଧ୍ୟରେ ପେଟ୍ରୋଲ ତୁଳନାରେ ଡିଜେଲ ମୂଲ୍ୟରେ ସର୍ବାଧିକ ବୃଦ୍ଧି ଘଟିଥିବା ଜଣାଯାଇଛି। ଜୁନ୍‌ ୭ରେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ୬୯ ପଇସା ଏବଂ ଡିଜେଲ ୬୭ ଟଙ୍କା ୭୦ ପଇସା ସ୍ତରରେ ରହିଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories