www.samajalive.in
Tuesday, December 9, 2025
17.1 C
Bhubaneswar

ଜୁଆଙ୍ଗ ଅଧ୍ୟୁଷିତ ଖରବା ଗ୍ରାମରେ ବିଜେପି ପ୍ରତିନିଧି ଦଳ ଆବାସ ଯୋଜନାର ସ୍ଥିତି ପରଖିଲେ

ପାଟଣା: ହରିଚନ୍ଦନପୁର ବ୍ଲକ ପିଠାଗୋଳା ଗ୍ରାମ ପଂଚାୟତ ଆଦିମ ଜନଜାତି ଜୁଆଙ୍ଗ ଗ୍ରାମ ଖରବା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ବିଜେପିର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଖରବା ଗ୍ରାମକୁ ଗସ୍ତ କରି ଆବାସ ଯୋଜନାର ବାସ୍ତବ ସ୍ଥିତି ପରଖିଛନ୍ତି । ବିଜେପି ପକ୍ଷରୁ ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ଅନ୍ୟତମ ପ୍ରବକ୍ତା ସୋନାଲି ସାହୁ, ଜିଲ୍ଲା ବିଜେପିର ପୂର୍ବତନ ସଭାପତି ତଥା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ, ଗତ ନିର୍ବାଚନରେ ତେଲକୋଇ ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ଥିବା ଧନୁର୍ଜ୍ଜୟ ସିଦ୍ଧୁ, ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ମହାନ୍ତି , ସତ୍ୟବ୍ରତ ନାଏକ ଓ ଶ୍ରୀ ଠାକୁର ରଂଜିତ ଦାଶ ପ୍ରମୁଖ ଆଜି ଖରବା ଗ୍ରାମକୁ ଗସ୍ତ କରି ଆବାସ ଯୋଜନାର ହିତାଧିକାରୀ ଉଷା ଜୁଆଙ୍ଗ, ଡାକ ମହ୍ଲାର, ଶରତ ଜୁଆଙ୍ଗ ଓ ଦେଶ ଜୁଆଙ୍ଗଙ୍କ ଅଧାପନ୍ତରିଆ ଆବାସ ବୁଲି ଦେଖିଛନ୍ତି । ଉଷା ଜୁଆଙ୍ଗଙ୍କ ଘରର ପ୍ଲିନ୍ଥ ପକାଯାଇ ଏକ ଲକ୍ଷ ଟଙ୍କା ଉଠାଇ ନିଆଯାଇଥିବା ବେଳେ ରମେଶ ଜୁଆଙ୍ଗଙ୍କ ପ୍ଲିନ୍ଥ ଅଧା ପଡିଥିବା ବେଳେ ୫୫ ହଜାର ଟଙ୍କା ଉଠାଇ ନିଆଯାଇଥିବା ଏବଂ ଅନ୍ଧାରୀ ମହ୍ଲାରଙ୍କର ଘର ୨ ବର୍ଷ ହେଲା ଛାତ ପଡି ପାରି ନ ଥିବା ଦେଖିଥିଲେ । ଡାକ ମହ୍ଲାର ଓ ଶରତ ଜୁଆଙ୍ଗଙ୍କର କେବଳ ପ୍ଲିନ୍ଥ ପକାଯାଇ ଏଲ ଲକ୍ଷ ଲେଖାଏଁ ଉଠାଯାଇଥିବା ଜଣାପଡିଥିଲା ।

ପ୍ରତିନିଧି ଦଳ ୧୦ ରୁ ଉର୍ଦ୍ଧ୍ୱ ଅଧାପନ୍ତରିଆ ଆବାସର ସ୍ଥିତି ପରଖିଛନ୍ତି । ଏହାଛଡା ୨୦୨୨ ସୁଦ୍ଧା ସବୁ ଗ୍ରାମ ଓ ପଡାକୁ ବିଦ୍ୟୁତ ଯୋଗାଣ, ୨୦୨୪ ସୁଦ୍ଧା ସବୁ ଗ୍ରାମରେ ପିଇବା ପାଣି ଓ ୨୦୨୨ ସୁଦ୍ଧା ସବୁ ଗରିବ ପରିବାରକୁ ପକ୍କାଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ କିଛି ଅସାଧୁ ଅଧିକାରୀଙ୍କ ଯୋଗୁଁ ଯୋଜନାର ସଫଳ ରୂପାୟନ ହୋଇ ପାରୁ ନ ଥିବା ବିଜେପି ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା ଅଭିଯୋଗ ଆଣିବା ସହ ସରକାର ଓ ଜିଲ୍ଲା ପ୍ରଶାସନକୁ ସେ ରିପୋର୍ଟ ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଖରବା ଗ୍ରାମକୁ ଭଲ ରାସ୍ତା, ଗ୍ରାମକୁ ବିଦ୍ୟୁତ କରଣ ଓ ପାନୀୟ ଜଳ ସମସ୍ୟା ଦୂର ପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମଧ୍ୟ ଶ୍ରୀ ପଣ୍ଡା ଦାବି କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories