www.samajalive.in
Monday, December 8, 2025
27.1 C
Bhubaneswar

ଛାତ୍ର,ପ୍ରବାସୀ ଓ ଗ୍ରାମବାସୀ ମିଶି ନିର୍ମାଣ କଲେ କେନାଲ୍‍

ଫୁଲବାଣୀ :ବଣ ପାହାଡ଼ ଘେରା କନ୍ଧମାଳ ଜିଲ୍ଲା। ଜିଲ୍ଲାରେ ଅଧିକାଂଶ ଆଦିବାସୀ ବର୍ଗର ବସବାସ କରନ୍ତି। ଜିଲ୍ଲାର ଦାରିଙ୍ଗବାଡ଼ି ଅଂଚଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର। ଦାରିଙ୍ଗବାଡ଼ି ବ୍ଲକର ଅଧିକାଂଶ ପଂଚାୟତ ଦୁର୍ଗମ ଅଂଚଳରେ ରହିଥିବାବେଳେ ଲୋକେ କାମ ନପାଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥାନ୍ତି। ହେଲେ ମହାମାରୀ କୋରୋନା ପ୍ରବାସୀଙ୍କୁ ଗାଁ କୁ ଫେରାଇ ଆଣିଲା ସତ କିନ୍ତୁ କାମଧନ୍ଦା ନପାଇ ଘରେ ବସି ରହିଛନ୍ତି ସମସ୍ତେ। ଏଭଳି ପରିସ୍ଥିତିରେ ଚାଷ କାମକୁ ଆପଣେଇଛନ୍ତି ଅଂଚଳବାସୀ। କିନ୍ତୁ ଚାଷ ଜମିକୁ ଜଳସେଚନ ସୁବିଧାନଥିବାରୁ ସେମାନଙ୍କ ଚିନ୍ତା ବଢ଼ିଯାଇଥିଲା। ତେବେ ନିଜଚାଷଜମିକୁପାଣି ଆଣିବାପାଇଁ ଶେଷରେ ନିଜସ୍ୱ ଉଦ୍ୟମରେ ପାହାଡ଼ର ଛାତି ଚିରି କେନାଲ ନିର୍ମାଣ କରିଛନ୍ତି। ପାହାଡ଼ ଉପରେ ପ୍ରବାହିତ ଝରଣା ପାଣିକୁ ଚାଷଜମି ମୁହାଁ କରାଇବାରେ ସଫଳ ହୋଇଛନ୍ତି ପ୍ରବାସୀ ଓ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଲ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଂଚାୟତ ଜିଡ଼ିଙ୍ଗମାଲାର ମିଡ଼ିଆଗୁଟାରେ। କାହିଁ କେଉଁ ଆଦିମ କାଳରୁ ଚାଷ କାମକୁ ଆପଣେଇ ଜିବୀକା ନିର୍ବାହ କରି ଆସୁଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଂଚାୟତର ଜିଡ଼ିଙ୍ଗମାଲା ଅଂଚଳବାସୀ। ଅଂଚଳରେ ୬୦ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରନ୍ତି ହେଲେ, କାମଧନ୍ଦା ଅଭାବରୁ ଅଂଚଳର ଅଧିକାଂଶ ଯୁବକ ଯୁବତୀ ଦାଦନ ଯଟିବାକୁ ରାଜ୍ୟ ବାହାରକୁ ଯାଆନ୍ତି। ବର୍ତମାନ ମହାମାରୀ କରୋନା ଯୋଗୁଁ ସମସ୍ତେ ଫେରିଛନ୍ତି ଗାଁକୁ ଏବଂ ଚାଷ କାମରେ ଲାଗିଛନ୍ତି। ପାହାଡ଼ିଆ ଅଂଚଳ ହୋଇଥିବାରୁ ଏଠି ଚାଷ କାମରେ ବାଧକ ସାଜିଥିଲା ପାଣି। ଏଭଳି ପରିସ୍ଥିତିରେ ଗ୍ରାମରେ ରହିଥିବା ଯୁବ ଛାତ୍ରମାନଙ୍କ ସହିତ ଗ୍ରାମକୁ ଫେରିଥିବା ପ୍ରବାସୀ ଓ ଗ୍ରାମବାସୀ ମାନେ ଏକଜୁଟ୍‍ ହୋଇ ନିଜସ୍ୱ ଉଦ୍ୟମରେ ପାହାଡ଼ର ଛାତି ଚିରି ପାହାଡ଼ରୁ ୮ଶହ ମିଟର କେନାଲ ନିର୍ମାଣ କରି ଝରଣା ପାଣିକୁ ଚାଷଜମି ମୁହାଁ କରାଇଛନ୍ତି ଛାତ୍ର ,ପ୍ରବାସୀ ଓ ଗ୍ରାମବାସୀ। ଜଳକଷ୍ଟ ଦୁର କରିବା ପାଇଁ ଗ୍ରାମବାସୀ ଏକଜୁଟ୍‍ ହୋଇ କେନାଲ ନିର୍ମାଣ କରିବା ଦ୍ୱାରା ଚାଷଜମିକୁ ପାଣି ପହଁଚାଇ ପାରିଛନ୍ତି। ସରକାର ଓ ଜିଲ୍ଲା ପ୍ରଶାସନ ଯଦି ଏଥିପ୍ରତି ଦୃଷ୍ଟି ଦେଇ ଚାଷଜମିକୁ ଜଳସେଚନର ବ୍ୟବସ୍ଥା କରିଦିଅନ୍ତେ ତେବେ ଆମେ ବର୍ଷସାରା ଚାଷ କରିପାରନ୍ତୁ ଏବଂ ଅଂଳବାସୀମାନେ ଉପକୃତ ହୋଇପାରନ୍ତୁ ବୋଲି ଗ୍ରାମର ମନୋଜ ପ୍ରଧାନ,ଦିଲ୍ଲୀପ ପ୍ରଧାନ ପ୍ରମୁଖ କହିଛନ୍ତି। ଅନ୍ୟପକ୍ଷରେ ଯୁବ ଛାତ୍ର ଓ ଗ୍ରାମବାସୀ ମାନଙ୍କ ଉତ୍ସାହକୁ ଦେଖି ସେମାନଙ୍କୁ ସହଯୋଗର ହାତ ବଢାଇଥିଲେ ଦାରିଙ୍ଗବାଡ଼ିରେ ଲୋକଙ୍କ ମୌଳିକ ସମସ୍ୟାପ୍ରତି ଦୃଷ୍ଟିଦେଉଥିବା ଜଣେ ଯୁବ ସମାଜସେବୀ ଦୀନବନ୍ଧୁ ମହାରଣା। ସମାଜସେବୀ ଜଣକ ନିଜର ଅନୁଷ୍ଠାନ ସବୁଜବୈଦ୍ୟ ସଂଗଠନ ଏବଂ ଦିଲ୍ଲୀସ୍ଥିତ ଗୁଂଜ ଅନୁଷ୍ଠାନ ତରଫରୁ ଅଂଚଳବାସୀଙ୍କ ସମସ୍ୟା ସହିତ ଆମେ ଅଛୁ ଏବଂ ଏହିଭଳି ଭାବେ ଲୋକଙ୍କ ସମସ୍ୟାରେ ସବୁପ୍ରକାର ସହଯୋଗ ଆଗାମୀ ଦିନରେ ମଧ୍ୟ ଜାରିରହିବ ବୋଲି କହିଛନ୍ତି ଯୁବ ସମାଜସେବୀ ଜଣକ। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଅଂଚଳବାସୀଙ୍କ ପ୍ରତି ଦୃଷ୍ଟି ଦେଇ ଅଂଚଳବାସୀମାନଙ୍କ ପାଇଁ କେନାଲ ନିର୍ମାଣକରି ଚାଷଜମିକୁ ପାଣି ପହଂଚାଇଦେଲେ ଗ୍ରାମବାସୀ ମାନେ ଆହୁରିଅଧିକା ଉପକୃତ ହୋଇପାରନ୍ତୁ ବୋଲି ଯୁକ୍ତ୨ରେ ପଢ଼ୁଥିବା ଛାତ୍ର ମନୋଜପ୍ରଧାନ,ଇତେଶ ପ୍ରଧାନ, ଦଶମ ଶ୍ରେଣୀ ଛାତ୍ର ମିଲୁ ପ୍ରଧାନ ଏବଂ ନବମ ଶ୍ରେଣୀଛାତ୍ର ନିରୋଜ ପ୍ରଧାନ ପ୍ରମୁଖ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories