www.samajalive.in
Monday, December 8, 2025
20.1 C
Bhubaneswar

ପାଟଣା ଓ ସାହରପଡା ଅଞ୍ଚଳରୁ ଗାଈବଳଦ ଚୋରୀ ବଢୁଛି

ପାଟଣା : ପାଟଣା ଓ ସାହରପଡା ଅଞ୍ଚଳରୁ ଗାଈବଳଦ ଚୋରୀ ବଢୁଛି । ଖୋଲା ମେଲାରେ ବୁଲୁଥିବା ଗାଈବଳଦ ସାଙ୍ଗକୁ ଗୁହାଳରେ ବନ୍ଧା ବଳଦ ମଧ୍ଯ ଚୋରୀ ହେଉଛି । କିଏ କେଉଁ ସମୟରେ ଚୋରି କରୁଛି ତାହା ସହଜରେ ଜଣାପଡୁ ନାହିଁ । କେତେକ ସ୍ଥାନରୁ ପିକଅପ, ବୋଲେରୋ ରେ ଭର୍ତ୍ତି କରି ଗୋ- ମାଫିଆ ମାନେ ଗାଈବଳଦ ଉଠାଇ ନେଉଛନ୍ତି । କେବଳ ପାଟଣା ସାହାରପଡା ନୁହେଁ ଘଟଗାଁ, ପିପିଳିଆ, ହରିଚନ୍ଦନପୁର ଅଞ୍ଚଳରେ ମଧ୍ୟ ଗୋ ମାଫିଆ ମାନେ ସକ୍ରିୟ ଅଛନ୍ତି । କରୋନା କଟକଣା ସମୟରେ ସଟଡାଉନ୍ ଗୋ ମାଫିଆଙ୍କୁ ବେଶ ସୁହାଉଛି । ହରିଚନ୍ଦନପୁର ପୋଲିସ ନିକଟରେ ଜଣେ ଗୋ ମାଫିଆଙ୍କୁ ଗିରଫ କରିଥିବା ବେଳେ ଆଉ ଦୁଇ ଜଣଙ୍କୁ ବାନ୍ଧିବ ବୋଲି ଜଣାପଡିଛି । ସାହାରପଡା ଅଞ୍ଚଳରେ ଗୋରୁ ଚୋରୀରେ ସଂପୃକ୍ତ ଜଣେ ବ୍ୟକ୍ତି କରଞ୍ଜିଆ ଅଞ୍ଚଳ ରେ ଗୋରୁ ଚୋରି କରି କରଞ୍ଜିଆ ପୋଲିସ ଦ୍ବାରା ଗିରଫ ହୋଇଥିବା ବେଳେ ପାଟଣା ଓ ତୁରୁମୁଙ୍ଗା ପୋଲିସ ଏହି ଗୋରୁ ଚୋରୀ ରାକେଟକୁ ଧରିବାକୁ ସାଧାରଣ ରେ ଦାବି ହୋଇଛି । ଆଶର୍ଯ୍ୟ କଥା ଏହି ଯେ କ୍ରମାଗତ ଗୋରୁ ଚୋରି ଅବ୍ୟାହତ ଥିଲେ ମଧ୍ଯ ସମସ୍ତ ଅଭିଯୋଗ ଥାନାକୁ ଯାଉନଥିବାରୁ ପୁଲିସ ମଧ୍ଯ ଅନ୍ଧାରରେ ରହୁଛି । ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଞ୍ଚଳରେ ସପ୍ତାହକ ମଧ୍ୟରେ ଦଶରୁ ଉର୍ଦ୍ଧ ଗାଈବଳଦ ଚୋରୀ ହୋଇଥିଲେ ମଧ୍ଯ ସମସ୍ତ କ୍ଷତିଗ୍ରସ୍ତ ପୁଲିସ ରେ ଅଭିଯୋଗ କରିନାହାନ୍ତି । ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବଲାଣୀପଶି ଗ୍ରାମର ଦୁର୍ଯ୍ୟୋଧନ ମହାନ୍ତଙ୍କ ୧ ବଳଦ,ଜଗନ୍ନାଥ ମହାନ୍ତଙ୍କ ୨ ବଳଦ, କେନ୍ଦେଇପଶି ପ୍ରଭାକର ମହାକୁଡଙ୍କ ୧ ବଳଦ, ଡେଣୁଆ ଗ୍ରାମର କୁଞ୍ଜବିହାରୀ ମହାନ୍ତଙ୍କ ୧ ବଳଦ, ବାଉଁଶୁଳୀ ଗ୍ରାମର ପ୍ରଫୁଲ୍ଲ ମହାନ୍ତଙ୍କ ୧ ଗାଈ, ନନ୍ଦ କିଶୋର ମହାକୁଡଙ୍କ ୨ ବଳଦ ଓ ଯମୁନାପଶି ଗ୍ରାମର କୁବେର ମହାପାତ୍ରଙ୍କ ୧ ବଳଦ ଚୋରୀ ହୋଇଥିବା ଅଭିଯୋଗ ଥିବାରୁ ଗୋରୁ ଚୋରୀ ପଛରେ ଏକାଧିକ ରାକେଟ ସକ୍ରିୟ ଥିବା ଜଣାପଡିଛି । ଗୋରୁ ଚୋରୀ ପରେ ଏଗୁଡ଼ିକ ବାଙ୍ଗଲାଦେଶ ଚାଲାଣ କରାଯାଇଥିବା କୁହାଯାଉ ଥିବାରୁ ପୋଲିସ ଘଟଣା ଉପରେ ସତର୍କ ଦୃଷ୍ଟି ରଖିବାକୁ ଦାବି ହୋଇଛି ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories