www.samajalive.in
Wednesday, December 10, 2025
18.1 C
Bhubaneswar

ଭ୍ୟାନିଟ ଛଡ଼ାଇବା ଅଭିଯୋଗରେ ୨ ଜଣ ଗିରଫ

ବେଗୁନିଆ : ବେଗୁନିଆ ଥାନା ପରିଚ୍ଛଳ ଛକରେ ଗତକାଲି ସନ୍ଧ୍ୟାରେ ଅଟୋରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ଭ୍ୟାନିଟ ବ୍ୟାଗ ଛଡ଼ାଇବା ଅଭିଯୋଗରେ ସ୍ଥାନୀୟ ଲୋକେ ଦୁଇଜଣ ଲୁଟେରାଙ୍କ ଧରି ପୁଲିସ ଜିମା ଦେଇଛନ୍ତି l ସେମାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ସେମାନେ ବ୍ୟବହାର କରୁଥିବା ବୁଲେଟ ଗାଡ଼ିଟିକୁ ଜବତ କରିଛି l ବେଗୁନିଆ ଥାନା ଅନ୍ତର୍ଗତ ଛତ୍ରପଡା ଗ୍ରାମର ସସ୍ମିତା ବାହିନୀପତି କାଲି ସନ୍ଧ୍ୟାରେ ଏକ ଅଟୋ ଯୋଗେ ଖୋର୍ଦ୍ଧା ଅଭିମୁଖେ ଯାଉଥିବାବେଳେ ତାଙ୍କ ପଛରୁ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କଙ୍କଡ଼ାହାଡ଼ ଗ୍ରାମର ଦୀନେଶ ପାଲଟାସିଂହ ଏବଂ ଗଣେଶ ନାୟକ ଏକ ବୁଲେଟରେ ଆସି ତାଙ୍କଠାରୁ ସେ ଧରି ବସିଥିବା ଭ୍ୟାନିଟ ବ୍ୟାଗଟିକୁ ଛଡାଇଥିଲେ l କିନ୍ତୁ ଟଣା ଓଟରା ଭିତରେ ଜଣେ ବୁଲେଟରୁ ତଳକୁ ପଡିଯାଇଥିଲା l ମହିଳା ଜଣକ ପାଟି କରିବାରୁ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ସେମାନଙ୍କୁ ମାଡ଼ିବସିଥିଲେ l ପରେ ପୁଲିସକୁ ଖବର ଦେବା ପରେ ପୁଲିସ ବୁଲେଟଟିକୁ ଜବତ କରି ଦୁଇଜଣକୁ ଥାନାକୁ ନେଇ ଯାଇଥିଲା l ଥାନା ଅଧିକାରୀ ରଶ୍ମିରଂଜନ ସାହୁ ୧୬୯/୨୦ ନମ୍ବର କେଶ ରୁଜୁ କରି ଘଟଣାର ତଦନ୍ତ କରିବା ପରେ ଆଜି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories