www.samajalive.in
Monday, December 8, 2025
27.1 C
Bhubaneswar

ଜୀବନଜ୍ୟୋତି ପରିଷଦ ତରଫରୁ କରୋନା ସଚେତନତା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଧିରେ ଧିରେ କରୋନା କାୟା ବିସ୍ତାର କରି ଚାଲିଛି। ଗତ କିଛିଦିନ ହେଲା କନ୍ଧମାଳ ଜିଲ୍ଲା ତଥା ବାଲିଗୁଡା ଅଂଚଳରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ନେଇ ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ବାରଖମା ସ୍ଥିତ ଜୀବନଜ୍ୟୋତି ପରିଷଦ ପକ୍ଷରୁ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ। ପରିଷଦର ସଦସ୍ୟମାନେ ଘରକୁ ଘର ବୁଲି ଆରମ୍ଭ କରିଛନ୍ତି କରୋନା ଉପରେ ସଚେତନତା। ଜୀବନଜ୍ୟୋତି ପରିଷଦର ସଭାପତି ରଜନିକାନ୍ତ ଦିଗାଳଙ୍କ ନେତୃତ୍ୱରେ ସାମାଜିକ ଦୁରତା ବଜାଇ ରଖିବା ସହ ମୁହଁରେ ମାକ୍ସ ପରିଧାନ କରି ବାରଖମା ବଜାର ସମେତ ସାହି ସାହିକୁ ବୁଲିବୁଲି ଲୋକଙ୍କୁ ସଚେତନତା କରାଇଥିଲେ।ଏହି ସଚେତନତାରେ ଅଞ୍ଚଳବାସୀଙ୍କୁ କାମ ନଥିଲେ ଘରୁ ନବାହାରିବା, ଜରୁରି କାର୍ଯ୍ୟରେ ଘରୁ ବାହାରକୁ ଗଲେ ମୁହଁରେ ମାକ୍ସ ବ୍ୟବହାର କରିବା, ଦୋକାନ ଓ ବଜାରରୁ ସଉଦା ସାମଗ୍ରୀ କିଣିଲା ବେଳେ ସାମାଜିକ ଦୁରତ୍ୱ ରକ୍ଷା କରିବା, ଥଣ୍ଡା,ଖାସ ଓ ଜ୍ୱର ଆଦି ହେଲେ ତୁରନ୍ତ ମେଡିକାଲକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଭଳି ବିଭିନ୍ନ ଦିଗ ଉପରେ ସଚେତନ କରାଇଥିଲେ।

ସେହିଭଳି ହାତକୁ ବାରମ୍ବାର ସାବୁନରେ ଦୋଇବା , ଭୋଜିଭାତ ବୈଠକରୁ ଦୁରେଇ ରହିବା ସହିତ ଯେତେଦୁର ସମ୍ଭବ ଘରମ ଖାଦ୍ୟ ଖାଇବା ଆଦି ସର୍ମ୍ପକରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ପରିଷଦର ସଦସ୍ୟମାହେନ ମାକ୍ସ ବଣ୍ଟନ କରିବା ସହିତ ବୃଦ୍ଧବୃଦ୍ଧା ମାନଙ୍କୁ ମାକ୍ସ ବ୍ୟବହାର କରିବା ଓ ଏହାର ଉପକାରିତା ଉପରେ ମଧ୍ୟ ସଚେତନ କରାଇଥିଲେ। ଅନୁଷ୍ଠାନର ସଭାପତିଙ୍କ ସମେତ ସମ୍ପାଦକ ପରମାନନ୍ଦ ନାୟକ ଓ ସଦସ୍ୟ ଜୀବନ ବଚନ ନାୟକ, ହେବଲ ଦିଗାଲ, ଖ୍ରୀଷ୍ଟଦାସ ଦିଗାଲ, ହର୍ତାକ୍‍ ଦିଗାଲ ଓ ଅନ୍ୟ ସଦସ୍ୟମାନେ ସାମିଲ୍‍ ହୋଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories