www.samajalive.in
Monday, December 8, 2025
20.1 C
Bhubaneswar

ଦେବଗଡ ଜିଲା ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ଟୀଗାଙ୍କ ଆକସ୍ମିକ ମୃତ୍ୟୁ

ଦେବଗଡ: ଦେବଗଡ ଜିଲା ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ଡିମ୍ବିରିକୁଡା ପଂଚାୟତର ସମିତି ସଦସ୍ୟା ପ୍ରମିଳା ଟୀଗାଙ୍କର ଆଜି ଅକାଳ ବିୟୋଗ ଘଟିଛି। ଆଜି ସଂଧ୍ୟା ପ୍ରାୟ ୫ ଟା ସମୟରେ ପୋହଳାମରା (ସାହାଜବାହାଳ ନିକଟସ୍ଥ)ଗ୍ରାମ ସ୍ଥିତ ତାଙ୍କର ନିଜସ୍ୱ ବାସଭବନରେ ପରଲୋକ ଘଟିଥିଲା। ଶ୍ରୀମତି ଟୀଗା ଜଣେ ସମାଜସେବୀ ଓ ଲୋକ ପ୍ରିୟ ନେତ୍ରୀ ଭାବେ ସମଗ୍ର ଜିଲାରେ ବେଶ ଜଣାଶୁଣା ଥିବା ବେଳେ ପୂର୍ବରୁ ଡିମ୍ବିରିକୁଦା ପଂଚାୟତର ସରପଂଚ ଓ ଜିଲା ପରିଷଦ ସଦସ୍ୟା ଭାବେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଆଜି ମଧ୍ୟାହ୍ନରେ ସେ ଖିଆପିଆ ସାରି ଘରେ ଶୋଇଥିଲେ ହଏଁ ସଂଧ୍ୟା ପର୍ଯ୍ୟନ୍ତ ଉଠିନଥିଲେ। ସଂଧ୍ୟା ପ୍ରାୟ ୫ଟା ସମୟରେ ପରିବାର ଲୋକେ ତାଙ୍କୁ ଉଠାଇବା ବେଳେ ସେ କୌଣସି ଉତ୍ତର ଦେଇନଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା।

ତାଙ୍କର ବିୟୋଗରେ ଜିଲା ବିଜେଡି ସମେତ ଜିଲାର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଜିଲା ବିଜେଡି ସଭାପତି ରୋମାଂଚ ରଞ୍ଜନ ବିଶ୍ୱାଳ, ଦେବଗଡ ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଇଂ.ସୁଜିତ କୁମାର ପ୍ରଧାନ, ଜିଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ଇଂ.ଚିତ୍ତ ରଞ୍ଜନ ପ୍ରଧାନ, ରାଜ୍ୟ କୃଷକ ବିଜେଡି ଉପସଭାପତି ଅମରେନ୍ଦ୍ର ଗଙ୍ଗଦେବ, ତିଲେଇବଣି ବ୍ଲକ ଉପାଧ୍ୟକ୍ଷ ଭୂପେନ୍ଦ୍ର ପ୍ରସାଦ ନାୟକ, ଜିଲା ପରିଷଦ ସଦସ୍ୟା ନିଶାନୀ ବେହେରା, ପୂର୍ବତନ ବିଧାୟକ ସଂଜୀବ କୁମାର ପ୍ରଧାନ, ପୂର୍ବତନ ଜିଲା ବିଜେଡି ସଭାପତି ସୁଧିର କପରଦାର, ବରିଷ୍ଠ ବିଜେଡି ନେତ୍ରୀ ଅନିତା ପ୍ରଧାନ, ଦେବଗଡ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷା ଅନିତା ପାତ୍ର, ତିଲେଇବଣି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଭୂତି ଗଙ୍ଗଦେବ, ନିବେଦିତା ନାୟକ, ତିଲେଇବଣି ବ୍ଲକ ବିଜେଡି ସଭାପତି ବାବୁଲାଲ ପୃଷେଠ, ରିଆମାଳ ବ୍ଲକ ବିଜେଡି ସଭାପତି ବୈକୁଣ୍ଠ ପାଇକରାୟ ଓ ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଲାଲ ସାହୁଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ତାଙ୍କର ଆକସ୍ମିକ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ମୃତ୍ୟୁର କୌଣସି ସଠିକ କାରଣ ଅଦ୍ୟାବଧି ଜଣାପଡିନଥିଲେ ମଧ୍ୟ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସ୍ୱାମୀ ଓ ଝିଅ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ସମ୍ପୃକ୍ତ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଅନ୍ତିମ ସଂସ୍କାର ନିମନ୍ତେ ସେଠାରେ ପହଂଚିଥିବା ଜଣାପଡିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories