www.samajalive.in
Tuesday, December 9, 2025
16.1 C
Bhubaneswar

ବିଷାକ୍ତ ସାପ କାମୁଡାରେ ନାବାଳିକାର ମୃତ୍ୟୁ

ବଣେଇ : ବଣେଇ ବ୍ଲକ ଅନ୍ତର୍ଗତ କଷଡା ପଂଚାୟତ ଅଧିନରେ ଥିବା ବିସ୍ଥାପିତ କାଠଫାଳ ଗ୍ରାମର ଦର୍ଶନିଆ ନାଏକଙ୍କ ନାବାଳିକା ଝିଅ ରଇବାରୀ ନାଏକ(୮)ର ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ସୂଚନା ଅନୁସାରେ, ନୂତନ କାଠଫାଳ ବସ୍ଥିରେ ଥିବା ଦର୍ଶନିଆ ନାଏକ ଗତକାଲି ଘରେ ନଥିବାବେଳେ ମାଆ ମୂଳା ନାଏକ ଦୁଇ ଛୁଆକୁ ନେଇ ରାତିରେ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ନାବାଳିକା ରଇବାରୀ ନାଏକ କଣ ଗୋଟେ କାମୁଡି ଦେଲା ବୋଲି ଚିତ୍କାର କରିବାରୁ ମାଆ ମୂଳା ନାଏକ ଆଲୁଅ ଜଳାଇ ଦେଖିବାରୁ ଏକ ବଣୁଆ ଚିତି ସାପ ଦେଖିବାକୁ ପାଇଥିଲେ।
ବିଳମ୍ବିତ ରାତ୍ର ଏବଂ ଗାଡିର ସୁବିଧା ନ ଥିବାରୁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବା ହେତୁ ଦେହରେ ବିଷକ୍ରିୟା ଅଧିକ ବଢିଯିବାରୁ ଘରେ ଶୋଇବା ଜାଗାରେ ହିଁ ନାବାଳିକାଟିର ମୃତ୍ୟୁ ହୋଇଯାଇଥିଲା । ସକାଳେ କଷଡା ଗ୍ରାମର କେତେକ ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ପ୍ରଥମେ ନିକଟସ୍ଥ ଟିକାୟତ ପାଲି ଥାନାକୁ ଖବର ଦେଇଥିଲେ । ଖବର ପାଇ ଥାନା ଆଇଆଇସି ତ୍ରିନାଥ ସେଠି କଷଡା ପଂଚାୟତର ପୂର୍ବତନ ସରପଞ୍ଚ ଗୁରୁଚରଣ ନାୟକ ବସ୍ଥିରେ ପଂହଚି ସାପ ଏବଂ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ବଣେଇ ସରକାରୀ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories