www.samajalive.in
Tuesday, December 9, 2025
16.1 C
Bhubaneswar

ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭଜିଲାନ୍ସ ଗିରଫ କରିଥିବା ଜଣାପଡିଛି। ଗତକାଲି ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନା ଓ ତାଙ୍କ ସମ୍ପର୍କୀୟଙ୍କ ୫ଟି ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ସୂଚନାଯୋଗ୍ୟ  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ବାଲୁଗାଁ ଫରେଷ୍ଟ ରେଞ୍ଜ ଅଧିକାରୀ ଅଭୟ କୁମାର ଜେନାଙ୍କ ବାସ ଭବନ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢଉ କରିଥିଲା ଭିଜିଲାନ୍ସ। ମଙ୍ଗଳବାର ଅଭୟ କୁମାର ଜେନାଙ୍କ କଟକ ତୁଳସୀପୁରସ୍ଥିତ ବାସଭବନ, ଭୁବନେଶ୍ବରରେ ଥିବା ତିନି ମହଲା କୋଠା, କେନ୍ଦ୍ରାପଡା ବଙ୍ଗଳାପୁରସ୍ଥିତ ପୈତୃକ ବାସଭବନ ଓ ସମ୍ପର୍କୀୟଙ୍କ ବାସଭବନ ଏବଂ ବାଲୁଗାଁସ୍ଥିତ ସରକାରୀ ବାସଭବନ ଉପରେ ଚଢଉ କରାଯାଇଥିଲା। ଏଥିସହ ଭୁବନେଶ୍ବର, ବାରଙ୍ଗ ଓ ଜଟଣୀରେ ୯ଟି ପ୍ଲଟ, କେନ୍ଦ୍ରାପଡା ବଙ୍ଗଳାପୁର ପୈତୃକ ବାସଭବନ, ବିଭିନ୍ନ ବ୍ୟାଙ୍କରେ ଜମା ଆକାରରେ ୫୬ଲକ୍ଷ ୮ହଜାର ୪୭୩ଟଙ୍କା, ଦୁଇଟି କାର, ଗୋଟିଏ ଦୁଇଚକିଆ ଯାନ, ସୁନା ଓ ରୂପା ଅଳଙ୍କାର, ନଗଦ ଟଙ୍କା ସମେତ ଦାମୀ ଗୃହୋପକରଣ ଥିବା ଜଣାପଡିଛି। ଶ୍ରୀ ଜେନା ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ୪ କୋଟି ୩୭ଲକ୍ଷ ୭୯ହଜାର ୯୫୦ ଟଙ୍କା ଆକଳନ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories