www.samajalive.in
Tuesday, December 9, 2025
16.1 C
Bhubaneswar

ବିକାଶ ଦୁବେ ଏନ୍‍କାଉଣ୍ଟର ମାମଲା : ବିଭାଗୀୟ କମିଶନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ :  କୁଖ୍ୟାତ ଅପରାଧୀ ବିକାଶ ଦୁବେ ଏନ୍‍କାଉଣ୍ଟର ମାମଲାର ତଦନ୍ତ ପାଇଁ ଗଠିତ ବିଚାର ବିଭାଗୀୟ କମିଶନକୁ ନେଇ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‍ ବି.ଏସ୍‍. ଚୌହାନଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ବିଚାର ବିଭାଗୀୟ କମିଶନକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନବିଚାରପତି ଏସ୍‍.ଏ. ବୋବ୍‍ଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି କାନପୁରରେ ଘଟିଥିବା ସେହି ଏନକାଉଣ୍ଟର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗଠିତ ଏହି କମିଶନ ତାଙ୍କର କାର୍ଯ୍ୟ ସୂଚାରୁ ରୂପେ ସଂପନ୍ନ କରିପାରିବେ। ଗତ ଅଗଷ୍ଟ ୧୧ ତାରିଖରେ ଜଷ୍ଟିସ୍‍ ଏସ୍‍. ବୋପନ୍ନା ଓ ଭି.ରାମସୁବ୍ରମଣ୍ୟମ୍‍ଙ୍କ ଖଣ୍ଡପୀଠ କହିଥିଲେ, ଗଣମାଧ୍ୟମରେ ପ୍ରସାରିତ ଖବରକୁ ନେଇ କେହି ତଦନ୍ତ କମିଶନ୍‍ଙ୍କ ଉପରେ ପ୍ରଶ୍ନ ଉଠାଇବାକୁ ହକ୍‍ଦାର ନୁହନ୍ତି। ତଦନ୍ତ କମିଶନ୍‍ର ପୁନର୍ଗଠନ ବିଷୟ ନେଇ ଜଣେ ଓକିଲ କରିଥିବା ଆବେଦନ ଉପରେ କୋର୍ଟ ଏହି ରାୟ ଦେଇଛନ୍ତି।
ସୂଚନା ଯୋଗ୍ୟ, ଜୁଲାଇ ୩ ତାରିଖ ମଧ୍ୟ ରାତ୍ରୀରେ କାନପୁରର ଚୌବେପୁର ନିକଟସ୍ଥ ବିକ୍ରୁ ଗ୍ରାମଠାରେ ଡିଏସ୍‍ପି ଦେବେନ୍ଦ୍ର ମିଶ୍ରଙ୍କ ସମେତ ୮ ଜଣ ପୋଲିସ୍‍ କର୍ମଚାରୀ ଦୁବେକୁ ଗିରଫ କରିବାକୁ ଯାଇଥିବା ବେଳେ ବିକାଶ ଦୁବେ ଓ ତା’ର ସାଥୀମାନେ  ସେମାନଙ୍କ ଉପରକୁ ଗୁଳିଚଳାଇ ହତ୍ୟା କରିଥିଲେ। ଏହା ପରେ ଜୁଲାଇ ୧୦ ତାରିଖ ସକାଳେ ଦୁବେକୁ ପୁଲିସ୍‍ ଉଜ୍ଜୟିନୀରୁ କାନପୁର ନେଉଥିବା ସମୟରେ ସେହି ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁବେ ଖସି ପଳାଇବାକୁ ଉଦ୍ୟମ କରିବାରୁ ପୁଲିସ୍‍ ଗୁଳିରେ ତା’ର ମୃତ୍ୟୁ ଘଟିଥିବା ସଂପର୍କରେ ପୁଲିସ୍‍ କହିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories