www.samajalive.in
Tuesday, December 9, 2025
17.1 C
Bhubaneswar

ବାଂଲା​‌​‌ଦେଶକୁ ଚୀନର ପ୍ରଲୋଭନ: ତିସ୍ତା ପ୍ରକଳ୍ପ ପାଇଁ ଦେବ ୧୦୦କୋଟି ଡଲାର

ନୂଆଦିଲ୍ଲୀ : ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ପରେ ଚୀନ ଏବେ ଭାରତର ଅନ୍ୟତମ ପଡ଼ୋଶୀ ବାଂଲାଦେଶକୁ ନିଜ ପକ୍ଷକୁ ଆକୃଷ୍ଟ କରିବା ପାଇଁ ପ୍ରଲୋଭନ ଦେଖାଇଛି। ବାଂଲାଦେଶର ତିସ୍ତା ନଦୀ ପ୍ରକଳ୍ପ ପାଇଁ ଚୀନ ୧୦୦କୋଟି ଡଲାର ଋଣ ଆକାରରେ ଦେବାକୁ ସ୍ଥିର କରିଛି। ବାଲାଦେଶ ଖୁବ୍‌ ଶୀଘ୍ର ଏହି ଅର୍ଥ ପାଇବାକୁ ଯାଉଥିବା ଦେଶର ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ଏହି ଅର୍ଥରେ ତିସ୍ତାର ଜଳସ୍ତରକୁ ନିୟନ୍ତ୍ରଣରେ ରଖାଯିବ ଏବଂ ଏହାଦ୍ବାରା ବନ୍ୟା, ମୃତ୍ତିକା ଅବକ୍ଷୟ ଓ ଗ୍ରୀଷ୍ମ ଋତୁରେ ମରୁଡ଼ି ଭଳି ପରିସ୍ଥିତିର ମୁକାବିଲା କରାଯାଇପାରିବ। ଆସନ୍ତା ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟାରମ୍ଭ ହେବା ସମ୍ଭାବନା ରହିଛି। ତିସ୍ତାକୁ ନେଇ ଭାରତ ସହିତ ଗତ ୮ ବର୍ଷ ଧରି ବିବାଦ ଲାଗିରହିଛି। ଏହାର ଜଳବଣ୍ଟନ ନେଇ ଭାରତ-ବାଂଲାଦେଶ କୌଣସି ରାଜିନାମାରେ ଉପନୀତ ହୋଇପାରୁ ନାହାନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧ ଯୋଗୁଁ ଏହାର ସମାଧାନ ହୋଇପାରୁ ନାହିଁ। ଏଥିନେଇ ବାଂଲାଦେଶ ଭାରତକୁ ଦୋଷ ଦେଉଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଭାରତ ନିଜ ଅଞ୍ଚଳରେ ଏକ ନଦୀ ବନ୍ଧ ନିର୍ମାଣ କରିଛି; ଯାହା ଶୀତ ଋତୁରେ ମଧ୍ୟ ଦୁଇ ମାସ ପାଇଁ ବାଂଲାଦେଶରେ ଜଳ ସଂକଟର କାରଣ ସାଜିଛି। ଏହାର ସୁଯୋଗ ଏବେ ଚୀନ ନେବାକୁ ବସିଛି।
ଗତ ମେ ମାସରେ ବାଂଲାଦେଶର ଅର୍ଥ ମନ୍ତ୍ରଣାଳୟ ରଙ୍ଗପୁର ଡିଭିଜନରେ ପ୍ରସ୍ତାବିତ ତିସ୍ତା ନଦୀ ଜଳ ପରିଚାଳନା ପ୍ରକଳ୍ପ ପାଇଁ ୮୫୩ ନିୟୁତ ଡଲାର ସହାୟତା ଲୋଡ଼ିଥିଲା।

ଅନ୍ୟ ଏକ ସୂଚନାନୁଯାୟୀ, ଦେଶର ଅର୍ଥନୈତିକ ସମ୍ପର୍କ ବିଭାଗ (ଇଆରଡି) ଜୁଲାଇ ମାସରେ ଚୀନଠାରୁ ଏ ବାବଦରେ ୯୮୩.୨୭ ନିୟୁତ ଡଲାର ଋଣ ସହାୟତା ମାଗିଥିଲା। ଚୀନ ଏହାଠାରୁ ଅଧିକ ଯୋଗାଇଦେବାକୁ ଆଗେଇ ଆସିଛି। ଏହା ମାଧ୍ୟମରେ ପ୍ରଥମ ଥର ପାଇଁ ଚୀନ ବାଂଲାଦେଶର ନଦୀ ପ୍ରକଳ୍ପରେ ସାମିଲ ହେବାକୁ ଯାଉଛି। ସୂଚନାଯୋଗ୍ୟ ଯେ ଭାରତରୁ ବାଂଲାଦେଶ ଦେଇ ବଙ୍ଗୋପସାଗର ପର୍ଯ୍ୟନ୍ତ ପ୍ରବାହିତ ୫୪ ନଦୀ ମଧ୍ୟରୁ ତିସ୍ତା ଅନ୍ୟତମ। ଏହା ସିକିମର ସୋଲାମୋଠାରୁ ଉତ୍ପତ୍ତି ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶର ରଙ୍ଗପୁର ଦେଇ ପ୍ରବାହିତ ହେଉଛି। ପରେ ଏହା ବାଂଲାଦେଶର ଚିଲମାରିଠାରେ ବ୍ରହ୍ମପୁତ୍ର ସହିତ ଏକତ୍ର ହୋଇଛି। ପୂର୍ବରୁ ଚୀନ ଶ୍ରୀଲଙ୍କାରେ ବନ୍ଦର ଓ ନେପାଳରେ ରେଳପଥ ଭଳି ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରୁଛି ଏବଂ ଭାରତର ଏହି ସବୁ ପଡ଼ୋଶୀ ରାଷ୍ଟ୍ରଙ୍କୁ ବିପୁଳ ଆର୍ଥିକ ସହାୟତା ଯୋଗାଇ ଦେଉଛି। ପାକିସ୍ତାନକୁ ଦେଉଥିବା ବିପୁଳ ଋଣ ଓ ସେଠାରେ କାର୍ଯ୍ୟକାରୀ କରୁଥିବା ପ୍ରକଳ୍ପ ବିଷୟ ନ କହିଲେ ଭଲ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories