www.samajalive.in
Monday, December 8, 2025
27.1 C
Bhubaneswar

ପାକ ସୀମାରେ ତେଜସ ମୁତୟନ

ନୂଆଦିଲ୍ଲୀ: ଚୀନ ସୀମାରେ ଭାରତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ କରିଥିବାବେଳେ ଏବେ ପାକିସ୍ତାନ ସୀମାରେ ମଧ୍ୟ ସମାନ ପଦକ୍ଷେପ ନେଇଛି। ପାକିସ୍ତାନ ପଟୁ ବରାବର ବିପଦ ଲାଗିରହିଥିବାରୁ ଏହାର ଉଭୟ ଉତ୍ତର ଓ ପଶ୍ଚିମ ସୀମାରେ ସାମରିକ ପ୍ରସ୍ତୁତି ଜୋର୍‌ଦାର କରିଛି। ଲଦାଖ ସୀମାରେ ସୁଖୋଇ, ଜାଗୁଆର, ରାଫେଲ ପରି ଯୁଦ୍ଧ ବିମାନ ମୁତୟନ କରିବା ପରେ ମଙ୍ଗଳବାର ପାକିସ୍ତାନ ସୀମାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ‘ତେଜସ୍‌’ ମୁତୟନ କରିଛି। ତେଜସ୍‌ର ଗୋଟିଏ ସ୍କ୍ବାର୍ଡନକୁ ପଶ୍ଚିମ ସୀମାର ଆଗୁଆ ଘାଟି ଅଞ୍ଚଳରେ ମୁତୟନ କରାଯାଇଛି। ତେଜସ୍‌ ରାଷ୍ଟ୍ରାୟତ୍ତ ସଂସ୍ଥା ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ (ହାଲ୍‌) ଦ୍ୱାରା ନିର୍ମିତ। ଏଭଳି ଅଧିକ ୮୩ଟି ଯୁଦ୍ଧବିମାନ କିଣିବା ପାଇଁ ଭାରତୀୟ ବାୟୁସେନା ହାଲକୁ ବରାଦ ଦେଇଛି। ଏଗୁଡ଼ିକର ଅଧିଗ୍ରହଣ ପ୍ରକ୍ରିୟା ଶୀଘ୍ର ସମ୍ପନ୍ନ ହେବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories