www.samajalive.in
Monday, December 8, 2025
27.1 C
Bhubaneswar

କରୋନା ମାଡ଼: ୪ ମାସରେ ଭାରତରେ ଗଲାଣି ୧.୮୯ କୋଟି ଚାକିରି

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ଉପରେ କରୋନା ପକାଇଛି ଭୟଙ୍କର ପ୍ରଭାବ । ଦେଶର ଅର୍ଥ ବ୍ୟବସ୍ଥା ଅତି ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି । କେବଳ ଦେଶ ନୁହେଁ ବ୍ୟକ୍ତିବିଶେଷ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ)ର ପରିସଂଖ୍ୟାନ ଅନୁସାରେ ଦେଶରେ ଗତ ୪ ମାସ ମଧ୍ୟରେ ୧.୮୯ ବ୍ୟକ୍ତି ଚାକିରି ହରାଇଛନ୍ତି । କେବଳ ଗତମାସ ଅର୍ଥାତ୍ ଜୁଲାଇରେ ଏହି ସଂଖ୍ୟା ପ୍ରାୟ ୫୦ ଲକ୍ଷ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ପରିସଂଖ୍ୟାନ ଅନୁସାରେ ଏପ୍ରିଲମାସରେ ୧.୭୭ କୋଟି ବେତନଭୋଗୀ ଚାକିରି ହରାଇଥିବା ବେଳେ ମେ ମାସରେ ୧ ଲକ୍ଷ, ଜୁନ୍ ମାସରେ ୩୯ ଲକ୍ଷ ଓ ଜୁଲାଇ ମାସରେ ୫୦ ଲକ୍ଷ ଚାକିରି ହରାଇଛନ୍ତି ।

- Advertisement -

ସିଏମଆଇଇ ସିଇଓ ମହେଶ ବ୍ୟାସଙ୍କ ସୂଚନା ଅନୁସାରେ ଯଦିଓ ବେତନଭୋଗୀ କର୍ମଚାରୀଙ୍କ ଚାକିରି ଏତେ ଶୀଘ୍ର ଯିବା ସମ୍ଭବ ନୁହେଁ, ତଥାପି ଯେତେବେଳେ ସେମାନେ ଚାକିରି ହରାନ୍ତି ତାହା ପୁଣି ମିଳିବା କଷ୍ଟକର ହୋଇଥାଏ । ଏହା ସବୁଠାରୁ ଚିନ୍ତାର ବିଷୟ ।  ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶରେ ବେତନଭୋଗୀ କର୍ମଚାରୀଙ୍କଠାରୁ ବର୍ତମାନର ସଂଖ୍ୟା ୨୨% କମ୍ ।
ସିଏମଆଇଇର ପରିସଂଖ୍ୟାନରୁ ଏହା ଜଣାପଡ଼ିଛି ଯେ କରୋନା ସଂକ୍ରମଣ ଯୋଗୁଁ ବିିଭିନ୍ନ କ୍ଷେତ୍ରରେ କମ୍ପାନୀମାନେ ନିଜ କର୍ମଚାରୀଙ୍କ ବେତନ ହ୍ରାସ କରିଛନ୍ତି କିମ୍ବା ବିନା ବେତନରେ ଛୁଟି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ନିଯୁକ୍ତି ହରାଇଥିବା ବ୍ୟକ୍ତିମାନଙ୍କୁ ଆର୍ଥିକ ସହାୟତା ଦେବା କିମ୍ବା କମ୍ପାନୀଗୁଡ଼ିକୁ ସହାୟତା ଦେବା ନିମନ୍ତେ ଅର୍ଥନୀତିଜ୍ଞମାନେ ମତ ପୋଷଣ କରିଛନ୍ତି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories