www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ବର ବିମାନ ବନ୍ଦରର ହେବ ଘରୋଇକରଣ : ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍‌ ନେବ ନିଷ୍ପତ୍ତି

ନୂଆଦିଲ୍ଲୀ : ରାଜ୍ୟର ଏକ ମାତ୍ର ଅନ୍ତର୍ଜାତୀୟ ବିମାନ ବନ୍ଦର ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିଚାଳନା ଭାର ଘରୋଇ ସଂସ୍ଥା ହାତକୁ ଚାଲିଯିବ। ଦେଶର ୧୨ ବିମାନ ବନ୍ଦରର ଘରୋଇକରଣ ନେଇ କେନ୍ଦ୍ର ସରକାର ରଖିଥିବା ଯୋଜନାର ଅଂଶସ୍ବରୂପ ଭୁବନେଶ୍ବର ବିମାନ ବନ୍ଦରର ଘରୋଇକରଣ କରାଯିବ। ସରକାର ପ୍ରଥମ ପର୍ଯ୍ୟାୟରେ ୬ ବିମାନ ବନ୍ଦରର ଘରୋଇକରଣ କରିଥିବାବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟ​ରେ ଭୁବନେଶ୍ବର ବିମାନ ବନ୍ଦରର ପାଳି। ଏ ନେଇ ଆସନ୍ତାକାଲି ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ଭୁବନେଶ୍ବର ସମେତ ଘରୋଇକରଣ ହେବାକୁ ଥିବା ଅନ୍ୟ ବିମାନ ବନ୍ଦରଗୁଡିକ ହେଉଛି, ଅମୃତସର, ଇନ୍ଦୋର, ରାଞ୍ଚିି, ତ୍ରିଚି ଏବଂ ରାୟପୁର। କ୍ୟାବିନେଟ୍‌ ଅନୁମୋଦନ ଦେବା ପରେ ଏହି ୬ ବିମାନ ବନ୍ଦରର ଘ​‌େ​‌ରାଇକରଣ ଲାଗି ବିଡିଂ ପ୍ରକ୍ରିୟା ଆରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ଅହମ୍ମଦାବାଦ, ମାଙ୍ଗାଲୋର, ଲକ୍ଷ୍ନୌ, ଗୁଆହାଟି, ଥିରୁଭନନ୍ଥପୁରମ୍‌ ଏବଂ ଜୟପୁର ବିମାନ ବନ୍ଦରର ଘରୋଇକରଣ ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ ଘରୋଇକରଣ କରାଯାଉଥିବା ବିମାନ ବନ୍ଦରଗୁଡିକର ପରିଚାଳନା ଓ ବିକାଶ ସରକାରୀ-ଘରୋଇ ସହଭାଗିତା ଭିତ୍ତିରେ କରାଯିବ।
ବୁଧବାର କ୍ୟାବିନେଟ୍‌ ବୈଠକରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ବିମାନ ବନ୍ଦରଗୁଡିକର ଘରୋଇ ସମ୍ପର୍କରେ ପ୍ରସ୍ତାବ ଆଗତ କରାଯିବ ​ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ଏହାଛଡା ଏବେଠାରୁ ୨୦୩୦ ମଧ୍ୟରେ ଦେଶରେ ଆଉ ୧୦୦ ନୂଆ ବିମାନ ବନ୍ଦର ନିର୍ମାଣ କରାଯିବ। ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ(ଏଏଆଇ) ବର୍ତ୍ତମାନ ୧୦୦ରୁ ଅଧିକ ବିମାନ ବନ୍ଦରର ପରିଚାଳନା କରୁଛି। ଅନ୍ୟପକ୍ଷରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ଗତବର୍ଷ ହୋଇଥିବା ଏକ କମ୍ପିଟିଟିଭ୍‌ ବିଡିଂ ପ୍ରକ୍ରିୟାରେ ଅହମ୍ମଦାବାଦ, ମାଙ୍ଗାଲୋର, ଲକ୍ଷ୍ନୌ, ଗୁଆହାଟି, ଥିରୁଭନନ୍ଥପୁରମ୍‌ ଏବଂ ଜୟପୁର ଭଳି ଛଅ ବିମାନ ବନ୍ଦରର ପରିଚାଳନା ଅଧିକାର ହାତେଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories