www.samajalive.in
Monday, December 8, 2025
27.1 C
Bhubaneswar

ଛୁରା ମାଡ଼ରେ ଜଣେ ଗୁରୁତର, ଦୁଇ ଅଟକ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁ ପଂଚାୟତ ଅରୁଆପାଲି ଗ୍ରାମର ପ୍ରମୋଦ ରାଉତଙ୍କ ପୁଅ ରାଜେଶକୁ ସେହି ଗ୍ରାମର ନାରାୟଣ ମହାଙ୍କୁଡ ଓ ବୁଡୁ ମହାଙ୍କୁଡ ମାରପିଟ କରିବା ସହ  ଛୁରାମାଡ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ପ୍ରମୋଦଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଯାଇଛି।

ଅଭିଯୋଗ ପ୍ରକାରେ, ପୁଲିସ ଥାନାରେ ୧୧୯/୨୦ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ନାରାୟଣ ଓ ବୁଡୁକୁ ଥାନାରେ ଅଟକ ରଖିଥିବା ଥାନା ଅଧିକାରୀ ବିବେକା ନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ସୋମବାର ସନ୍ଧ୍ୟାରେ ପ୍ରମୋଦଙ୍କ ଧାନ ବିଲରେ ଗାଈ ପଶି ଖାଇଦେବାରୁ ଗାଈଟିକୁ  ଘରେ ଆଣି ବାନ୍ଧି ଦେଇଥିଲେ। ରାତ୍ର ୧୦ ଟା ବେଳେ ନାରାୟଣ ଓ ବୁଡୁ ନିଜ ଗାଈକୁ ନେବାକୁ ଆସି ପ୍ରମୋଦକୁ ଗାଳି ଗୁଲଜ କରିଥିଲେ। ଏହି ସମୟରେ ରାଗରେ ଛୁରା ବାହର କରି ଆକ୍ରମଣ କରିବାବେଳେ ପ୍ରମୋଦଙ୍କ ପୁଅ ରାଜେଶ ସାମ୍ନାକୁ ଆସିଯିବାରୁ ରାଜେଶର ପେଟକୁ ଛୁରା ମାଡ଼ ହୋଇଥିଲା। ଏଥିରେ ରାଜେଶଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ବ୍ରହ୍ମପୁର ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ। ପ୍ରମୋଦଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଅଭିଯୋଗ ପ୍ରକାରେ ପୁଲିସ ନାରାୟଣ ଓ ବୁଡୁକୁ ଥାନାରେ ଅଟକ ରଖି ପଚରା ଉଚାର କରୁଥିବା ଥାନା ଅଧିକାରୀ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories