www.samajalive.in
Thursday, December 11, 2025
27.1 C
Bhubaneswar

୪ଦିନ ହେଲା ଶତକ ମାରୁଛି କରୋନା, ପୁଣି ୧୬ଯୋଦ୍ଧାଙ୍କ ସମେତ ୧୨୦ ଆକ୍ରାନ୍ତ

ରାୟଗଡା: ପ୍ରତିଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖା। ଗତ ଚାରିଦିନ ହେଲା ଶତକ ମାରୁଛି କରୋନା ଏବଂ ୨୪ଘଣ୍ଟାରେ ୨ଜଣଙ୍କ ମୁଣ୍ଡ ନେଲାଣି ଏହି ମହାମାରୀ। କରୋନା ଆକ୍ରାନ୍ତଙ୍କ ତାଲିକା ବିଗତ ଚାରିଦିନରୁ ରାୟଗଡାରେ ତିନିଅଙ୍କ ପାର କରୁଛି। ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟୁଥିବାବେଳେ ଏଥିରେ କରୋନା ଯୋଦ୍ଧା ମଧ୍ୟ ବାଦ ପଡୁନାହାନ୍ତି। ମହାମାରୀ ରୋକିବା ସକାଶେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ସୁଦ୍ଧା ସଂକ୍ରମଣ ହାର କମିବାରେ ନା ନେଉନି। ଆଜି ଅନୁରୂପ ୧୬ଯୋଦ୍ଧା କରୋନା ସଂକ୍ରମଣ ଶିକାର ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୯ଜଣ ସ୍ୱାସ୍ଥ୍ୟକର୍ମୀ, ୬ଜଣ ସିଆରପିଏଫ ଯବାନ ଓ ଜଣେ ପୁଲିସ କର୍ମୀ ଅଛନ୍ତି। ଏଥିସହ ଆଜି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦ଜଣଙ୍କୁ ଛୁଇଁଛି। ସେହିଭଳି ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ସଂଖା ମଧ୍ୟ ବୃଦ୍ଧି ଘଟିଛି। ମହାମାରୀ ଆକ୍ରାନ୍ତ ହୋଇ ଆଜି ଦୁଇଜଣଙ୍କ ପ୍ରାଣହାନୀ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ କୁହାଯାଇଛି। ଜଣେ ୬୫ବର୍ଷ ବୟଷ୍କ ବ୍ୟକ୍ତି ହୋଇଥିବାବେଳେ ଅନ୍ୟ ଜଣେ ୬୮ବର୍ଷ ବ୍ୟକ୍ତି ଥିବା ଜଣାଯାଇଛି। ତେବେ ସେ ପୂର୍ବରୁ ଉଚ୍ଚ ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ଟ୍ୱିଟରେ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ରହିଛି ୭୪ ଓ ମହିଳାଙ୍କ ସଂଖ୍ୟା ୪୬। ରାୟଗଡା ସହରାଞ୍ଚଲର ୨୩ଜଣ, ଗ୍ରାମାଞ୍ଚଳରୁ ୨୧, ଗୁଣୁପୁର ସହରାଞ୍ଚଳରୁ ୨ଜଣ, ଗ୍ରାମାଞ୍ଚଳରୁ ଜଣେ, ବିଷମକଟକ ବ୍ଲକରୁ ୨, ଚନ୍ଦ୍ରପୁରରୁ ୧, କାଶିପୁରରୁ ୨, ମୁନିଗୁଡାରୁ ୨୨ ଓ ପଦ୍ମପୁରରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଉକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ଜଣ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ଜଣାପଡିଥିବା ଚିକିତ୍ସା ଅଧିକାରୀ କହିଛନ୍ତି। ୧୩ଜଣଙ୍କ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଥିବାରୁ ପରୀକ୍ଷା ପରେ ସେମାନେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ସଂଗରୋଧ କେନ୍ଦ୍ରରୁ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଥଳେ ୯୮ଜଣ ଗୃହ ସଂଗରୋଧରେ ରହୁଥିବା ଅବସ୍ଥାରେ ସେମାନଙ୍କୁ ଚିହ୍ନଟ କରାଯାଇଥିବା କୁହାଯାଇଛି। ଆଜିସୁଦ୍ଧା ଜିଲାରେ ୨୩୪୬ରେ ପହଞ୍ଚିଛି। ଏଥିମଧ୍ୟରୁ ୧୪୧୫ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ୯୧୪ ସକ୍ରିୟ କରୋନା ସଂକ୍ରମିତ ବ୍ୟକ୍ତି ଗୃହ ସଂଗରୋଧ ଓ ଜିଲାର କୋଭିଡ କେୟାର କେନ୍ଦ୍ରରେ ଥାଇ ଚିକିତ୍ସିତ ହେଉଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ୧୭ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories