www.samajalive.in
Tuesday, December 9, 2025
16.1 C
Bhubaneswar

ମଙ୍ଗଳବାର ରାଶିଫଳ ( ୧୮-୦୮-୨୦୨୦ )

ମେଷ:ମନୋବାଞ୍ଛିତ ଫଳପ୍ରାପ୍ତ ହେବେ। ଉଦାର ସ୍ବଭାବର ହୋଇପାରନ୍ତି। ଦାନଶୀଳ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ ହେବେ। ଯାନବାହନ ସୁଖ ମିଳିବ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

ବୃଷ: ଜନସାଧାରଣଙ୍କ ନେତୃତ୍ବ ନେଇପାରନ୍ତି। ମନପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ମଧୁର ଭାଷୀ ଭାବେ ଲୋକଙ୍କ ପ୍ରିୟଭାଜନ ହେବେ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

- Advertisement -

ମିଥୁନ: ଆଶା ଫଳବତୀ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବର ଅଧିକାରୀ ହେବେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହେବା ଆଶା କରାଯାଏ। ପତ୍ନୀଙ୍କ ସହ ସୁଖ ଭୋଗ କରିବେ। ବ୍ୟବସାୟରୁ ଅଧିକ ଲାଭ ମିଳିବ।

କର୍କଟ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଐଶ୍ବର୍ଯ୍ୟ ଯୁକ୍ତ ହେବେ। ମୋକଦ୍ଦମା ଖର୍ଚ୍ଚ ମିଳିବ। ଧନ, ସମ୍ପଦ ଭରପୂର ରହିବ। ରୁଚିକର ଭୋଜନ ପାଇ ଖୁସି ହେବେ।

ସିଂହ: କର୍ମଚଞ୍ଚଳ ରହିବେ। ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ବାଧା, ବନ୍ଧନକୁ ଏଡ଼ାଇ ଆଗକୁ ବଢ଼ିବେ। ରାଜଯୋଗ ଅଛି।

କନ୍ୟା: ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଗୃହ ସୁଖ ଓ ଯାନବାହାନ ସୁଖ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ତୁଳା: ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି। ଶ୍ରମସାର୍ଥକ ହେବା ସହ କୁଳଦୀପକ ହେବେ। ଚିତ୍ତପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।

ବିଛା: ଜନ ସମ୍ପର୍କ ବୃଦ୍ଧିପାଇବ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସର ଯୋଗଅଛି। ସୁଖ-ସମୃଦ୍ଧି ପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ।

ଧନୁ: ସ୍ବାଭିମାନୀ ହେବେ। ସାମାନ୍ୟ ଥଣ୍ଡା, କଫରେ ପୀଡ଼ିତ ହୋଇପାରନ୍ତି। ସହଯୋଗୀ ବ୍ୟବସାୟରୁ ଲାଭ ପ୍ରାପ୍ତ ହେବେ। ଶାସ୍ତ୍ରପଟୁ ହେବେ। ପୁଣ୍ୟବାନ୍‌ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

ମକର: ଉପୁଜିଥିବା ଅସୁବିଧାକୁ ସୁବୁଦ୍ଧିରେ ପରିଣତ କରିବାରେ ସକ୍ଷମ ହେବେ। ବ୍ୟବସାୟ ଲାଭଜନକ ହେବ। ବେଳେ ବେଳେ ମନରେ ଅହଂଭାବ ଆସିପାରେ। ଶାନ୍ତି ଓ ଧୈର୍ଯ୍ୟବାନ୍‌ ହେବେ। ପରିବାର ପ୍ରତି ସ୍ନେହ-ସଦିଚ୍ଛା ରହିବ।

କୁମ୍ଭ: ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁପକ୍ଷଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି। ଗୋ-ବ୍ରାହ୍ମଣ ହିତ ସାଧନା କରି ସୁଖୀ ହେବେ।

ମୀନ: ପଠନ-ଲିଖନ ଉପରେ ଧ୍ୟାନ ଦେଇପାରନ୍ତି। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନ ଲାଭର ସମୟ ଉପସ୍ଥିତ। ଲଟେରୀ ଉଠାଣ ଫଳ ସପକ୍ଷରେ ଯିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories