www.samajalive.in
Sunday, December 7, 2025
15.1 C
Bhubaneswar

କୋଭିଡ୍‍-୧୯ ନିୟମ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ମୁଖ୍ୟମନ୍ତ୍ରୀ : ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର

ଭୁବନେଶ୍ୱର : ଦିନକୁ ଦିନ ଓଡିଶା ସମେତ ପୁରୀ ଜିଲ୍ଲାର ସମସ୍ତ ଅଂଚଳ ଓ ବ୍ରହ୍ମଗିରି ବ୍ଲକରେ ମହାମାରୀ କରୋନାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏପରି ପରିସ୍ଥିତିରେ ସରକାର, ପ୍ରଶାସନ, ଜନପ୍ରତିନିଧି, ସାମାଜିକ ସଂଗଠନ ଏବଂ ନାଗରିକ ସମାଜର ମିଳିତ ପ୍ରୟାସର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର ଆହ୍ୱାନ କରୁଛନ୍ତି। ମାତ୍ର ଏସବୁ ଆହ୍ୱାନକୁ ଖାତିର ନକରି ଶାସକ ଦଳର ସାସଂଦ, ନେତା ଓ ପ୍ରଶାସନିକ ଅଧିକାରୀମାନେ ବାରମ୍ବାର କୋଭିଡ୍‍-୧୯ ନିୟମର ଉଲ୍ଲଘଂନ କରୁଛନ୍ତି। ଯେଉଁ କାରଣରୁ କରୋନା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ଦେଖାଯାଉଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦେଶ ତଥା ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରତୀକାତ୍ମକ ଭାବେ ପାଳନ କରାଯାଉଥିବାବେଳେ ଶାସକ ଦଳର ନେତୃବୃନ୍ଦ ତଥା ଜିଲ୍ଲା ପ୍ରଶାସନର ଦାୟୀତ୍ୱହୀନତା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କୋଭିଡ ନିୟମକୁ ଉଲ୍ଲଘଂନ କରିଥିବା ଶାସକ ଦଳ ନେତା ଓ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ପତ୍ରରେ ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି ଯେ, ଗତ ୧୫ ତାରିଖ ଅର୍ଥାତ୍‍ ସ୍ୱାଧୀନତା ଦିବସ ଅବସରରେ ବ୍ରହ୍ମଗିରି ବ୍ଲକ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସାସଂଦ ପାଣ୍ଠିରେ ବ୍ରହ୍ମଗିରି ବ୍ଲକ ଓ କୃଷ୍ଣପ୍ରସାଦ ବ୍ଲକ ନିମନ୍ତେ ବ୍ୟବସ୍ଥା ହୋଇଥିବା ଦୁଇଟି ଆମ୍ବୁଲାନ୍ସର ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପୁରୀର ସାସଂଦ ପିନାକି ମିଶ୍ର ଲୋକାର୍ପଣ କରିଥିଲା ବେଳେ କାର୍ଯ୍ୟକ୍ରମରେ ଅନ୍ୟାନ୍ୟଙ୍କ ମଧ୍ୟରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ଜିଲ୍ଲାପାଳ ଓ ପୁରୀ ଆରକ୍ଷୀ ଅଧ୍ୟୀକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବ୍ରହ୍ମଗିରି ତହସିଲଦାର, ବ୍ରହ୍ମଗିରି ଆରକ୍ଷୀ ନୀରିକ୍ଷକ, ବ୍ରହ୍ମଗିରି ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ବିଜେଡ଼ି ଦଳର ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡ଼ା, ହରେକୃଷ୍ଣ ମଲ୍ଲିକ, ମିଲୁ ବେହେରା, ବ୍ଲକ ଅଧ୍ୟକ୍ଷା ନଳିନୀ ପ୍ରଭା ବରାଳ, ସାଂସଦ ପ୍ରତିନିଧି ବିଂରଚି ନାରାୟଣ ଦାସ, ବିଜେଡ଼ି ବ୍ଲକ ସଭାପତି ବିଦ୍ୟାଧର ସ୍ୱାଇଁଙ୍କ ପରି ଜନପ୍ରତିନିଧି ଓ ଆପଣଙ୍କ ଦଳର ଅନେକ କର୍ମୀ ଉପସ୍ଥିତ ଥିଲେ। ଉପସ୍ଥିତ ସାଂସଦ, ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରୀ ହୋଇଥିବା କୋଭିଡ୍‍-୧୯ର ନିୟମକୁ ଉଲ୍ଲଘଂନ କରିଥିଲେ। ସମସ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯାଇନଥିଲା। ଅନେକ ଜନପ୍ରତିନିଧିମାନେ ସେଠାରେ ମାସ୍କ ପରିଧାନ କରିନଥିଲେ। ବିଭିନ୍ନ ଗଣମାଧ୍ୟମ ଦ୍ୱାରା ଉତୋଳନ କରାଯାଇଥିବା ଭିଡିଓ ଏବଂ ଫଟୋରୁ ମଧ୍ୟ ଏହା ପ୍ରମାଣିତ ହୋଇଛି ବୋଲି ଶ୍ରୀ ମହାପାତ୍ର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ସ୍ୱାଧୀନତା ଦିବସ ଭଳି କାର୍ଯ୍ୟକ୍ରମକୁ ୧୦ ଜଣ ଲୋକଙ୍କ ମଧ୍ୟରେ ପାଳନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଥିବା ସମୟରେ ଏହାକୁ ଅଣଦେଖା କରି କୋଭିଡକୁ ପ୍ରତିହତ କରିବା ଦାୟିତ୍ୱରେ ଥିବା ପୋଲିସ ଓ ପ୍ରଶାସନିକ ଅଧିକାରୀ ଏବଂ ଲୋକପ୍ରତିନିଧି ମାନେ ହିଁ କୋଭିଡ୍‍-୧୯ ନିୟମର ଉଲ୍ଲଘଂନ କରିଥିଲେ। ଅପରପକ୍ଷରେ ଶାସକ ବିଜେଡି ଦଳର ନେତା ଓ କର୍ମୀମାନେ ସ୍ୱାଧୀନତା ଦିବସ ଭଳି ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ ଉତ୍ସବ ଭଳି ପାଳନ କରିଥିବାର ଦେଖାଯାଇଥିଲା। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଖୋଦ୍‍ ସାସଂଦ ପିନାକୀ ମିଶ୍ର କାନ୍ଧରେ ଦଳୀୟ ଚିହ୍ନ ଥିବା ଉତରୀୟ ପକାଇଥିବାର ଦେଖାଯାଇଥିଲା। ବର୍ତମାନ ବ୍ରହ୍ମଗିରିରେ କରୋନା ଭୂତାଣୁର ସଂକ୍ରମଣ ଅଧିକ ଥିବାବେଳେ ଜିଲ୍ଲାର ସର୍ବୋଚ୍ଚ ଅଧିକାରୀ ତଥା ଯେଉଁ ମାନଙ୍କ ଉପରେ କରୋନାକୁ ନିୟନ୍ତ୍ରଣ କରିବାର ଦାୟିତ୍ୱ ନ୍ୟସ୍ତ ଅଛି ସେମାନେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଓ ଲୋକପ୍ରତିନିଧିଙ୍କୁ ଖୁସି କରିବାକୁ ଯାଇଁ ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ ଉତ୍ସବ ଭଳି ପାଳନ କଲେ ଓ କୋଭିଡ୍‍ ନିୟମର ଉଲ୍ଲଘଂନ କଲେ। ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟଙ୍କ ପରିବାର ଲୋକଙ୍କର କରୋନା ପଜେଟିଭ ରିପୋର୍ଟ ଆସିଥିଲେ ବି ସେ ସଙ୍ଗରୋଧରେ ରହିବା ପରିବେର୍ତ ଏଭଳି ସମାବେଶକୁ ଆସିଥିଲେ। ଆଗାମୀ ଦିନରେ ସେ ସୁପର ସ୍ପ୍ରେଡର ଭାବେ କରୋନା ସଂକ୍ରମଣକୁ ବ୍ୟାପକ କରାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଯେଉଁ କାରଣରୁ ସ୍ଥାନୀୟ ଅଂଚଳରେ ଅଧିକ କରୋନା ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ଦେଖାଯାଇଛି ଓ ବ୍ରହ୍ମଗିରି ବ୍ଲକରେ ଲୋକମାନଙ୍କ ମନରେ ଏକପ୍ରକାର ଭୟର ବାତାବରଣ ତିଆରି ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, କୋଭିଡ଼୍‍ ନିୟମ କଣ ଶାସକ ଦଳ ପାଇଁ ଅଲଗା ଓ ଅନ୍ୟ ଦଳ ପାଇଁ ଅଲଗା ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଶାସକ ଦଳର ନେତା କୋଭିଡ଼୍‍ ନିୟମ ଭାଙ୍ଗିବା ଭଳି ଅନେକ ଉଦାହରଣ ରହିଛି। ଯଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ନବରଙ୍ଗପୁରରେ ଦଳୀୟ ବିଧାୟକଙ୍କୁ ଧରି କୋଭିଡ଼୍‍ ନିୟମ ଭାଙ୍ଗିବା ସହିତ ହେଲିକପ୍ଟରରେ ଆସିବା ଓ ରାଜ୍ୟ ରାଜକୋଷରୁ ଅର୍ଥ ନଷ୍ଟ କରିବାର ଅଭିଯୋଗ ମଧ୍ୟ ପୂର୍ବରୁ ହୋଇଛି। ଆମ୍ବୁଲାନ୍ସର ଲୋକାର୍ପଣ କାର୍ଯ୍ୟକ୍ରମ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସଠିକ୍‍ ତଦନ୍ତ କରାଇ ସଂପୃକ୍ତ ସାସଂଦ, ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧିଙ୍କ ବିରୁଦ୍ଧରେ କୋଭିଡ୍‍-୧୯ ନିୟମ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଘଟଣାର ପୁନରାବୃତି ନହେବା ପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀେରେ ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଂଜିତ ଦାସ ଏବଂ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ
ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories