www.samajalive.in
Tuesday, December 9, 2025
17.1 C
Bhubaneswar

ଅନ୍ତର୍ଜାତୀୟ କ୍ରିକେଟରୁ ଧୋନୀଙ୍କ ଅବସର ପରେ ପତ୍ନୀ ସାକ୍ଷୀଙ୍କ ଭାବବିହ୍ବଳ ପୋଷ୍ଟ

ସାମଜ ପୋର୍ଟାଲ ଡେସ୍କ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ହଠାତ୍ ଅବସର ଘୋଷଣା କରିଛନ୍ତି। ଧୋନୀଙ୍କ ଅବସର ପରେ ତାଙ୍କ ପତ୍ନୀ ସାକ୍ଷୀ ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ସାକ୍ଷୀ ତାଙ୍କ ପୋଷ୍ଟ ମାଧ୍ୟମରେ ଭାରତୀୟ କ୍ରିକେଟକୁ ଧୋନୀଙ୍କ ଅବଦାନ ଏବଂ ବ୍ୟକ୍ତିତ୍ୱକୁ ଅଭିବାଦନ ଜଣାଇଛନ୍ତି। ସାକ୍ଷୀ ଇନଷ୍ଟାଗ୍ରାମରେ ଧୋନୀଙ୍କ ଏକ ଚିତ୍ର ସେୟାର କରିଛନ୍ତି, ଯେଉଁଥିରେ ମାହୀ ତାଙ୍କ ଫାର୍ମହାଉସରେ ଅଛନ୍ତି।

ଧୋନି ଅବସର ନେବାକୁ ନିଷ୍ପତ୍ତି ନେବା ପରେ ସାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଧୋନୀଙ୍କର ଏକ ଫଟୋ ସେୟାର କରି ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ତୁମେ ଯାହା ହାସଲ କରିଛ ସେଥିପାଇଁ ତୁମେ ଗର୍ବିତ ହେବା ଉଚିତ୍ । ଭାରତୀୟ କ୍ରିକେଟକୁ ତୁମର ଶ୍ରେଷ୍ଠ ପ୍ରଦାନ କରିଥିବାରୁ ଅଭିନନ୍ଦନ । ମୁଁ ତୁମର ସଫଳତା ପାଇଁ ଗର୍ବିତ । ମୁଁ ନିଶ୍ଚିତ ଯେ ତୁମର ପ୍ରିୟ କ୍ରିକେଟକୁ ବିଦାୟ କହିବା ପାଇଁ ନିଜର ଲୁହକୁ ନିଜ ଭିତରେ ଲୁଚେଇ ଦେଇଥିବ । ତମକୁ ସ୍ବାସ୍ଥ୍ୟ, ଖୁସି ଓ ଭବଷ୍ୟତ ପାଇଁ ଶୁଭକାମନା । ଧନ୍ୟବାଦ ଏମଏସଡି ।

- Advertisement -

ଏଥି ସହିତ ଧୋନୀଙ୍କ ପତ୍ନୀ ସାକ୍ଷୀ ଆମେରିକାର ପ୍ରସିଦ୍ଧ କବି ମାୟା ଆଞ୍ଜେଲୋଙ୍କ କବିତାର ଏକ ଧାଡି ଲେଖି ଧୋନିଙ୍କ ପାଇଁ ଏହି ଆକର୍ଷଣୀୟ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି, ‘ତୁମେ ଯାହା କହିଥିଲ ଲୋକମାନେ ଭୁଲିଯିବେ, ତୁମେ ଯାହା କରିଛ ଲୋକମାନେ ଭୁଲିଯିବେ, କିନ୍ତୁ ଲୋକମାନଙ୍କୁ ତୁମେ ଯେଉଁ ଅନୁଭବ ଦେଇଛ ତାହା ସେମୋନେ କେବେ ଭୁଲି ପାରିବେ ନାହିଁ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories