www.samajalive.in
Monday, December 8, 2025
27.1 C
Bhubaneswar

ଆକାଶରେ ଉଡୁଥିଲା ଡ୍ରୋନ ; ଆକ୍ରମଣ କଲା ଚିଲ, ଆଉ ତା’ପରେ…..

ବର୍ତମାନ ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ହେଉ ଅଥବା ବିବାହ ଅନ୍ୟାନ୍ୟ ସମାରୋହ ପ୍ରତ୍ୟେକ ସ୍ଥାନରେ ଡ୍ରୋନର ଖୁବ ବ୍ୟବହାର କରାଯାଉଛି। ମାତ୍ର ଆମେରିକାରେ ସରକାରୀ ଅଧିକାରୀମାନେ ଡ୍ରୋନ ଉଡ଼ାଇବା ସମୟରେ ଏକ ଭିନ୍ନ ଘଟଣା ଘଟିଥିବା ଜଣାପଡ଼ିଛି।
କୌଣସି ସରକାରୀ କାମ ପାଇଁ ବ୍ୟବହାର କରାଯାଉଥିବା ଡ୍ରୋନକୁ ସେଠାରେ ଚିଲ ପଞ୍ଝା ମାରି ଆକାଶରୁ ତଳକୁ ଫୋପାଡ଼ି ଦେଇଥିବା ଜଣାପଡ଼ିଛି। ଚିଲର ଆକ୍ରମଣରେ ଡ୍ରୋନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଭାଙ୍ଗି ଯାଇଥିବା ଡ୍ରୋନଟି ଖୁବ ଦାମୀଥିଲା। ଏହିପ୍ରକାର ଚିଲ ଆମେରିକାର ରାଷ୍ଟ୍ରପକ୍ଷୀ ବୋଲି ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ, ଆମେରିକାରେ ଡ୍ରୋନ ଉଡ଼ାଯାଇ ପରିବେଶର ସ୍ଥିତିର ତଥ୍ୟ ସଂଗ୍ରହ କରାଯାଉଥିଲା। ଡ୍ରୋନଟି ଭୂମି ଠାରୁ ପ୍ରାୟ ୧୬୨ ଫୁଟ ଉଚ୍ଚତାରେ ଉଡ଼ୁଥିଲା। ସେହି ସମୟରେ ଚିଲଟି ଉକ୍ତ ଡ୍ରୋନଟିକୁ ଅନ୍ୟ ଏକ ପକ୍ଷୀ ଭାବି ଆକ୍ରମଣ କରି ଥିଲା।
ଡ଼୍ରୋନଟିକୁ ଯେଉଁ ପାଇଲଟ ନିୟନ୍ତ୍ରଣ କରୁଥିଲେ , ସେ କିଛି ବୁଝିବା ପୂର୍ବରୁ ଓ ଡ୍ରୋନକୁ ସୁରକ୍ଷିତ ତଳକୁ ଆଣିବା ପୂର୍ବରୁ ହିଁ ଚିଲ ଆକ୍ରମଣ କରିଦେଇଥିଲା। ମାତ୍ର ୭ ମିନିଟ ହିଁ ଆକାଶରେ ଡ୍ରୋନଟି ରହିଥିଲା। ଆକ୍ରମଣ ପରେ ଡ୍ରୋନ ସିଧାସଳଖ ଆସି ମାଟି ଉପରେ ପଡ଼ି ନଷ୍ଟ ହୋଇ ଯାଇଥିଲା। ଡ୍ରୋନର ମୂଲ୍ୟ ପ୍ରାୟ ୯୯୫ ଡ଼ଲାର ଅର୍ଥାତ ଭାରତୀୟ ମୁଦ୍ରା ଅନୁଯାୟୀ ୭୦ ହଜାର ଟଙ୍କା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories