www.samajalive.in
Sunday, December 7, 2025
15.1 C
Bhubaneswar

ସ୍ବାଧୀନତା ଦିବସ​‌ରେ କ୍ରିକେଟ ପ୍ରେମୀଙ୍କୁ ଦୋହରା ଧକ୍କା: ଧୋନୀଙ୍କ ସହ ରୈନା ବି ଘୋଷଣା କଲେ ସନ୍ୟାସ

ସୁରେଶ ରୈନା ଖେଳିଛନ୍ତି ୧୮ ଟେଷ୍ଟ, ୨୨୬ ଏକଦିବସୀୟ ଓ ୭୮ ଟି-୨୦

ଟେଷ୍ଟ, ଦିନିକିଆ ଓ ଟି-୨୦ରେ ଶତକ ହାସଲ କରିବାରେ ସେ ପ୍ରଥମ ଭାରତୀୟ

ସୀମିତ ଓଭର ବିଶ୍ଵକପରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ଖେଳାଳି

କ୍ରମାଗତ ୭ଟି ଆଇପିଏଲରେ ୪୦୦ରୁ ଅଧିକ ରନ୍ ସଂଗ୍ରହ କରିବାରେ ଏକମାତ୍ର ଖେଳାଳି

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ଘୋଷଣାର କିଛି ସମୟ ପରେ ଭାରତୀୟ ବିଶ୍ଵକପ ବିଜେତା ଦଳର ସଦସ୍ୟ ସୁରେଶ ରୈନା ମଧ୍ୟ ତାଙ୍କର ପଥ ଅନୁସରଣ କରି ଆନ୍ତର୍ଜାତିକ କ୍ରିକେଟରୁ ବିଦାୟ ଘୋଷଣା କରିଛନ୍ତି ।

- Advertisement -

ନିଜ ଇନଷ୍ଟାଗ୍ରାମରେ ରୈନା ଧୋନୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ‘ଏସବୁକିଛି ନୁହେଁ, କିନ୍ତୁ ଆପଣଙ୍କ ସାଥୀରେ ଖେଳିବାର ଏକ ଶାନଦାର ଅନୁଭବ ରହିଥିଲା, ଗର୍ବର ସହ ଆପଣଙ୍କ ହୃଦୟ ସହିତ ଆପଣଙ୍କ ସହ ଚଲାପଥରେ ସାମିଲ ହେବାକୁ ଚାହୁଁଛି । ଧନ୍ୟବାଦ ଭାରତ, ଜୟ ହିନ୍ଦ’  ।

ଭାରତୀୟ କ୍ରିକେଟ ଇତିହାସ​‌ରେ ସର୍ବାଧିକ ଆଥଲେଟିକ୍ ଓ କଳାତ୍ମକ ଫିଲଡ଼ର ରୂପେ ଜଣାଶୁଣା ବାମହାତୀ ବ୍ୟାଟ୍ସମ୍ୟାନ ଓ ବାମହାତୀ ବୋଲର ସୁରେଶ ରୈନା ଦିନିକିଆ ଦଳରେ ଜଣେ ସର୍ବକାଳୀନ ଅଲରାଉଣ୍ଡରଙ୍କ ମଧ୍ୟରୁ ଜଣେ ।

 

ତିନି ନମ୍ବର ବ୍ୟାଟ୍ସମ୍ୟାନ ଭାବରେ ଟି-୨୦ରେ ଶତକ

ରୈନା ୨୦୧୦ ମସିହାରେ ଦକ୍ଷିଣ ଆଫ୍ରିକା ବିରୋଧରେ ଆଇସିିସି ବିଶ୍ଵକପ ମ୍ୟାଚରେ ଶତକ ହାସଲ କରିଥିଲେ । ରୈନାଙ୍କ ସହ ମାତ୍ର ୧୦ ଜଣ ବ୍ୟାଟ୍ସମ୍ୟାନ ୩ ନମ୍ବରରେ ଆସି ଟି-୨୦ରେ ଶତକ ହାସଲ କରିଛନ୍ତି ।
୬୦୦୦ ଓ ୮୦୦୦ ଟି-୨୦ ରନ କରିବାରେ ପ୍ରଥମ ଭାରତୀୟ
ରୈନା ଟି-୨୦ କ୍ୟାରିଅରରେ ୬୦୦୦ ଓ ୮୦୦୦ ରନ୍ କରିବାରେ ପ୍ରଥମ ଭାରତୀୟ । ଏ ପର୍ଯ୍ୟନ୍ତ ରୈନା ଟି-୨୦ରେ ୮୩୯୨ ରନ୍ ସଂଗ୍ରହ କରିଛନ୍ତି । ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଲାୟନ୍ସ, ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରିଛନ୍ତି ।
ଆଇପିଏଲରେ ୫୦୦୦ ରନ୍ କରିବାରେ ପ୍ରଥମ ଖେଳାଳି
ଆଇପିଏଲରେ ପ୍ରଥମ ଖେଳାଳି ଭାବରେ ରୈନା ୫୦୦୦ ରନ୍ ସଂଗ୍ରହ କରିଛନ୍ତି । ବର୍ତମାନ ସୁଦ୍ଧା ଆଇପିଏଲରେ ସେ ସର୍ବାଧିକ ରନ୍ କରିବାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି । କୋହଲି ୧୬୯ ଇନିଂସରୁ ୫୪୧୨ ଓ ରୈନା ୧୮୯ ଇନିଂସରୁ  ୫୩୬୮ ରନ ସଂଗ୍ରହ କରିଛନ୍ତି ।

ଆଇପିଏଲର ସର୍ବାଧିକ କ୍ୟାଚ ରୈନାଙ୍କ ନାମରେ 

ରୈନାଙ୍କ ନାମରେ ରହିଛି ଆଇପିଏଲର ସର୍ବାଧିକ କ୍ୟାଚ ରେକର୍ଡ଼ । ଜଣେ ଦକ୍ଷ ଫିଲଡ଼ର ଭାବରେ ରୈନା ୧୦୨ କ୍ୟାଚ ଧରିଛନ୍ତି ।  ଗୋଟିଏ ମ୍ୟାଚରେ ସେ ୩ଟି କ୍ୟାଚ୍ ମଧ୍ୟ ନେଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories